ତୀର ମାରି ଗର୍ଭଣୀ ହାତୀକୁ ମାରିଦେଲେ

କେନ୍ଦୁଝର/ତେଲକୋଇ, ୮ା୧୧(ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ତାଳପଦା ବିଟ୍‌ ଅଧୀନ କୁଳିଆପାଳ ନିକଟ କଳାପାଟ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏକ ମାଈ ହାତୀ ଓ ଶାବକର ଗଳିତ ମୃତଦେହ ଠାବ କରିଛି। ମା’ ହାତୀକୁ ତୀର ବିଦ୍ଧ କରି ହତ୍ୟା କରାଯାଇ୍‌ଥିବା ବ୍ୟବଚ୍ଛେଦରୁ ଜଣାପଡ଼ିଛି। ବ୍ୟବଚ୍ଛେଦରେ ମୃତ ମାଈ ହାତୀର ଶରୀରରୁ ତୀର ବାହାରିଛି। ତୀରଟି ପାକସ୍ଥଳୀ ଦେଇ ଗର୍ଭାଶୟକୁ ଭେଦ କରିଥିଲା। ଅସହ୍ୟ ଯନ୍ତ୍ରଣା ଯୋଗୁ ଅପରିପକ୍ୱ ଛୁଆ ହାତୀ ଜନ୍ମ ଦେବା ପରେ ମା’ ହାତୀଟିର ମୃତ୍ୟୁ ଘଟିଛି ବୋଲି ବ୍ୟବଚ୍ଛେଦ କରିଥିବା ପ୍ରାଣୀ ଚିକିତ୍ସକ ଡା. କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ପାଖାପାଖି ଦୁଇ ସପ୍ତାହ ତଳୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବରପାଇ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନ୍‌ରାଜ, ତେଲକୋଇ ରେଞ୍ଜର ଶିବାଜୀମୋହନ ରାଓ ଅନ୍ୟ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସୂଚନା ମୁତାବକ, ସୋମବାର କଳାପାଟ ଗ୍ରାମର କିଛି ଲୋକେ ଉକ୍ତ ଜଙ୍ଗଲକୁ ଯାଇଥିବା ବେଳେ ଦୁର୍ଗନ୍ଧ ହୋଇଥିଲା। ସେଠାରେ ଦୁଇ ହାତୀର ଗଳିତ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ତାଳପଦା ସେକ୍ସନ ବନ କର୍ମଚାରୀ ସଂରକ୍ଷିତ ଜଙ୍ଗଲକୁ ଯାଇ ଖୋଜାଖୋଜି କରି ମୃତଦେହ ଠାବ କରିଥିଲେ। ମାଈ ହାତୀ ମୃତଦେହର ବାମ ପଟ ପେଟରେ ତୀର ବିଦ୍ଧ ହୋଇଥିବା ଦାଗ ଥିବାରୁ ବିଷଯୁକ୍ତ ତୀରରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏନେଇ ଡିଏଫ୍‌ଓ କହିଛନ୍ତି, ହାତୀ ସ୍ଥାନୀୟ ଅଞ୍ଚଳରେ ବହୁ ଚାଷଜମି କ୍ଷତି କରିଛନ୍ତି। ତେଣୁ କେହି ଚାଷୀ ଉକ୍ତ ହାତୀକୁ ତୀର ମାରିଥାଇପାରନ୍ତି। ମୃତ ହାତୀର ବ୍ୟବଚ୍ଛେଦ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝର ଡିଭିଜନର ୭ଟି ରେଞ୍ଜରେ ସମୁଦାୟ ୧୨୫ ହାତୀଙ୍କ ଚଳପ୍ରଚଳ ରହିଛି। ତେଲକୋଇ ରେଞ୍ଜ ତାଳପଦା ସେକ୍ସନ ତାଳପଦା ବିଟ୍‌ରେ ଗତ ୫ ଦିନ ମଧ୍ୟରେ ହାତୀଙ୍କ ଚଳପ୍ରଚଳ ନେଇ ରିପୋର୍ଟ କରାଯାଇନାହିଁ। ଏହି ଦୁଇ ମୃତ ହାତୀ ସେଠାକୁ କିପରି ଆସିଲେ ଏବଂ ପୂର୍ବରୁ ରିପୋର୍ଟ ହୋଇଛି କି ନାହିଁ ତାହା ତଦନ୍ତ ଦାବି ହୋଇଛି। ତେବେ ହାତୀ ଜଗିବା ପାଇଁ ନିୟୋଜିତ ଥିବା ସ୍କ୍ବାଡ୍‌ କର୍ମଚାରୀଙ୍କୁ ଘରୋଇ କାମ, ବନୀକରଣ, ଅଫିସ କାମ ଆଦିରେ ନିୟୋଜିତ କରାଯାଉଥିବାରୁ ହାତୀମାନଙ୍କର ନିରୀକ୍ଷଣ ଠିକ୍‌ ଭାବରେ ହୋଇପାରୁନାହିଁ ବୋଲି କୁହାଯାଉଛି।

୨ ବର୍ଷରେ ୧୨ ହାତୀଙ୍କ ମୃତ୍ୟୁ

ଗତ ଜୁନ୍‌ ୨୬ରେ ଉକ୍ତ ବନାଞ୍ଚଳର କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ଶବ ବନ ବିଭାଗ ଉଦ୍ଧାର କରିଥିଲା। କିଛି ମାସ ତଳେ ସଦର ରେଞ୍ଜରେ ୨ ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିଲେ ଏବଂ ୨୦୨୧-୨୨ରେ କେନ୍ଦୁଝର ଡିଭିଜନରେ ୬ ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୦୨୨-୨୩ ଅଦ୍ୟାବଧି ୬ ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସନ୍ଦେହରେ ହାତୀ ଟ୍ରାକିଂ ବ୍ୟବସ୍ଥା
କେନ୍ଦୁଝର ଜିଲାରେ ହାତୀମାନଙ୍କ ଚଳପ୍ରଚଳ ନିରୀକ୍ଷଣ ଓ ହାତୀମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟେକ ଦିନ ହାତୀ ସ୍କ୍ବାଡ୍‌ ତଥା ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡମାନେ ନିଜ ନିଜ ବନାଞ୍ଚଳରେ ହାତୀର ଉପସ୍ଥିତି ନେଇ ଏକ ଆପ୍‌ ମାଧ୍ୟମରେ ରିପୋର୍ଟ କରିଥାନ୍ତି। ମାତ୍ର ଏହି ଘଟଣାରେ ଦୀର୍ଘ ଦିନ ଧରି ହାତୀ ମୃତ୍ୟୁବରଣ କରିଥିଲେ ହେଁ କିପରି ବନ ବିଭାଗ ଜାଣିପାରିଲେ ନାହିଁ, ଏ ନେଇ ହାତୀର ଉପସ୍ଥିତି ନେଇ ଦୈନନ୍ଦିନ ଦିଆଯାଉଥିବା ରିପୋର୍ଟ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏଣୁ ବନ କର୍ମଚାରୀମାନେ ଅଞ୍ଚଳକୁ ଯାଉ ନ ଥିବା ଏବଂ ଠିକ୍‌ ଟ୍ରାକିଂ ନ କରି ରିପୋର୍ଟ ଦେଉଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅବହେଳା ପରିଲକ୍ଷିତ ହୋଇ ଆସୁଥିଲେ ହେଁ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନାହିଁ। ଫଳରେ ସୋମବାର ପୁଣି ୨ଟି ହାତୀର ମୃତଦେହ ଠାବ ହେବା ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri