ସାଧାରଣ ଲୋକଙ୍କୁ ଝଟ୍‌କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ ରେପୋ ରେଟକୁ ବୃଦ୍ଧି କରିବାକୁ ପସନ୍ଦ କରିଛନ୍ତି ଏବଂ ଏହା ପରେ ଆରବିଆଇ ରେପୋ ରେଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ମିଶାଇ ଆରବିଆଇ କ୍ରମାଗତ ପଞ୍ଚମ ଥର ପାଇଁ ସୁଧ ହାର ବୃଦ୍ଧି କରିଛି।

ଏହାଦ୍ୱାରା ସାଧାରଣ ଲୋକଙ୍କ ଉପରେ ଋଣ ବୋଝ ବୃଦ୍ଧି ପାଇବ। ଋଣର ଇଏମ୍‌ଆଇ ବୃଦ୍ଧି ହେବ। ଫଳରେ ଋଣ ନେବା ମହଙ୍ଗା ହେବ। ରେପୋ ରେଟରେ ବୃଦ୍ଧି ଯୋଗୁ ବ୍ୟାଙ୍କଗୁଡିକର ଋଣ ହାର ବୃଦ୍ଧି ପାଇବା ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହେବେ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆମେ ଆଉ ଏକ ଆହ୍ବାନପୂର୍ଣ୍ଣ ବର୍ଷର ଶେଷରେ ପହଞ୍ଚିଛୁ। କେବଳ ଦେଶରେ ନୁହେଁ ବିଶ୍ୱର ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱର ସଙ୍କଟ ଜନକ ପରିସ୍ଥିତି ଯୋଗୁଁ ଦେଶରେ ଯୋଗାଣ ଶୃଙ୍ଖଳା ପରିସ୍ଥିତି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କ୍ରମାଗତ ଆଠ ମାସ ଧରି ବ୍ୟାଙ୍କ ଋଣ ଅଭିବୃଦ୍ଧି ଦୁଇ ଅଙ୍କରୁ ଅଧିକ ଥିବାବେଳେ ଦରଦାମ ବୃଦ୍ଧି ଉପର ସ୍ତରରେ ରହିଛି।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭାରତର ଅର୍ଥନୀତି ତଥାପି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ ଏବଂ ଭାରତର ମାକ୍ରୋ ଅର୍ଥନୈତିକ ମୌଳିକତା ସୁଦୃଢ଼ ରହିଛି। ସରକାରଙ୍କ କ୍ୟାପେକ୍ସରୁ ଅର୍ଥନୀତି ଉପକୃତ ହୋଇଛି। ଚଳିତ ବର୍ଷ ମହଙ୍ଗା ବୃଦ୍ଧିର ସ୍ଥିର ଲକ୍ଷ୍ୟ ବହୁ ଦୂରରେ ଅଛି।

ଯଦିଓ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଘଟିଛି। ୨୦୨୩ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର (ଜିଡିପି) ର ଆକଳନ ୭ ପ୍ରତିଶତରୁ ୬.୮ ପ୍ରତିଶତକୁ ହ୍ରାସ କରାଯାଇଛି। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଅନେକ ଅନିଶ୍ଚିତତା ରହିଛି ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବା ସ୍ବାଭାବିକ। ତଥାପି ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା ରହିଛି।

ଗତ ତିନୋଟି ଏମପିସି ବୈଠକରେ ଆରବିଆଇ ରେପୋ ରେଟକୁ ୧.୯୦ ପ୍ରତିଶତ ବୃଦ୍ଧି କରିଛି। ସେଥିମଧ୍ୟରୁ ମେ ମାସରେ ୪୦ ଆଧାର ପଏଣ୍ଟ ଏବଂ ଜୁନ ଏବଂ ଅଗଷ୍ଟରେ ୫୦-୫୦ ଆଧାର ପଏଣ୍ଟ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଅସାନି’ ଆସିବା ପୂର୍ବରୁ ଭୂକମ୍ପ ଝଟ୍‌କା…

ନୂଆଦିଲ୍ଲୀ୨୧।୩ : ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ‘ଅସାନି’ ଧୀରେ ଧୀରେ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ରବିବାର ଏହା ଆଣ୍ଡାମାନ ଏବଂ ନିକୋବର...

ବିନା ଖାଦ୍ୟ, ଔଷଧରେ ୬ ଓଡ଼ିଆ ପରିବାର

ନୂଆଦିଲ୍ଲୀ,୧।୩: ଉତ୍ତରପୂର୍ବ ଦିଲ୍ଲୀରେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥା ଫେରୁଛି। ଏହା ସତ୍ତ୍ୱେ ଖଜୁରି ଖାସ୍‌ ଅଞ୍ଚଳରେ ରହିଥିବା ୬ ଓଡ଼ିଆ ପରିବାର ଏବେ ବି ଦଙ୍ଗାଜନିତ...

ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୧୯।୨ : ବଳାତ୍କାର ମାମଲାରେ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ। ଜଣେ ନାବାଳିକଙ୍କର ବଳାତ୍କାର ମାମଲାର ବିଚାର...

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାର ୨୦ ଘଣ୍ଟା ପରେ ବି ମିଳିନି ବ୍ଲାକ ବକ୍ସ

ନୂଆଦିଲ୍ଲୀ,୯ ।୧୨: ବୁଧବାର ତାମିଲନାଡୁର କୁନ୍ନୁରରେ ହୋଇଥିବା ସେନା ହେଲିକ୍‌ପଟର ଦୁର୍ଘଟଣାକୁ ୨୦ ଘଣ୍ଟା ବିତି ଯାଇଥିଲେ ବି ବ୍ଲାକ ବକ୍ସର ସନ୍ଧାନ ମିଳି ନ...

ଉତ୍ତର ପ୍ରଦେଶ ନିର୍ବାଚନ: ମେଣ୍ଟପାଇଁ ଅଖିଳେଶଙ୍କୁ ଶିବପାଲ ଦେଲେ ୧୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ

ଲକ୍ଷ୍ନୌ,୨୯ ।୯: ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିୟାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିପାଲ ସିଂ ଯାଦବ କହିଛନ୍ତି ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ସେ ଦଳର...

୧୫ ଡିସେମ୍ବରରୁ ଆସିପାରେ ନୂଆ ନିୟମ, ଟିକା ନ ନେଲେ ଟ୍ରେନ୍‌-ବସ୍‌ରେ ଯାତ୍ରା କରିବା ମନା !…

ନୂଆଦିଲ୍ଲୀ,୨।୧୨: କରୋନାର ଓମିକ୍ରନ ଭାରିଆଣ୍ଟ  ୨୫ ଟି ଦେଶରେ ବ୍ୟାପିଛି। ଏହାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡା ପ୍ରତିବନ୍ଧକ ପାଇଁ ପ୍ରସ୍ତୁତି ଚାଲିଛି।...

୨୦୪୭ ସୁଦ୍ଧା ବହୁ ଦେଶଙ୍କୁ ପଛରେ ପକାଇବ ଭାରତ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ଧରି ଓ୍ବେବନାରରେ ଭାରତର ବିକାଶ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ଜାରି ରଖିଛନ୍ତି। ଶନିବାର...

ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ...

Advertisement
Archives

Model This Week