Posted inରାଜ୍ୟ

ଶ୍ରଦ୍ଧାଙ୍କୁ ‘ମିସେସ୍‌ ଇଣ୍ଡିଆ ନୟନତାରା’ ଟାଇଟଲ୍‌

ଭୁବନେଶ୍ୱର, ୧୫। ୮(ବ୍ୟୁରୋ):‘ମିସ୍‌ ଇଣ୍ଡିଆ ନୟନତାରା’ର ଅପୂର୍ବ ସଫଳତା ପରେ ଏସ୍‌ଜେ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଚାଲିଥିବା ‘ମିସେସ୍‌ ଇଣ୍ଡିଆ ନୟନତାରା’ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫିନାଲେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। କୋଲକାତାର ଶ୍ରଦ୍ଧା ଭଟ୍ଟାଚାର୍ଯ୍ୟ ‘ମିସେସ୍‌ ଇଣ୍ଡିଆ ନୟନତାର’ ଟାଇଟଲ୍‌ ହାସଲ କରିଛନ୍ତି। ସେହିପରି ଭୁବନେଶ୍ୱରର ମନୀଷା ରାଣୀ ଦାଶ ପ୍ରଥମ ଓ ବଲାଙ୍ଗୀର ସୟଦ ସୁମନ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ପ୍ରାୟ ୪୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବ୍ୟକ୍ତିତ୍ୱ ବିକାଶ, ଯୋଗାଯୋଗ ଦକ୍ଷତା, ସୌନ୍ଦର୍ଯ୍ୟ, ମାନସିକ ଓ ଶାରୀରିକ କାର୍ଯ୍ୟ, ଆଚରଣ ପରିଚାଳନା, ଅନ୍‌ଲାଇନ୍‌ କ୍ଲାସ୍‌ ଓ ଗ୍ରୁମିଙ୍ଗ୍‌ ସହିତ ୩ ମାସର ଅନ୍‌ଲାଇନ୍‌ ଅଧିବେଶନ କରାଯାଇ ଗ୍ରାଣ୍ଡ୍‌ ଫିନାଲେ ପାଇଁ ଶ୍ର୍ରେଷ୍ଠ ୭ଜଣଙ୍କୁ ଚୟନ କରାଯାଇଥିଲା। ଏସ୍‌ଜେ ପ୍ରଡକ୍ସନର ଫାଉଣ୍ଡର ତଥା ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ସେମାନଙ୍କୁ ଯୋଗାଯୋଗ ଦକ୍ଷତା ଓ ଆଚରଣ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଥିବାବେଳେ, ଚନ୍ଦନ ଦାସ ବ୍ୟକ୍ତିତ୍ୱ ବିକାଶ, ସାଗରିକା ମହାନ୍ତି ଶରୀର ଯତ୍ନ, ବିଭୁଦତ୍ତ ଦାସ ସାଧାରଣ ଜ୍ଞାନ ଓ ନୃତ୍ୟ, ଚିନ୍ମୟ ପ୍ରଧାନ କ୍ରୀଡା ଓ ବ୍ୟାୟାମ ସମ୍ପର୍କରେ ଟ୍ରେନିଂ ଦେଇଥିଲେ। ଫିନାଲେରେ ପ୍ରତିଯୋଗୀମାନେ ଡିଜାଇନର ଜିତ୍‌ ଜଗଜିତ୍‌ ଓ ନିକିତା ନାୟକଙ୍କ ପୋଷାକ ପରିଧାନ କରିଥିଲେ। ଏଥିସହ ଡିମ୍ପି ମହାପାତ୍ର ମେକଅପ୍‌ ଓ କେଶ ବିନ୍ୟାସ କରିଥିଲେ। ଉଦ୍ୟୋଗକାରୀ ବନସ୍ମିତା ପତି, ଶିକ୍ଷାବିତ୍‌ ବବିତା ପଟ୍ଟନାୟକ, ମଡେଲ୍‌ ତଥା ଅଭିନେତ୍ରୀ ଜାଗୃତି ରଥ ଓ ମିଡିଆ ପର୍ସନ ତପସ୍ବିନୀ ପଟ୍ଟନାୟକ ବିଚାରକ ରହିଥିଲେ। ପ୍ରତିଯୋଗିତାରେ ଅନ୍ୟ ୪ଜଣ ଫାଇନାଲିଷ୍ଟ ସୁଦୀପ୍ତା ରାଣୀ ବିଶ୍ୱାଳ, ନେହା ଅଗ୍ରଓ୍ବାଲ, ମୋନାଲିସା ପାଢୀ ଓ ଜ୍ୟୋତିରୂପା ଶତପଥୀଙ୍କୁ ଗ୍ଲାମର୍ସ ଲୁକ୍‌, ଫିଟନେସ୍‌ ଗର୍ଲ, ବ୍ୟକ୍ତିତ୍ୱ, ଫ୍ୟାଶନ୍‌ ଆଇକନ୍‌ ସବ୍‌ଟାଇଟଲ୍‌ ସହିତ ପୁରସ୍କୃତ କରାଯାଇଥିଲା। ଭବିଷ୍ୟତରେ ଏମାନେ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରି ଗର୍ବିତ କରିବେ। ଆଗାମୀ ଦିନରେ ଓଡ଼ିଶାକୁ ଭାରତର ଫ୍ୟାଶନ ରାଜଧାନୀ କରିବାର ଲକ୍ଷ୍ୟ ଥିବା ଶାଶ୍ୱତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri