Posted inଜାତୀୟ

ମମତାଙ୍କୁ ଝଟ୍‌କା: ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଲେ ହାଇକୋର୍ଟ…

କୋଲକାତା,୨।୫ : ମହଙ୍ଗା ଭତ୍ତା (ଡିଏ) ଦାବି କରୁଥିବା ପଶ୍ଚିମବଙ୍ଗ ସରକାରୀ କର୍ମଚାରୀମାନଙ୍କୁ କଲିକତା ହାଇକୋର୍ଟ ସେମାନଙ୍କ ନାବାନ୍ନ ଅଭିଯାନର ମାର୍ଗ ବଦଳାଇବାକୁ ଅନୁମତି ଦେଇଛନ୍ତି। କଲିକତା ହାଇକୋର୍ଟର ବିଚାରପତି ରାଜଶେଖର ମନ୍ଥା ସରକାରୀ କର୍ମଚାରୀଙ୍କ ନବାନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ସ୍ବୀକୃତି ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ ସଂଗଠନ ଫରିଘାଟରୁ ବଙ୍କିମ ସେତୁ, ଏମଜି ରୋଡ ଏବଂ ହାଓ୍ବଡା ମୈଦାନ ଅଭିମୁଖେ ଯାତ୍ରା କରିବ। ଆସନ୍ତା ମେ’ ୪ ତାରିଖରେ ରାଜ୍ୟ ସରକାରୀ କର୍ମଚାରୀମାନେ ଏହି ଶୋଭାଯାତ୍ରା କରିବେ।

ସରକାରଙ୍କ ଏହି କର୍ମଚାରୀମାନେ ଦୀର୍ଘ ଦିନ ଧରି ଡିଏ ଦରମା ଦାବି କରି ମମତା ବାନାର୍ଜୀଙ୍କ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି। ତେବେ ମମତା ଅନେକ ଥର ଡିଏ ବୃଦ୍ଧି ପାଇଁ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସରକାରୀ କର୍ମଚାରୀମାନେ ଚିନ୍ତା କରିଥିବା ରାସ୍ତା ଦେଇ ଶୋଭାଯାତ୍ରା ବାହାର କରିପାରିବେ ନାହିଁ। େ ସମନ୍ବୟ କମିଟି ସମେତ ସରକାରୀ କର୍ମଚାରୀଙ୍କ ଅନେକ ସଂଗଠନ କଲିକତା ହାଇକୋର୍ଟଙ୍କ ନିକଟରେ ମେ’ ୪ ରେ ଡିଏର ନବାନ୍ନ ଅଭିଯାନ କାର୍ଯ୍ୟକ୍ରମ ଦାବି କରିଥିଲେ। ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହୋଇଥିଲା।

ଶୁଣାଣି ସମୟରେ ବିଚାରପତି ରାଜ୍ୟ ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ, ଏହି ଶୋଭାଯାତ୍ରା ପାଇଁ ଅନୁମତି ଦେବାରେ ଆପତ୍ତି କେଉଁଠାରେ ଅଛି? ରାଜ୍ୟ ସରକାରଙ୍କ ଅନୁଯାୟୀ, ଯେଉଁ ମାର୍ଗରେ ଶୋଭାଯାତ୍ରା ଯିବାକୁ କୁହାଯାଉଛି। ଏହା ଏକ ଅତି ଗହଳି ଅଞ୍ଚଳ। ଅପରାହ୍ନ ସାଢ଼େ ୨ଟାରେ ସ୍କୁଲ ଛୁଟି ହୁଏ। ସେହି ମାର୍ଗରେ ଟ୍ରାଫିକ ସମସ୍ୟା ଅଛି। ରାଜ୍ୟ ସରକାର ଅନ୍ୟ ଏକ ମାର୍ଗ ପ୍ରସ୍ତାବ ଦେଇଥିଲେ। ଯାହାକୁ ଏବେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri