Posted inଜାତୀୟ

ସୁପ୍ରିମକୋର୍ଟରେ କେନ୍ଦ୍ରକୁ ଝଟକା

ନୂଆଦିଲ୍ଲୀ, ୧୦।୭: ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ସମସ୍ତ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ହେଉ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଗୁଡ଼ିକରେ ଏଭଳି ଆବେଦନର ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିବାକୁ ଶୁକ୍ରବାର ଶୀର୍ଷ ଅଦାଲତ ମନା କରିଦେଇଛନ୍ତି। ଫଳରେ ଆଇଟି ନିୟମକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନାଲିଆଖି ଦେଖାଉଥିବା କେନ୍ଦ୍ରକୁ ଝଟ୍‌କା ଲାଗିଛି।
ଫେବୃୟାରୀ ୨୫ରେ ଫେସ୍‌ବୁକ୍‌, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବଂ ଓଭର ଦି ଟପ୍‌ (ଓଟିଟି) ପ୍ଳେୟାର୍ସଙ୍କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଇଣ୍ଟରମିଡିଆରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ରୁଲ୍ସ,୨୦୨୧ ଆଣିଛନ୍ତି। ନୂଆ ନିୟମ ଅନୁସାରେ ସୋସିଆଲ ମିଡିଆ ମଞ୍ଚଗୁଡ଼ିକୁ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଲାଗି ଦେଶରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପଡ଼ିବ। କର୍ତ୍ତୃପକ୍ଷ ଓ କୋର୍ଟ ଭର୍ତ୍ସନା କରୁଥିବା କଣ୍ଟେଣ୍ଟଗୁଡ଼ିକୁ ୩୬ ଘଣ୍ଟା ମଧ୍ୟରେ ହଟାଇବା ପାଇଁ ସମ୍ପୃକ୍ତ ଅଧିକାରୀ ପଦକ୍ଷେପ ନେବେ। ଉକ୍ତ ନୂଆ ନିୟମକୁ ଦିଲ୍ଲୀ, ବମ୍ବେ, ମାଡ୍ରାସ ଓ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ଏକାଧିକ ପିଟିଶନ ଦାଏର କରାଯାଇଛି। କେନ୍ଦ୍ର ସରକାର ଏହି ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ କରାଇବା ପାଇଁ ପିଟିଶନଗୁଡ଼ିକୁ ସ୍ଥାନାନ୍ତର କରି ଅଣାଯାଉ ବୋଲି ଅନୁରୋଧ କରିଥିଲେ। ଜଷ୍ଟିସ୍‌ ଫର୍‌ ରାଇଟ୍ସ ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ଅପିଲକୁ ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସଞ୍ଜୟ ଖାନ୍ନାଙ୍କ ଖଣ୍ଡପୀଠ କେନ୍ଦ୍ରର ଆବେଦନ ସହ ସଂଲଗ୍ନ କରି ଶୁଣାଣି କରିଛନ୍ତି। ହାଇକୋର୍ଟଗୁଡ଼ିକରେ ଆବେଦନ ବିଚାରାଧୀନ ଥିବାବେଳେ ସେଗୁଡ଼ିକର ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ନ୍ୟୁଜ୍‌ ବୋର୍ଡକାଷ୍ଟର୍ସ ଆସୋସିଏଶନ (ଏନ୍‌ବିଏ) ସଦସ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ପି.ବି. ସୁରେଶ କୁମାର କେନ୍ଦ୍ରକୁ ନୋଟିସ୍‌ ଜାରି କରି ଏନ୍‌ବିଏର ଆବେଦନ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ କହିଛନ୍ତି। ଏନ୍‌ବିଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମନୀନ୍ଦର ସିଂ ଆବେଦନରେ ଦର୍ଶାଇଥିଲେ ଯେ, ଗଣମାଧ୍ୟମର ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ଜାରି କରିବା ଲାଗି ସରକାରୀ ଅଧିକାରୀମାନଙ୍କୁ ଏହି ନିୟମ ‘ଅତ୍ୟଧିକ କ୍ଷମତା’ ଦେଇଛି। ନୂଆ ଆଇଟି ନିୟମ ଅନୁସାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଆତ୍ମନିୟାମକ ସଂସ୍ଥାର କାର୍ଯ୍ୟକୁ ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଗଠିତ କମିଟି ଅନୁଧ୍ୟାନ କରିବ। ସେହିପରି ମିଡିଆ କମ୍ପାନୀ କିମ୍ବା ସେମାନଙ୍କ ସଂଗଠନଗୁଡ଼ିକୁ ଆତ୍ମନିୟାମକ ସଂସ୍ଥା ଗଠନ କରିବାକୁ ପଡ଼ିବ, ଯାହାର ଅଧ୍ୟକ୍ଷତା ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଥବା ଜଣେ ବିଶିଷ୍ଟ ବ୍ୟକ୍ତି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri