ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼,୧୫ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କୁତ୍ରା ନିକଟରେ ଶୁକ୍ରବାର ଏକ ପିକ୍‌ଅପ୍‌ ଉପରକୁ ଗୁଳିମାଡ ହୋଇଛି। ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବରପାଇ କୁତ୍ରା ଓ ବଡ଼ ଗାଁ ପୋଲିସ ଡାକ୍ତରଖାନାରେ ପହଣ୍ଡି ତଦନ୍ତ ଆରମ୍ଭ କରିଛି। ଏହି ଗୋରୁ ବେପାରୀମାନେ ପିକ୍‌ଅପ୍‌ରେ ୭ଟି ଗୋରୁ ଧରି ଖତକୁରବାହାଲକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଛି। ଉଭୟ ଛତିଶଗଡ଼ର ରାୟଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।