ରାସ୍ତା ଅଭାବ ଗୁରୁତର ରୋଗୀଙ୍କ ପାଇଁ କାଳ

ନୟାଗଡ଼ ଅଫିସ,୨୩।୨: ଗାଁକୁ ରାସ୍ତା ନ ଥିବାରୁ ଗୁରୁତର ରୋଗୀଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରୁନାହିଁ । ଆମ୍ବୁଲାନ୍ସ ଗାଁକୁ ଆସୁନାହିଁ । ଏପରି ପରିସ୍ଥିତି ପାଇଁ ଆଶୁ ଚିକିତ୍ସା ଅଭାବରୁ ରୋଗୀମାନଙ୍କ ଜୀବନ ଯାଉଛି । ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକରେ ୬୦ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନ ଥିବାରୁ ଗତ ୨ମାସରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକାଂଶ ସମୟରେ ପରିବାର ଲୋକଙ୍କ ସହିତ ସମ୍ପର୍କୀୟମାନେ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ମୁଖ୍ୟ ରାସ୍ତା ପାଖକୁ ଆଣୁଛନ୍ତି । ସେଠାରୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସରେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଛି । ଏଥିପାଇଁ ଚିକିତ୍ସାରେ ବିଳମ୍ବ ଘଟିବା ଯୋଗୁ ରୋଗୀମାନେ ଜରୁରୀ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ଫଳରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ରାସ୍ତା ଯୋଗୁ ଅଭିଶପ୍ତ ଜୀବନଯାପନ କରୁଥିଲେ ମଧ୍ୟ ସରକାରଙ୍କ ଯୋଜନା ଥାଇ କାହିଁକ ରାସ୍ତା ହୋଇପାରୁନି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କଳାସଖମଣ ପଞ୍ଚାୟତରେ ଭୋଗବାଡ଼ି, ଗୋଟାପଦର,ଗେଣ୍ଡାଳି, ପାଣ୍ଡେରୀ, କୁଡୁଙ୍ଗୁ, କଣାପାଜୁ, ନୂଆସାହି, ଭୁଟାପଦର, ବାରନାଳିଆ, ଲେଡିପଦର, ଚକିଡା ପରି ଦଶପଲ୍ଲା ବ୍ଲକର ୬୦ରୁ ଊର୍ଦ୍ଧ୍ୱ ଗାଁକୁ ଯିବାକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକମାନେ ଜୀବନ ଯନ୍ତ୍ରଣା ଭୋଗି ଆସୁଛନ୍ତିି । ସେମାନଙ୍କ ମଧ୍ୟରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଛି । ନିକଟରେ ଭୋଗବାଡି ପଞ୍ଚାୟତ ସାଦଭୂଇଁ ଗାଁର ଜଣେ ଗର୍ଭବତୀ ମହିଳା ଓ କଳସାଖମଣ ପଞ୍ଚାୟତ ଭୋଗବାଡି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଦଭୂଇଁ ଗାଁର ରଞ୍ଜିତା ବେହେରା(୨୨) ପୋଖରୀଗୋଛା ପଞ୍ଚାୟତ କଇଁଆଡିହ ଗାଁର ଜନାର୍ଦ୍ଦନ ବେହେରାଙ୍କୁ ବିବାହ କରିଥିଲେ । ଜାଗର ଯାତ୍ରା ଦେଖିବା ପାଇଁ ରଞ୍ଜିତା ବାପଘର ସାଦଭୁଇଁକୁ ଆସିଥିଲେ। ହେଲେ କୌଣସି କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ ା ରାସ୍ତା ନ ଥିବାରୁ ସାଦଭୂଇଁ ଗଁାକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଗାଁଠାରୁ ୧ କିମି ଦୂରରେ ରହିଥିଲା ଆମ୍ବୁଲାନ୍ସ । ପାଦଚଲା ରାସ୍ତାରେ ପ୍ରସୂତି ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ଗତ ୧୯ ତାରିଖରେ ଆମ୍ବୁଲାନ୍ସ ପାଖକୁ ନିଆ ଯାଇଥିଲା । ଏକ ବିଲ ହୁଡାରେ ରଞ୍ଜିତା ଶିଶୁପୁତ୍ର ଜନ୍ମ ଦେଇ ଅଚେତ ହୋଇ ପଡିଥିଲେ । ଏହାପରେ ପ୍ରସୂତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗତ ଜାନୁୟାରୀ ୨ରେ କଳସାଖମଣ ପଞ୍ଚାୟତ ଭୋଗବାଡି ଗାଁର ସନ୍ନ୍ୟାସୀ ବେହେରା(୫୫) ନାମକ ଗୁରୁତର ରୋଗୀଙ୍କୁ ଖଟିଆ ଯୋଗେ ୩ କିମି ବୋହିବାକୁ ପଡିଥିଲା । ରୋଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚାଇବା ପରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନେଇଥିଲା । ତେବେ ଆମ୍ବୁଲାନ୍ସ ଦଶପଲ୍ଲା କି ନୟାଗଡ଼ରୁ ଆସି ନ ଥିଲା । ଆମ୍ବୁଲାନ୍ସ ଗଞ୍ଜାମ ଜିଲା ଗାଲେରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସି ନେଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅବସ୍ଥାରେ ଉନ୍ନତି ନ ଆସିବାରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଶପଲ୍ଲାର ଏପରି ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ଗାଁ ବିକାଶର ବାହାବାକୁ ସମାଲୋଚନା କରିବାକୁ ବିରୋଧୀଙ୍କୁ ପଥ ଦେଖାଇଛି । ଏନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କୁହନ୍ତି, ସଫଳତା ପାଇଁ ବାହାବା ନିଆଯାଉଛି । ତେବେ ବିଫଳତା ପାଇଁ ଦୋଷ ମୁଣ୍ଡାଇବାକୁ ଅସୁବିଧା କାହିଁକି । ସରକାର ବିକାଶର ବାର୍ତ୍ତା ଦେଉଥିବାବେଳେ ଦୁର୍ଗମ ଅଞ୍ଚଳକୁ କାହିଁକି ରାସ୍ତା କରୁନାହାନ୍ତି । ସରକାରଙ୍କ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପଞ୍ଚାୟତରାଜ ବିଭାଗର ରାସ୍ତା ନିର୍ମାଣ ପରି ଯୋଜନା ଗଲା କୁଆଡେ । ବିକାଶ ପାଇଁ ଯଦି ଲୋକଙ୍କ ଟ୍ୟାକ୍ସରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜ୍ଞାପନ ଦିଆଯାଉଛି ତେବେ ଦୁର୍ଗମ ଅଞ୍ଚଳ ବିକାଶ କାହିଁକି ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ରାସ୍ତା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କୁ ଅବଗତ କରାଯାଇଛି । ଏଣୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖୁବ୍‌ଶୀଘ୍ର ପିଆଇଏଲ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri