ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ  ରବିବାର ଗୁଳିମାଡ଼ ହୋଇଛି। ବ୍ରଜରାଜନଗର ଗାନ୍ଧୀ ଛକରେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌ ଏବଂ ଭାଇସ୍‌ ଚେୟାରମ୍ୟାନଙ୍କ ଏକ କାର୍ଯ୍ୟାଳୟ ଉଦ୍‌ଘାଟନ କରିବାକୁ ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଆସିଥିଲେ। ତେବେ କାର୍ଯ୍ୟାଳୟର ମାତ୍ର ୧୦୦ ମିଟର ଦୂରରେ ଗାଡ଼ିରୁ ଓହ୍ଲାଇ ତାଙ୍କୁ ସ୍ବାଗତ କରାଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସ୍‌ଆଇ ଗୋପାଳ ଚନ୍ଦ୍ର ଦାସଙ୍କ ବନ୍ଧୁକରୁ ସେ ନିଜେ ଗୁଳିଚାଳନା କରିଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଯାଇଛି।