ନିରାଶ କଲା ଶ୍ରାବଣ

ଢେଙ୍କାନାଳ ଅଫିସ, ୫।୮ – ସରିଗଲା ଶ୍ରାବଣ। ଆକାଶକୁ ଚାହିଁ ଚାହିଁ ନିରାଶ ହେଲେ ଚାଷୀ। ଆବଶ୍ୟକ ବର୍ଷା ହେଲାନି। ଯେତିକି ହେଲା ସେତକିରେ ଭୂଇଁ ବି ବତୁରିଲାନି। ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ରୁଆ ସରି ବେଉଷଣ ଆରମ୍ଭ ହେଉଥିବାବେଳେ ଚଳିତବର୍ଷ ଆଗେଇ ପାରୁନି ଚାଷ କାମ। ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ଢେଙ୍କାନାଳର ଚାଷୀ। ଜୁଲାଇରେ ଜିଲାରେ ୪୯.୬୧% କମ୍‌ ବର୍ଷିଛି। ୮ ବ୍ଲକ ମଧ୍ୟରୁ ଓଡ଼ାପଡ଼ା ଏବଂ ଗଁଦିଆରେ ବର୍ଷା ଅଭାବ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଅଗଷ୍ଟ ପ୍ରଥମ ସପ୍ତାହ ଶେଷ ଭରସା। ୨-୪ଦିନ ଭିତରେ ଭଲ ବର୍ଷା ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀକୁଳ।
କୃଷି ବିଭାଗର ସୂଚନା ଅନୁଯାୟୀ, ଜୁଲାଇ ଶେଷ ସୁଦ୍ଧା ପ୍ରତି ବ୍ଲକରେ ପାଖାପାଖି ୩୧୭ ମିଲିମିଟର ବର୍ଷା ହେବା କଥା। ହେଲେ ଓଡ଼ାପଡ଼ା ବ୍ଲକରେ ମାତ୍ର ୧୨୦ ମିଲିମିଟର ବର୍ଷିଛି, ଯାହା ୬୨% କମ୍‌। ବ୍ଲକର ନିମିଧା, ବିଡୋ, ମୋଟଙ୍ଗା ପଞ୍ଚାୟତରେ ଧାନଚାଷ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଗଁଦିଆ ବ୍ଲକରେ ୧୩୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ବାଭାବିକ ବର୍ଷାଠାରୁ ୫୮% କମ୍‌। ବ୍ଲକ ଅଧୀନ ନିହଲପ୍ରସାଦ, ବେଗା, ରତନପୁର, ଦିଗମ୍ବରପୁର, ଖଙ୍କିରା ପଞ୍ଚାୟତରେ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଚଳିତବର୍ଷ ଖରିଫ୍‌ ଋତୁରେ ଜିଲାରେ ୯୫ ହଜାର ହେକ୍ଟରରେ ଧାନଚାଷ ଲକ୍ଷ୍ୟ ରଖାଯାଇଛି। ଜୁଲାଇ ଶେଷ ସୁଦ୍ଧା ୫୭ହଜାର ହେକ୍ଟରରେ ବୁଣା କାର୍ଯ୍ୟ ସରିବା କଥା। ବର୍ତ୍ତମାନ ସୁଦ୍ଧା ୫୦,୮୬୦ ହେକ୍ଟର ଜମିରେ ଧାନବୁଣା ସରିଛି। ସେହିପରି ଏହି ସମୟ ମଧ୍ୟରେ ୩୮ହଜାର ହେକ୍ଟର ଜମିରେ ଧାନ ରୁଆ ସରିବା କଥା। ବର୍ତ୍ତମାନ ସୁଦ୍ଧା ୧୨,୨୨୯ ହେକ୍ଟରରେ ରୁଆ ସରିଛି। ଜମିରେ ପାଣି ନ ଥିବାରୁ ବେଉଷଣ ଆଗେଇ ପାରୁନାହିଁ। ଏହାକୁ ନେଇ ଅଣଜଳସେଚିତ ଅଞ୍ଚଳର ଭାଗଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। କାମାକ୍ଷାନଗର, ଭୁବନ, କଙ୍କଡ଼ାହାଡ଼ ଏବଂ ପରଜଙ୍ଗ ବ୍ଲକରେ ଜଳସେଚନ ସୁବିଧା ଥିବାରୁ ଚାଷୀମାନେ ସାମାନ୍ୟ ସୁବିଧା ସ୍ଥିତିରେ ଅଛନ୍ତି। ହେଲେ ଏହା ଚାଷକୁ ପର୍ଯ୍ୟାପ୍ତ ନୁହେଁ। ସପ୍ତାହକ ଭିତରେ ଭଲ ବର୍ଷା ହେଲେ ସ୍ଥିତିରେ ସୁଧାର ଆସିବ ବୋଲି କୃଷି ବିଭାଗ କହିଛି।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ରାଜକିଶୋର ନାୟକ କୁହନ୍ତି, ଜିଲାରେ ସ୍ବାଭାବିକଠାରୁ କମ୍‌ ବର୍ଷିଛି। ଓଡ଼ାପଡା ଏବଂ ଗଁଦିଆରେ ବର୍ଷାର ପରିମାଣ କମିଛି। କାମାକ୍ଷାନଗର ଉପଖଣ୍ଡର ୪ ବ୍ଲକରେ ରେଙ୍ଗାଳି ବାମ କେନାଲ, ଦଣ୍ଡାଧର, ଦଦରାଘାଟି ଜଳଭଣ୍ଡାର ଥିବାରୁ କମ୍‌ ସମସ୍ୟା ରହିଛି। କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି।
ଜମିରେ ପାଣି ନାହିଁ
ଚାଷ କରିବାକୁ ଜମିରେ ପାଣି ନାହିଁ। ରୁଆ କାମ ହୋଇପାରୁନି । ଗ୍ରାମାଞ୍ଚଳରେ ଉଠା ଜଳସେଚନର ସୁବିଧା ନାହିଁ। ଯେଉଁଠି ଉଠା ଜଳସେଚନର ସୁବିଧା ରହିଛି ତାହା କେବଳ ଷ୍ଟ୍ରକଚରରେ ସୀମିତ। ଅନେକ ଅଧାପନ୍ତରିଆ ଭାବେ ପଡ଼ିଛି। ସପ୍ତାହକ ଭିତରେ ବର୍ଷା ନ ହେଲେ ଚାଷ ଉଜୁଡ଼ିଯିବ।
-ପ୍ରଦ୍ୟୁମ୍ନ ପଣ୍ଡା,ଚାଷୀ
ତଳି ବୁଢ଼ା ହୋଇଗଲାଣି
ବର୍ଷା ନାହିଁ । ତଳି ବୁଢ଼ା ହୋଇଗଲାଣି। ହାତୀ ଉପଦ୍ରବ ଦାଉସାଧୁଛି। କରୋନା ପ୍ରଭାବରେ ଆର୍ଥିକ ସ୍ଥିତି ସଜାଡ଼ିବାକୁ ଆଶା ରଖି ଚାଷୀମାନେ ଚାଷ କରିଥିଲେ। ସେତକ ବି ହେଉନାହିଁ। ଚାଷୀମାନେ ଆଶା ହରାଇଲେଣି। ଚଳିତବର୍ଷ ମରୁଡ଼ି ଆଶଙ୍କା ବେଶି। ସହାୟତା ନ ମିଳିଲେ ସମସ୍ୟା ବଢ଼ିବ।
-ଜିତେନ୍ଦ୍ର ସାହୁ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri