ଚାଇନାର ବିଆର୍‌ଆଇକୁ ଝଟକା

ଏଲମାଉ, ୨୮।୬: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ପ୍ରତିହତ କରିବା ପାଇଁ ଜି-୭ ରାଷ୍ଟ୍ର ମୁଖ୍ୟମାନେ ୬୦୦ ବିଲିୟନ ଡଲାରର ଏକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି। ପାର୍ଟନରଶିପ୍‌ ଫର୍‌ ଗ୍ଲୋବାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ (ପିଜିଆଇଆଇ) ଫଣ୍ଡ୍‌ କୌଣସି ଦାନ କିମ୍ବା ସହାୟତା ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହା ଏକ ନିବେଶ ଏବଂ ଭବିଷ୍ୟତରେ ସମସ୍ତେ ଏଥିରୁ ଉପକୃତ ହେବେ ବୋଲି ଜି-୭ ଦେଶ ନେତାଙ୍କ ସହ ଏକ ବୈଠକରେ ବାଇଡେନ୍‌ ପ୍ରକାଶ କରିଛନ୍ତି। ଏହି ବିଶାଳ ଫଣ୍ଡ୍‌ ବିକାଶଶୀଳ ତଥା ନିମ୍ନ ଆୟ ଥିବା ଦେଶଗୁଡ଼ିକରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅର୍ଥ ଯୋଗାଇବ। ୫ ବର୍ଷରେ ଜି-୭ ନେତାମାନେ ପିଜିଆଇଆଇ ପାଇଁ ୬୦୦ ବିଲିୟନ ଡଲାର ଫଣ୍ଡ୍‌ ଠୁଳ କରିବାର ଲକ୍ଷ୍ୟ ରଖାଯାଇଛି।
ମଲ୍ଟି-ଟ୍ରିଲିୟନ ଡଲାର ଭିତ୍ତିଭୂମି ନିର୍ମାଣ ଯୋଜନାକୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଛି। ଏଥିଯୋଗୁ ଅନେକ ଦେଶ ଋଣବୋଝ ବୋହୁଛନ୍ତି। ଏହା ସତ୍ତ୍ୱେ ବେଜିଂ ବିଆର୍‌ଆଇ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ଜି-୭ ଦେଶ ତଥା ଆମେରିକା, ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ଜାପାନ ଦ୍ୱାରା ଏହି ପ୍ରାଇଭେଟ୍‌ ଏବଂ ପବ୍ଲିକ୍‌ ଫଣ୍ଡ୍‌ ନିମନ୍ତେ ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରସ୍ତାବିତ ହୋଇଥିଲା। ଏହି ଯୋଜନାରେ ଗଣତାନ୍ତ୍ରିକ ଦେଶଗୁଡ଼ିକ ସହ ଅନ୍ୟରାଷ୍ଟ୍ରଗୁଡ଼ିକ ଭାଗୀଦାରି ମାଧ୍ୟମରେ ଲାଭ ପାଇପାଇପାରିବେ ବୋଲି ବାଇଡେନ୍‌ କହିଛନ୍ତି। ଆମେରିକା ସେଥିରୁ ୨୦୦ ବିଲିୟନ ଡଲାର ନିବେଶ କରିବା ନିମନ୍ତେ ସେ ଘୋଷଣା କରିଛନ୍ତି। ସେହିପରି ୟୁରୋପୀୟ ସଂଘ ଏଥିରେ ୩୦୦ ବିଲିୟନ ୟୁରୋ ପାଣ୍ଠିରେ ଯୋଗ କରିବାକୁ ନିଷ୍ପତ୍ତି ନେଇଛି। ଜଳବାୟୁ ପରିବର୍ତ୍ତନ, ବୈଶ୍ୱିକ ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା ନିଶ୍ଚିତ କରିବା ସହ ଡିଜିଟାଲ ଇନ୍‌ଫ୍ରାଷ୍ଟ୍ରକଚର ନିର୍ମାଣ ମଧ୍ୟ ଏହି ଯୋଜନା ଅନ୍ତର୍ଗତ ହେବ। ସେଥିମଧ୍ୟରୁ କିଛି ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସେନେଗାଲର ଆଙ୍ଗୋଲାରେ ଥିବା ଭାକ୍ସିନ୍‌ ପ୍ରସ୍ତୁତକାରୀ ଫାସିଲିଟିରେ ଏକ ସୋଲାର-ପାଓ୍ବାର ପ୍ରୋଜେକ୍ଟ ଏବଂ ସିଙ୍ଗାପୁରରୁ ଇଜିପ୍ଟ ଏବଂ ହର୍ନ ଅଫ୍‌ ଆଫ୍ରିକା ଦେଇ ଫ୍ରାନ୍ସକୁ ବୁଡ଼ାଜାହାଜ ସହ ଯୋଗାଯୋଗ ନିମନ୍ତେ ଟେଲିକମ୍ୟୁନିକେଶନ ସୁବିଧା ଅନ୍ତର୍ଭୁକ୍ତ।
ଜିନ୍‌ପିଙ୍ଗ୍‌ ଲଞ୍ଚ୍‌ କରିଥିବା ବିଆର୍‌ଆଇ ପ୍ରୋଜେକ୍ଟ ମାଧ୍ୟମରେ ଚାଇନା ବିଭିନ୍ନ ଦେଶକୁ ବନ୍ଦର, ରାସ୍ତା, ପୋଲ ଆଦି ବିଭିନ୍ନ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଅର୍ଥ ଋଣ ଆକାରରେ ଦେଉଛି। ଏହି ଭିତ୍ତିଭୂମି ଜରିଆରେ ଚାଇନା ନିଜ ବାଣିଜ୍ୟ କାରବାର ବଢ଼ାଇବା ଉଦ୍ଦେଶ୍ୟ ରଖିଛି। ତେବେ ଚାଇନାର ଏହି ଚାଲ୍‌ରେ ପଡ଼ି ଶ୍ରୀଲଙ୍କା ସମେତ ଏକାଧିକ ଦେଶ ଏବେ ଋଣବୋଝରେ ବୁଡ଼ିଛନ୍ତି। ଋଣ ଅର୍ଥ ବଦଳରେ ବେଜିଂ ସମ୍ପୃକ୍ତ ଦେଶର ପ୍ରମୁଖ ସହର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କବ୍‌ଜା କରିବାରେ ଲାଗିଛି। ଚାଇନାକୁ କାଉଣ୍ଟର କରିବାକୁ ଆମେରିକା ନେତୃତ୍ୱରେ ଗତବର୍ଷ ବ୍ରିଟେନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ ନାମରେ ଏକ ପ୍ରୋଜେକ୍ଟ ନିମନ୍ତେ ପ୍ରଥମେ ଚିନ୍ତା କରାଯାଇଥିଲା। ଚଳିତ ବର୍ଷ ଜର୍ମାନୀରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଏହାକୁ ପିଜିଆଇଆଇ ନାମକରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri