ଶୁଟିଂ ଚାଲିଛି ତୋ ପାଇଁ କିଛି ବି

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ତୋ ପାଇଁ କିଛି ବି’। ଏହାର ଶୁଟିଂ ଏବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲୁ ରହିଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଅମ୍ଳାନ ଏବଂ ରିୟା। ଖାସ୍‌ କଥା ହେଲା ବବି ମିଶ୍ର ଏଥିରେ ଏକ ଭିନ୍ନ ଅବତାରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ। ଅନ୍ୟପକ୍ଷରେ ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା କହନ୍ତି, ‘ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକା-ପ୍ରେମିକ କେତେ ବାଟ ଯାଇପାରନ୍ତି ତାହା ଏହି ସିନେମାରେ ଦେଖିବାକୁ ମିଳିବ। ମୋର ପୂର୍ବ ସିନେମା ପରି ଏହି ଫିଲ୍ମରେ ମଧ୍ୟ ମୁଁ କିଛି ପରୀକ୍ଷା ନିରୀକ୍ଷା କରିଛି। ଫିଲ୍ମଟିର କାହାଣୀ ସମ୍ପୂର୍ଣ୍ଣ ମୌଳିକ।’ ଉକ୍ତ ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ ରଚନା କରିବା ସହ ନିର୍ଦ୍ଦେଶନା ପରି ଗୁରୁଦାୟିତ୍ୱ ତୁଲାଉଛନ୍ତି ନିରଞ୍ଜନ। ପାଣ୍ଡବାଶୁଣୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚିତ୍ରରେ ଅମ୍ଳାନ, ରିୟା, ବବି ଏବଂ ରାଇମୋହନଙ୍କ ବ୍ୟତୀତ ପପି ସନ୍ତୁକା, ଦେବୁ ବ୍ରହ୍ମା, ପ୍ରତିଭା ପଣ୍ଡା, ସାତ୍ତ୍ୱକୀ ମିଶ୍ର ଏବଂ ତୃପ୍ତି ସିହ୍ନା ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଗୁଡଲି ରଥ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବାବେଳେ ହାତୀ ହାବୁଡ଼ରେ ପଡ଼ିଗଲେ, ଶୁଣ୍ଢରେ ଟେକି ବିଲରେ କଚାଡ଼ିଲା, ଆଉ ତା’ ପରେ…

କେନ୍ଦୁଝର,୧୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଉକ୍ତ ଅଞ୍ଚଳରେ…

Fifa World Cup Trophyରେ କେତେ ସୁନା ରହିଛି? ଓଜନ ଶୁଣିଲେ….

ନୂଆଦିଲ୍ଲୀ,୧୯।୭: ୨୦୨୬ ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ୨୦ ଜୁଲାଇରେ ନ୍ୟୁୟର୍କର ନ୍ୟୁ ଜର୍ସି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଳମ୍ବିତ ରାତି ୧୨ଟା୩୦ ମିନିଟରେ ହେବାକୁ…

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…

ବ୍ରହ୍ମପୁର, ୧୯।୭ (ଅଶୋକ ସାହୁ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ସଂଯୋଜକ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜୟନ୍ତ କୁମାର ପଣ୍ଡାଙ୍କୁ ରବିବାର ବିଦାୟକାଳୀନ…

IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୭: ଲର୍ଡସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ପୂର୍ବରୁ, ଭାରତୀୟ ଦଳ ପାଇଁ ଖରାପ ଖବର ଆସିଛି। ଦ୍ରୁତ ବୋଲର ଜସପ୍ରିତ ବୁମରାହ…

ଗୋଟିଏ ପରିବାରର ‘ଦୁଇ ଭାଇଙ୍କ ମଧ୍ୟରେ ଲଢେଇ’ ଫିଫା ବିଶ୍ୱକପ ୨୦୨୬ ଫାଇନାଲ; ୯୬ ବର୍ଷ ପରେ ବିରଳ ସଂଯୋଗ…

ନ୍ୟୁୟର୍କ,୧୯।୭: ଫିଫା ବିଶ୍ୱକପ 2026 ଫାଇନାଲ ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଯାଉଛି। ଏହି ଟାଇଟଲ ମୁକାବିଲା ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏକ…

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri