ମୂଳରୁ ହିଁ ମୁକୁଳା

ଅନୁଗୋଳ ଅଫିସ, ୧୬।୧୧: ଉପକଣ୍ଠରେ ଏକାଧିକ ଶିଳ୍ପର ଉଦୟ। ସେଥିପାଇଁ ବଢ଼ୁଛି ଅନୁଗୋଳ ସହରର କଳେବର। ନିୟମିତ ବୃଦ୍ଧି ପାଉଛି ଜନ ଓ ଯାନବାହନ ସଂଖ୍ୟା। କିନ୍ତୁ ସେହି ଅନୁଯାୟୀ ହେଉନି ରାସ୍ତା ଏବଂ ଟ୍ରାଫିକ ବ୍ୟବସ୍ଥା। ଫଳରେ ସକାଳେ ଓ ସନ୍ଧ୍ୟାରେ ଦେଖାଦେଉଛି ପ୍ରବଳ ଭିଡ଼। ବିଶେଷକରି ସହର ମଧ୍ୟ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ଛକରେ ଲୋକଙ୍କୁ ବଡ଼ ହୀନସ୍ତା ହେବାକୁ ପଡ଼ୁଛି। ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ପାର୍ବଣ ବେଳେ ତ ପରିସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ହେଲେ ସହରବାସୀଙ୍କ ଏହି ଦୈନଦିନ ସମସ୍ୟାର ହୋଇପାରୁନି ସମାଧାନ। ଏପରି କି ସହରର ହେମସୁରପଡ଼ା ଓ ଡିଆଇସି ଛକରେ ଥିବା ଟ୍ରାଫିକ ପୋଷ୍ଟ ମୂଳରୁ ମୁକୁଳା ପଡ଼ିଥିଲେ ମଧ୍ୟ ନା’ ନିଘା ଅଛି ପୋଲିସର, ନା’ ପ୍ରଶାସନର।
ଅନୁଗୋଳ ସହରରେ ରହିଛି ୮ଟି ଟ୍ରାଫିକ ପୋଷ୍ଟ। ରାଜ ହୋଟେଲ ଛକ, ଥାନା ଛକ, ବୁଢ଼ୀ ଠାକୁରାଣୀ ଛକ, ହରିମହୁରୀ, ହୁଲୁରିସିଂହା, ଡିଆଇସି, ଗାନ୍ଧୀମାର୍ଗ, ହେମସୁରପଡ଼ା, ଶିମିଳିପଡ଼ା ଛକ ଆଦି ସ୍ଥାନରେ ଟ୍ରାଫିକ୍‌ ପୋଷ୍ଟ ସ୍ଥାପନ କରାଯାଇଛି। କିନ୍ତୁ ହାତଗଣତି କର୍ମଚାରୀ ନିୟୋଜିତ କରାଯାଇଥିବାରୁ ପୂରା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେବେ ଥାନା ଛକରେ ଗାଡ଼ି ନିୟନ୍ତ୍ରଣ ଦାୟିତ୍ୱ ଟ୍ରାଫିକ୍‌ ପୋଲିସ ନେଇଥିବା ବେଳେ ଅନ୍ୟ କେତେକ ଛକରେ ଗୃହରକ୍ଷୀଙ୍କ କାନ୍ଧରେ ଏହି ବ୍ୟବସ୍ଥାକୁ ଲଦି ଦିଆଯାଇଛି। କିନ୍ତୁ ହେମସୁରପଡ଼ା ଓ ଡିଆଇସି ଛକ ଦାୟିତ୍ୱରେ ଆରମ୍ଭରୁ ଅଦ୍ୟାବଧି କୌଣସି କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇ ନାହିଁ। ସହର ଭିତରେ ୫୫ନଂ. ପରି ବ୍ୟସ୍ତବହୁଳ ଜାତୀୟ ରାଜପଥ ଯାଇଥିବାରୁ ଦିନ ତମାମ ସହସ୍ରାଧିକ ଭାରିଯାନ ଚଳପ୍ରଚଳ କରୁଛି। କିନ୍ତୁ ଏହାକୁ ଗମ୍ଭୀରତାର ସହ ଜିଲା ପ୍ରଶାସନ କି ପୋଲିସ ନେଉ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ପ୍ରଶାସନର ଏପରି ଖାମଖିଆଲି ମନୋଭାବ ଯୋଗୁ ଅନେକ ସମୟରେ ସହରବାସୀ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ରାଜପଥ ଉପରେ ଥିବା ଥାନା ଛକ, ହରିମହୁରୀ ଛକ, ହୁଲୁରିସିଂହା, ରାଜ ହୋଟେଲ ଛକରେ ଟ୍ରାଫିକ ନିୟନ୍ତ୍ରଣକୁ ପ୍ରଶାସନ ଅଧିକ ଗୁରୁତ୍ୱର ସହ ନେବା କଥା। କାରଣ ସ୍କୁଲ, କଲେଜ ଓ ଅଫିସ ଆରମ୍ଭ ଏବଂ ଛୁଟି ସମୟରେ ଏହି ଛକ ଦେଇ ଛାତ୍ରୀଛାତ୍ର, ସରକାରୀ, ବେସରକାରୀ କର୍ମଚାରୀମାନେ ଯାତାୟାତ କରୁଛନ୍ତି। ଭାରିଯାନ ସହ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଶ୍ରମିକ ପରିବହନ କରୁଥିବା କମ୍ପାନୀ ବସ୍‌ ଏହି ଛକ ଦେଇ ଚଳପ୍ରଚଳ କରୁଛି। କିନ୍ତୁ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନ ଥିବାରୁ ନିକଟ ଅତୀତରେ ଥାନା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେହିପରି ସହର ରାସ୍ତାରେ ଜଣେ ଛାତ୍ରଙ୍କ ଉପରେ ଶିଳ୍ପସଂସ୍ଥାର ବସ୍‌ ଚଢ଼ିଯିବା ପରି ଘଟଣା ଦେଖିବାକୁ ମିଳିଛି। ପାର୍ବଣ ସମୟରେ ଦୁର୍ଘଟଣା ସଂଖ୍ୟା ବେଶ୍‌ ଅଧିକ ରହୁଛି। ବୁଧବାର ପ୍ରଥମାଷ୍ଟମୀ ଥିବାରୁ ସହରରେ ଭିଡ଼ ବଢ଼ିଯାଇଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକେ ପୋଷାକ କିଣିବାକୁ ସହରମୁହଁା ହୋଇଥିବାରୁ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଗହଳି ଲାଗି ରହିଛି। ଫଳରେ ବିଭିନ୍ନ ଛକରେ ଟ୍ରାଫିକ ଜାମ୍‌ ସ୍ଥିତି ସୃଷ୍ଟି ହେବାରୁ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲୋକବଳ ନ ଥିବାରୁ ଟ୍ରାଫିକ୍‌ ପୋଷ୍ଟରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯାଇପାରୁ ନାହିଁ। ଯେତିକି କର୍ମଚାରୀ ରହିଛନ୍ତି, ସେମାନଙ୍କୁ କାର୍ଯ୍ୟରେ ଲଗାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri