Posted inଫୁରସତ

ପୋଷା କୁକୁର ଉପରକୁ ଗୁଳି ଚଳାଇଲେ ମହିଳା, ୩ କୁକୁରଙ୍କୁ ୧୭୦ ଗୁଳି

କୁହାଯାଏ, କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଏବଂ ମଣିଷର ସର୍ବୋତ୍ତମ ବନ୍ଧୁ। କିନ୍ତୁ ମଣିଷ ଏହା ବୁଝି ପାରେନା। ଏହି କାରଣରୁ  ମଣିଷମାନେ ଅନେକ ଥର ନିଜ ଗୃହପାଳିତ ପଶୁମାନଙ୍କୁ ନିର୍ଯାତନା ଦେଇଥାନ୍ତି। ନିକଟରେ ଜଣେ ମହିଳା ଏମିତି କାର୍ଯ୍ୟ କରିଥିଲେ। ସେ ତାଙ୍କ ପୋଷା କୁକୁର ଉପରେ ଆକ୍ରମଣ କରିଥିଲେ। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଫ୍ଲୋରିଡାରେ ରହୁଥିବା ୩୭ ବର୍ଷୀୟା ଜାମି ଲିନ୍‌ କୁଜାୱା ତାଙ୍କ ପୋଷା କୁକୁରକୁ ନିର୍ଯାତନା ଦେଇଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଜାମିଙ୍କର ୩ଟି ପୋଷା କୁକୁର ଥିଲେ। ଏଥିସହିତ ଗୋଟିଏ ବିଲେଇ, ଗୋଟିଏ ଶୁଆ ଏବଂ ଗୋଟିଏ ପକ୍ଷୀ ଥିଲେ। ତାଙ୍କ ପଡ଼ୋଶୀମାନେ ଗତ ମାସରେ ହର୍ନାଣ୍ଡୋ କାଉଣ୍ଟି ସରିଫ କାର୍ଯ୍ୟାଳୟରେ ଏକ ଅଭିଯୋଗ ଦାଖଲ କରି କହିଥିଲେ ଯେ, ଜାମି ତାଙ୍କ ପାଳିତ ପଶୁପକ୍ଷୀଙ୍କ ଉପରକୁ ଗୁଳି ଚଳାଉଛନ୍ତି।

୧୯ ଏପ୍ରିଲରେ ଯେତେବେଳେ ପଶୁ ନିୟନ୍ତ୍ରଣ ଅଧିକାରୀ ଜାମିଙ୍କ ଘରକୁ ଆସିଲେ, ସେତେବେଳେ ସେ ବିବି ଏୟାର ବନ୍ଧୁକ ବିଷୟରେ ପଚାରିଥିଲେ। ତାଙ୍କ ପାଖରେ ବନ୍ଧୁକ ଥିବା ସେ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଥିଲେ। ସେ କହିଥିଲେ, ତାଙ୍କ ତିନି କୁକୁରଙ୍କ ଶରୀରରେ ଦେଖାଯାଉଥିବା କ୍ଷତଗୁଡ଼ିକ ନିଜ ନିଜ ମଧ୍ୟରେ ଲଢ଼େଇ ପରେ ହୋଇଥିଲା। ଯେତେବେଳେ ମହିଳା ଜଣକ ନିଜ କୁକୁରମାନଙ୍କର ଟିକାକରଣ ବିବରଣୀ ମଧ୍ୟ ଦେଇପାରି ନ ଥିଲେ, ସେତେବେଳେ ବିଭାଗର ସନ୍ଦେହ ହୋଇଥିଲା। ଅଧିକାରୀମାନେ ତଦନ୍ତ ପାଇଁ ପୁନର୍ବାର ଆସିଲେ, ସେମାନେ ପୁନର୍ବାର କୁକୁରମାନଙ୍କ ଗୋଡ଼ରେ ତାଜା କ୍ଷତ ଦେଖିବାକୁ ପାଇଥିଲେ। ଯେତେବେଳେ ସେମାନେ ଯାଞ୍ଚ କରିବାକୁ ଚେଷ୍ଟା କଲେ, କୁକୁରମାନେ ଏତେ ଯନ୍ତ୍ରଣା ଅନୁଭବ କଲେ ଯେ ସେମାନଙ୍କୁ ପାଦ ଛୁଇଁବାକୁ ମଧ୍ୟ ଅନୁମତି ଦେଇ ନ ଥିଲେ। ଏହା ପରେ କୁକୁରମାନଙ୍କର ଏକ୍ସ-ରେ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ, କୁକୁରମାନଙ୍କ ଦେହରେ ଗୁଳି ରହିଛି। ଗୋଟିଏ କୁକୁରର ଶରୀରରେ ୬୧ ବିବି ଅର୍ଥାତ୍‌ ୧୯ଟି ଗୁଳି ଥିଲା। ଦ୍ୱିତୀୟ କୁକୁରର ଶରୀରରେ ୭୧ ବିବି ପିଲେଟ ଏବଂ ୨୨ଟି ସୀସା ପିଲେଟ ରହିଥିଲା। ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ କୁକୁରମାନେ ବାଡ଼ ପାର ହୋଇ ଅନ୍ୟ ପାର୍ଶ୍ୱକୁ ଯିବାକୁ ଚେଷ୍ଟା କଲାବେଳେ ସେ କୁକୁର ଉପରେ ଗୁଳି ଚଳାଇଥିଲେ। ଏହି ପାର୍ଥକ୍ୟ ପ୍ରକାଶ ପାଇବା ପରେ ଜାମିଙ୍କ ବିରୋଧରେ ପଶୁମାନଙ୍କ ଉପରେ ନିର୍ଯାତନା ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଏବଂ ୩୮ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri