ଗୁଳି, ଭୁଜାଲି ମାଡ଼ ମାମଲା: ପୁଣି ଗିରଫ ହେଲେ ୬ ଅଭିଯୁକ୍ତ

ବରଗଡ଼ ଅଫିସ,୧୨।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗୁରୁବାର ସଂଘଟିତ ଗୁଳି ଏବଂ ଭୁଜାଲି ମାଡ଼ ଘଟଣାରେ ପୋଲିସ ଗତ ୧୦ ତାରିଖ ୨ଜଣ ଅଭିଯୁକ୍ତ ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ରବିବାର ପୋଲିସ ପୁଣି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ରେଳଷ୍ଟେଶନ ପଡାର ସୁଜିତ ସ୍ବାଇଁ(୨୬), ଦୁଷ୍ମନ୍ତ ମହାନ୍ତି(୨୮), ସରୋଜ ମଲ୍ଲିକ(୨୮), ଦିବ୍ୟରଞ୍ଜନ ଦାଶ(୨୭), ଇନ୍ଦ୍ରଜିତ ସ୍ବାଇ(୨୭) ଏବଂ ଅମିତ କୁମାର ନାୟକ (୨୪)। ଅନ୍ୟ ଅଭିଯୁକ୍ତ ମଧ୍ୟ ଶୀଘ୍ର ଗିରଫ ହେବେ ବୋଲି ଏସ୍‌ପି ପି.ଏସ୍‌ ମିନା ସୂଚନା ଦେଉଛି । ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିବା ଏସ୍‌.ପି କହିଛନ୍ତି।

ସୂଚନା ଯୋଗ୍ୟ, ଗତ ୯ ତାରିଖ ରାତିରେ କେତେକ ଯୁବକ ଭୁଜାଲି ଏବଂ ବନ୍ଧୁକରେ ସଂଘବଦ୍ଧ ଆକ୍ରମଣ କରିବାରୁ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ଗୁରୁତର ଆହତ ହୋଇଥିଲେ।