ପଣସର ଅଭାବୀ ବିକ୍ରି, ବାହାର ରାଜ୍ୟ ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି,୨୭ା୫ (ଗିରିଧାରୀ ପରିଛା): ଗଜପତି ଜିଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଏବଂ ରାୟଗଡ଼ ବ୍ଲକରେ ଉତ୍ପାଦିତ ପଣସର ଚାହିଦା ଦେଶର ବିଭିନ୍ନ ରାଜ୍ୟରେ ବେଶ ଅଧିକ ରହିଛି। ବିଶେଷକରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଛତିଶଗଡ଼, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ରାଜ୍ୟକୁ ଏହା ରପ୍ତାନି ହୋଇଥାଏ। ଚଳିତବର୍ଷ ପଣସ ଉତ୍ପାଦନ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଗୁମ୍ମା ବ୍ଲକର ଡ଼କଳାକୋଟ, ଡୁମ୍ବାଡ଼ା, ଅଜୟଗଡ଼, ଭୁବୁନି, ତରଙ୍ଗଡ଼ା, ସେରଙ୍ଗ, ଆଶ୍ରୟଗଡ଼ ଓ ନାମନାଗଡ଼ ଏବଂ ରାୟଗଡ଼ ବ୍ଲକର ଜିରାଙ୍ଗ, କଇଁପୁର ଓ ମଣ୍ଡଳସାହି ସହ ଆର. ଉଦୟଗିରି, ନୂଆଗଡ, ମୋହନା, ଗୋଷାଣୀ ଓ କାଶୀନଗର ବ୍ଲକର ବହୁ ଅଞ୍ଚଳରେ ବହୁ ପରିମାଣର ପଣସ ଉତ୍ପାଦିତ ହୁଏ। ପ୍ରାୟତଃ ନଭେମ୍ବର ମାସ ଶେଷ ସପ୍ତାହରୁ ପଣସ ଫଳ ଧରେ। ଜାନୁଆରି ମାସ ସୁଦ୍ଧା ବିକ୍ରିଯୋଗ୍ୟ ହୋଇଥାଏ। ଅଧିକ ଉତ୍ପାଦନ କାରଣରୁ ଚଳିତବର୍ଷ ବଜାରକୁ ବିପୁଳ ପରିମାଣର ପଣସ ଆସିଥିବା ଦେଖିବାକୁ ମିଳୁଛି। ତେବେ ଉତ୍ପାଦିତ ପଣସକୁ ସରକାରୀ ଭାବେ ବିକ୍ରୟ ପାଇଁ କୌଣସି ସୁବିଧା ଏବଂ ପ୍ରୋତ୍ସାହନ ନଥିବା ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ ବିଭିନ୍ନ ରାଜ୍ୟରୁ ଆସି ଡେରା ପକାଇଥିବା ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରୁଛନ୍ତି। ସ୍ଥାନୀୟ ଚାଷୀ ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ କିଲୋ ପିଛା ୩୦ ରୁ ୩୫ ଟଙ୍କାରେ ବିକ୍ରୟ କରୁଥିବା କହିଛନ୍ତି ଚାଷୀ ମଣ୍ଡୁ ମଣ୍ଡଳ, ଗଣେଶ ବାରିକ, ସାଇ ଗମାଙ୍ଗ ପ୍ରମୁଖ। ରାଞ୍ଚି, ରାୟପୁର, ମଥୁରା, କାଶୀ, ବୃନ୍ଦାବନ, ପାଟଣା ଓ କୋଲକାତାରୁ ଏବଂ ଅନ୍ୟ କିଛି ରାଜ୍ୟରୁ ମଧ୍ୟ ବ୍ୟବସାୟୀ ଆସିଥାନ୍ତି। ଉତ୍ପାଦନ ସମୟରେ ପ୍ରତ୍ୟେକ ଦିନ ଏହି ଅଞ୍ଚଳରୁ ପ୍ରାୟ ଦୁଇ ଟ୍ରକ ପଣସ ବାହାର ରାଜ୍ୟକୁ ଯାଉଛି। ଚଳିତବର୍ଷ ଅଧିକାଂଶ ସ୍ଥାନରେ ପଣସ ଉତ୍ପାଦନ ଅଧିକ ମାତ୍ରାରେ ହୋଇଛି। ହେଲେ ଏଥିନିମନ୍ତେ ସରକାରୀ ଭାବେ କୌଣସି ସୁବିଧା ଓ ସୁଯୋଗ ଯୋଗାଇଦେବାକୁ ଚାଷୀ ବହୁବାର ଦାବି କରିଥିଲେ ହେଁ, କୌଣସି ସୁଫଳ ମିଳୁନାହିଁ। ଫଳରେ ପଣସ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚାଷୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri