‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଏମ. ରାମପୁର ବ୍ଲକ ତୁଜୁଙ୍ଗ ଗ୍ରାମସ୍ଥିତ ଶ୍ରୀ ଏଜୁକେଶନ ଏକାଡେମୀ ଛାତ୍ରୀଛାତ୍ର ବେଶ ସଫଳତା ପାଇଛନ୍ତି। ଚଳିତ ବର୍ଷ ସ୍କୁଲର ପାସ ହାର ୯୯%ରହିଥିବାବେଳେ ବିଜ୍ଞାନରେ ଡିଲେଶ୍ଵର ପଧାନ ୯୬% ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଡିଲେଶ୍ବର ମାଟ୍ରିକରେ ୮୧%ରଖିଥିବାବେଳେ ଗୁଣାତ୍ମକ ଶିକ୍ଷା ଓ କଠିନ ପରିଶ୍ରମ ଯୋଗୁଁ ସେ ଯୁକ୍ତ ୨ରେ ୯୬% ପାଇବାରେ ସକ୍ଷମ ହୋଇପାରିଛନ୍ତି। ସେହିପରି ସ୍କୁଲର ଅନ୍ବେଷ ଅଙ୍କିତ ଆଚାର୍ଯ୍ୟ ୯୫%,ନାରାୟଣ ପ୍ରଧାନ ୯୪% ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ସମୁଦାୟ ୧୭୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୬୫ଜଣ ପ୍ରଥମ ଶ୍ରେଣୀ ଓ ୧୦ଜଣ ୯୦% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସଫଳତା ପାଇଁ ଶ୍ରୀ ଏଜୁ କେଶନର ମୁଖ୍ୟ ପରିଚାଳକ ସରୋଜ ପତି, ସଭାପତି ତଥା ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ, ପ୍ରକଳ୍ପ ସଂଯୋଜକ ମନୋଜ କୁମାର ପତି,vମ୍ୟାନେଜିଂ ଟ୍ରଷ୍ଟି ସସ୍ମିତା ପତି, ଅଧ୍ୟକ୍ଷା ଅନିଶା ମିଶ୍ରଙ୍କ ସମେତ ଅଧ୍ୟାପିକା ଅଧ୍ୟାପକମାନେ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର ବୋଲି ମୁଖ୍ୟ ପରିଚାଳକ ସରୋଜ ପତି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share