ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ ରେପୋ ରେଟକୁ ବୃଦ୍ଧି କରିବାକୁ ପସନ୍ଦ କରିଛନ୍ତି ଏବଂ ଏହା ପରେ ଆରବିଆଇ ରେପୋ ରେଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ମିଶାଇ ଆରବିଆଇ କ୍ରମାଗତ ପଞ୍ଚମ ଥର ପାଇଁ ସୁଧ ହାର ବୃଦ୍ଧି କରିଛି।

ଏହାଦ୍ୱାରା ସାଧାରଣ ଲୋକଙ୍କ ଉପରେ ଋଣ ବୋଝ ବୃଦ୍ଧି ପାଇବ। ଋଣର ଇଏମ୍‌ଆଇ ବୃଦ୍ଧି ହେବ। ଫଳରେ ଋଣ ନେବା ମହଙ୍ଗା ହେବ। ରେପୋ ରେଟରେ ବୃଦ୍ଧି ଯୋଗୁ ବ୍ୟାଙ୍କଗୁଡିକର ଋଣ ହାର ବୃଦ୍ଧି ପାଇବା ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହେବେ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆମେ ଆଉ ଏକ ଆହ୍ବାନପୂର୍ଣ୍ଣ ବର୍ଷର ଶେଷରେ ପହଞ୍ଚିଛୁ। କେବଳ ଦେଶରେ ନୁହେଁ ବିଶ୍ୱର ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱର ସଙ୍କଟ ଜନକ ପରିସ୍ଥିତି ଯୋଗୁଁ ଦେଶରେ ଯୋଗାଣ ଶୃଙ୍ଖଳା ପରିସ୍ଥିତି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କ୍ରମାଗତ ଆଠ ମାସ ଧରି ବ୍ୟାଙ୍କ ଋଣ ଅଭିବୃଦ୍ଧି ଦୁଇ ଅଙ୍କରୁ ଅଧିକ ଥିବାବେଳେ ଦରଦାମ ବୃଦ୍ଧି ଉପର ସ୍ତରରେ ରହିଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭାରତର ଅର୍ଥନୀତି ତଥାପି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ ଏବଂ ଭାରତର ମାକ୍ରୋ ଅର୍ଥନୈତିକ ମୌଳିକତା ସୁଦୃଢ଼ ରହିଛି। ସରକାରଙ୍କ କ୍ୟାପେକ୍ସରୁ ଅର୍ଥନୀତି ଉପକୃତ ହୋଇଛି। ଚଳିତ ବର୍ଷ ମହଙ୍ଗା ବୃଦ୍ଧିର ସ୍ଥିର ଲକ୍ଷ୍ୟ ବହୁ ଦୂରରେ ଅଛି।

ଯଦିଓ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟିଛି। ୨୦୨୩ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) ର ଆକଳନ ୭ ପ୍ରତିଶତରୁ ୬.୮ ପ୍ରତିଶତକୁ ହ୍ରାସ କରାଯାଇଛି। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଅନେକ ଅନିଶ୍ଚିତତା ରହିଛି ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବା ସ୍ବାଭାବିକ। ତଥାପି ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା ରହିଛି।

ଗତ ତିନୋଟି ଏମପିସି ବୈଠକରେ ଆରବିଆଇ ରେପୋ ରେଟକୁ ୧.୯୦ ପ୍ରତିଶତ ବୃଦ୍ଧି କରିଛି। ସେଥିମଧ୍ୟରୁ ମେ ମାସରେ ୪୦ ଆଧାର ପଏଣ୍ଟ ଏବଂ ଜୁନ ଏବଂ ଅଗଷ୍ଟରେ ୫୦-୫୦ ଆଧାର ପଏଣ୍ଟ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri