ଦୋକାନରେ ତାଲା, ଘରେ ବେପାର

ଅନୁଗୋଳ ଅଫିସ୍‌, ୨୮।୭
ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରହସନ ପାଲଟିଛି ଲକ୍‌ଡାଉନ୍‌ କଟକଣା। ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଥିଲେ ହେଁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। କେତେଜଣ ବ୍ୟବସାୟୀ ଅତି ଚତୁରତାର ସହ ଦୋକାନରେ ତାଲା ପକାଇ ଘରେ ରାଶନ ସାମଗ୍ରୀ ରଖି ଝରକାବାଟେ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି। ଏପରି କି ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଏହି ବ୍ୟବସାୟୀମାନେ ସେମାନଙ୍କ କାରବାର ଜାରି ରଖିଥିବା କୁହାଯାଉଛି। କିନ୍ତୁ ଏପରି ବ୍ୟବସାୟୀଙ୍କୁ ସାବାଡ୍‌ କରିବା ସହ ଜରିମାନା ଆଦାୟ ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚିପାରୁ ନ ଥିବା ଆଲୋଚନାର ବିଷୟ ହୋଇଛି।
ସହରର ବିଭିନ୍ନ ସାହିରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି। ଖୋଦ୍‌ ପୌରପାଳିକା କଲୋନୀ ନିକଟରେ ମଧ୍ୟ ଘର ଝରକାବାଟେ ରାଶନ ସାମଗ୍ରୀ ଗ୍ରାହକଙ୍କୁ ଦିଆଯାଉଛି। ଅନେକ ସ୍ଥାନରେ ଲୋକେ ରୁଣ୍ଡ ହୋଇ ଚା, ସିଗାରେଟ୍‌, ପୁଡ଼ିଆ ଖାଇ ଖଟି କରୁଛନ୍ତି। ଶଟ୍‌ଡାଉନ ବେଳେ କ୍ଷୀର ବିକ୍ରି କରିବାକୁ ଅନୁମତି ପାଇଥିବା କେତେଜଣ ଦୋକାନୀ ଅନ୍ୟ ସାମଗ୍ରୀ ବିକ୍ରି କରୁଥିବା ଦେଖାଯାଉଛି। ଏ ନେଇ ପୌରପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଜରୁରିକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ କେହି କଟକଣା ଉଲ୍ଲଂଘନ କଲେ ସେମାନଙ୍କୁ ଧରିବା ପାଇଁ ଉପଜିଲାପାଳ, ପୋଲିସ, ପୌରପାଳିକା ଓ ତହସିଲ ଅଧିକାରୀଙ୍କୁ ମିଶାଇ ଏକ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଇଁତରା ମାରି ଅମାନିଆଙ୍କୁ ପ୍ରଥମେ ବୁଝାଇବେ। ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ରହିଛି। କିନ୍ତୁ ଟିମ୍‌ କେଉଁଠି ଚଢ଼ାଉ କରୁଛନ୍ତି ତାହା କେହି ଜାଣିପାରୁ ନାହାନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅବୁଝା ଲୋକଙ୍କୁ ଆଉ କିପରି ବୁଝାଇବୁ। ସେମାନଙ୍କୁ ଯାହା କହିଲେ ବି ସୁଧୁରୁ ନାହାନ୍ତି। ଏଥର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri