Posted inଖେଳ

ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍‌ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି। ବର୍ଷ ଆରମ୍ଭରୁ ଜାମାଇକାରେ ଟ୍ରେନିଂ କରୁଥିବାରୁ ଭାରତର ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ଭାବେ ସେ କୋଭିଡ-୧୯ ପରେ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାର ସୁଯୋଗ ପାଇଥିଲେ। କିଙ୍ଗଷ୍ଟନରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ଭେଲୋସିଟି ଫେଷ୍ଟ ମିଟ୍‌ର ମହିଳା ୧୦୦ ମିଟରରେ ଭାଗ ନେଇଥିଲେ ୨୯ ବର୍ଷୀୟା ଶ୍ରାବଣୀ।
୨୦୧୭ରୁ ଜାମାଇକାରେ ଆଥଲେଟିକ୍ସ ମିଟ୍‌ ଗୁଡ଼ିକରେ ଭାଗ ନେଇ ଆସୁଛନ୍ତି ଶ୍ରାବଣୀ। ଭଲ ସ୍ଥାନରେ ଟ୍ରେନିଂ କରିବାକୁ ହେଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସମ୍ପ୍ରତି ସେ ଜାମାଇକାର ଏମଭିପି ଟ୍ରାକ୍‌ କ୍ଲବରେ ଟ୍ରେନିଂ ନେଉଛନ୍ତି। ତେଣୁ ପ୍ରତିଦ୍ୱନ୍ଦ୍ୱିତାରେ ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ଭେଲୋସିଟି ଫେଷ୍ଟ ୧୦୦ ମିଟର ହିଟ୍‌ରେ ୧୧.୭୮ ସେକେଣ୍ଡ ସମୟ ନେଇଥିବା ଶ୍ରାବଣୀ ଓଭରଅଲ୍‌ ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ଅଲିମ୍ପିକ୍ସ ଚାମ୍ପିୟନ ଏଲିନେ ଥମ୍ପସନ, ତାରକା ଧାବିକା ଶେଲୀ-ଆନ୍‌ ଫ୍ରାସର-ପିୟର୍ସ ପ୍ରମୁଖ ଭାଗ ନେଇଥିଲେ। ଶ୍ରାବଣୀ ଶେଷଥରପାଇଁ ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୪x୧୦୦ ମିଟର ରିଲେରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଏହାପରେ ସେ ଆଉ ଭାରତୀୟ ଦଳର ସଦସ୍ୟା ହୋଇ ନାହାନ୍ତି। ୨୦୧୯ରେ ଭାରତୀୟ ପ୍ରତିଯୋଗୀମାନେ ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପରି ବଡ଼ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇଥିଲେ ହେଁ ଶ୍ରାବଣୀ ଏଥିରୁ ଦୂରେଇ ରହିଥିଲେ। ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ଟୋକିଓ ଅଲିମ୍ପିକ୍ସ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ସହଜ ନୁହେଁ। ମହିଳା ୧୦୦ ମିଟରରେ ୧୧.୧୫ ଓ ୨୦୦ ମିଟରରେ ୨୨.୮୦ ସେକେଣ୍ଡ ସମୟକୁ ଯୋଗ୍ୟତାର ମାନଦଣ୍ଡରୂପେ ଧାର୍ଯ୍ୟ କରାଯାଇଛି। ଏହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁ ଊର୍ଦ୍ଧ୍ୱରେ ହୋଇଥିଲେ ହେଁ ସେ ୨ଟି ଯାକ ଇଭେଣ୍ଟ ଉପରେ ଫୋକସ କରୁଛନ୍ତି ଏବଂ ଆଶା ରଖିଛନ୍ତି ବୋଲି କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସର ୨୦୦ ମିଟରରେ ଭାଗ ନେଇଥିଲେ ଏହି ଓଡ଼ିଆ ଆଥଲେଟ୍‌। ତେବେ ସେ ନିଜ୍‌ ହିଟ୍‌ରେ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୧୦୦ ଓ ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଯଥାକ୍ରମେ ୧୧.୪୫ ଓ ୨୩.୦୭ ସେକେଣ୍ଡ।
ବିଶ୍ୱର ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଥଲେଟ୍‌ମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜାମାଇକାରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ହୋଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ସୁଯୋଗ ନାହିଁ। କରୋନା ଭାଇରସ ସଂକ୍ରମଣରେ ସବୁଠାରୁ କମ୍‌ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଜାମାଇକା ଅନ୍ୟତମ। ମୋଟ ୮୩୭ ଜଣ ସଂକ୍ରମିତ ହୋଇଥିବାବେଳେ ୭୧୧ ସୁସ୍ଥ ହୋଇଛନ୍ତି। ଏବେ ମାତ୍ର ୧୧୬ ଆକ୍ଟିଭ୍‌ କେସ୍‌ ରହିଛି। ଚଳିତ ବର୍ଷ ଶେଷଭାଗରେ ଭାରତକୁ ଫେରି ଘରୋଇ ପ୍ରତିଯୋଗିତାରେ ଭାଗ ନେବା ସମ୍ପର୍କରେ ସେ କିଛି ଯୋଜନା କରି ନାହାନ୍ତି। ପରିସ୍ଥିତିକୁ ଦେଖି ଯାହାକିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫଆଇ) ପକ୍ଷରୁ ସେପ୍ଟେମ୍ବର ୧୨ରେ ଘରୋଇ ସିଜନ ଆରମ୍ଭ କରାଯିବା ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ଥାନା ଗେଟ୍‌ ବନ୍ଦ କରିବା ସହ ରାସ୍ତା ରୋକୋ କଲେ ମହିଳା

ମୋରଡା,୨୪।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଲୋକେ ଜଣେ ଅଚିହ୍ନା ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଉତ୍ୟକ୍ତ ମହିଳାମାନେ ଆଜି…

ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ରଣହୁଙ୍କାର, ‘ଡବଲ ଇଂଜିନ ସରକାର କରୁଛି କଣ’

ଭୁବନେଶ୍ବର,୨୪।୨: ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି…

ରାଉରକେଲା NIT କ୍ୟାମ୍ପସରେ ହାତୀ ଆତଙ୍କ, ଛାତ୍ରୀଛାତ୍ର ଭୟଭୀତ

ରାଉରକେଲା,୨୪।୨(ସଂଗୀତା ଜେନା): ମଙ୍ଗଳବାର ସକାଳେ ଦୁଇଟି ବନ୍ୟ ହାତୀ ରାଉରକେଲା ପରିସରରେ ପ୍ରବେଶ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ୟାମ୍ପସରେ କିଛି ସମୟ ପାଇଁ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ନାଲ୍‌କୋ ସପକ୍ଷବାଦୀଙ୍କୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଚେତାବନୀ: କମ୍ପାନୀ ବିପକ୍ଷବାଦୀଙ୍କ ବୈଠକ

ପଟ୍ଟାଙ୍ଗି,୨୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମ ନିକଟରେ ବିପକ୍ଷବାଦୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି।…

ଜମି ପାଖ ପୋଖରୀରୁ ମିଳିଲା ମୃତଦେହ ଉଦ୍ଧାର: ସନ୍ଦେହଜନକ ମୃତ୍ୟୁକୁ ନେଇ ବଢିଲା ଚର୍ଚ୍ଚା

ବଲାଙ୍ଗୀର,୪।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ମିରିଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ପାଖ ଜମିରେ ଥିବା ଏକ ପୋଖରୀରୁ…

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri