ରାସ୍ତା ଅଭାବ ଗୁରୁତର ରୋଗୀଙ୍କ ପାଇଁ କାଳ

ନୟାଗଡ଼ ଅଫିସ,୨୩।୨: ଗାଁକୁ ରାସ୍ତା ନ ଥିବାରୁ ଗୁରୁତର ରୋଗୀଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚା ଯାଇପାରୁନାହିଁ । ଆମ୍ବୁଲାନ୍ସ ଗାଁକୁ ଆସୁନାହିଁ । ଏପରି ପରିସ୍ଥିତି ପାଇଁ ଆଶୁ ଚିକିତ୍ସା ଅଭାବରୁ ରୋଗୀମାନଙ୍କ ଜୀବନ ଯାଉଛି । ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକରେ ୬୦ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନ ଥିବାରୁ ଗତ ୨ମାସରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକାଂଶ ସମୟରେ ପରିବାର ଲୋକଙ୍କ ସହିତ ସମ୍ପର୍କୀୟମାନେ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୋହି ମୁଖ୍ୟ ରାସ୍ତା ପାଖକୁ ଆଣୁଛନ୍ତି । ସେଠାରୁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସରେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଛି । ଏଥିପାଇଁ ଚିକିତ୍ସାରେ ବିଳମ୍ବ ଘଟିବା ଯୋଗୁ ରୋଗୀମାନେ ଜରୁରୀ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ଫଳରେ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଗମ ଅଞ୍ଚଳର ଲୋକେ ରାସ୍ତା ଯୋଗୁ ଅଭିଶପ୍ତ ଜୀବନଯାପନ କରୁଥିଲେ ମଧ୍ୟ ସରକାରଙ୍କ ଯୋଜନା ଥାଇ କାହିଁକ ରାସ୍ତା ହୋଇପାରୁନି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କଳାସଖମଣ ପଞ୍ଚାୟତରେ ଭୋଗବାଡ଼ି, ଗୋଟାପଦର,ଗେଣ୍ଡାଳି, ପାଣ୍ଡେରୀ, କୁଡୁଙ୍ଗୁ, କଣାପାଜୁ, ନୂଆସାହି, ଭୁଟାପଦର, ବାରନାଳିଆ, ଲେଡିପଦର, ଚକିଡା ପରି ଦଶପଲ୍ଲା ବ୍ଲକର ୬୦ରୁ ଊର୍ଦ୍ଧ୍ୱ ଗାଁକୁ ଯିବାକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକମାନେ ଜୀବନ ଯନ୍ତ୍ରଣା ଭୋଗି ଆସୁଛନ୍ତିି । ସେମାନଙ୍କ ମଧ୍ୟରୁ ବହୁ ରୋଗୀଙ୍କ ମୃତ୍ୟୁ ଘଟୁଛି । ନିକଟରେ ଭୋଗବାଡି ପଞ୍ଚାୟତ ସାଦଭୂଇଁ ଗାଁର ଜଣେ ଗର୍ଭବତୀ ମହିଳା ଓ କଳସାଖମଣ ପଞ୍ଚାୟତ ଭୋଗବାଡି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଦଭୂଇଁ ଗାଁର ରଞ୍ଜିତା ବେହେରା(୨୨) ପୋଖରୀଗୋଛା ପଞ୍ଚାୟତ କଇଁଆଡିହ ଗାଁର ଜନାର୍ଦ୍ଦନ ବେହେରାଙ୍କୁ ବିବାହ କରିଥିଲେ । ଜାଗର ଯାତ୍ରା ଦେଖିବା ପାଇଁ ରଞ୍ଜିତା ବାପଘର ସାଦଭୁଇଁକୁ ଆସିଥିଲେ। ହେଲେ କୌଣସି କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ ା ରାସ୍ତା ନ ଥିବାରୁ ସାଦଭୂଇଁ ଗଁାକୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଗାଁଠାରୁ ୧ କିମି ଦୂରରେ ରହିଥିଲା ଆମ୍ବୁଲାନ୍ସ । ପାଦଚଲା ରାସ୍ତାରେ ପ୍ରସୂତି ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ଗତ ୧୯ ତାରିଖରେ ଆମ୍ବୁଲାନ୍ସ ପାଖକୁ ନିଆ ଯାଇଥିଲା । ଏକ ବିଲ ହୁଡାରେ ରଞ୍ଜିତା ଶିଶୁପୁତ୍ର ଜନ୍ମ ଦେଇ ଅଚେତ ହୋଇ ପଡିଥିଲେ । ଏହାପରେ ପ୍ରସୂତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗତ ଜାନୁୟାରୀ ୨ରେ କଳସାଖମଣ ପଞ୍ଚାୟତ ଭୋଗବାଡି ଗାଁର ସନ୍ନ୍ୟାସୀ ବେହେରା(୫୫) ନାମକ ଗୁରୁତର ରୋଗୀଙ୍କୁ ଖଟିଆ ଯୋଗେ ୩ କିମି ବୋହିବାକୁ ପଡିଥିଲା । ରୋଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚାଇବା ପରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନେଇଥିଲା । ତେବେ ଆମ୍ବୁଲାନ୍ସ ଦଶପଲ୍ଲା କି ନୟାଗଡ଼ରୁ ଆସି ନ ଥିଲା । ଆମ୍ବୁଲାନ୍ସ ଗଞ୍ଜାମ ଜିଲା ଗାଲେରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସି ନେଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅବସ୍ଥାରେ ଉନ୍ନତି ନ ଆସିବାରୁ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଶପଲ୍ଲାର ଏପରି ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ଗାଁ ବିକାଶର ବାହାବାକୁ ସମାଲୋଚନା କରିବାକୁ ବିରୋଧୀଙ୍କୁ ପଥ ଦେଖାଇଛି । ଏନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କୁହନ୍ତି, ସଫଳତା ପାଇଁ ବାହାବା ନିଆଯାଉଛି । ତେବେ ବିଫଳତା ପାଇଁ ଦୋଷ ମୁଣ୍ଡାଇବାକୁ ଅସୁବିଧା କାହିଁକି । ସରକାର ବିକାଶର ବାର୍ତ୍ତା ଦେଉଥିବାବେଳେ ଦୁର୍ଗମ ଅଞ୍ଚଳକୁ କାହିଁକି ରାସ୍ତା କରୁନାହାନ୍ତି । ସରକାରଙ୍କ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପଞ୍ଚାୟତରାଜ ବିଭାଗର ରାସ୍ତା ନିର୍ମାଣ ପରି ଯୋଜନା ଗଲା କୁଆଡେ । ବିକାଶ ପାଇଁ ଯଦି ଲୋକଙ୍କ ଟ୍ୟାକ୍ସରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଜ୍ଞାପନ ଦିଆଯାଉଛି ତେବେ ଦୁର୍ଗମ ଅଞ୍ଚଳ ବିକାଶ କାହିଁକି ହେଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ରାସ୍ତା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କୁ ଅବଗତ କରାଯାଇଛି । ଏଣୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖୁବ୍‌ଶୀଘ୍ର ପିଆଇଏଲ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri