Posted inଖେଳ

ତ୍ରିଶତକ ହାସଲ କଲେ ଶୋଏବ ମଲିକଙ୍କ ଭଣଜା

କରାଚୀ,୨୦।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଭଣଜା ମହମ୍ମଦ ହୁରାଇରା ସୋମବାର ଇତିହାସ ରଚିଛନ୍ତି। ସେ ଦେଶର ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ କୁଏଦ-ଏର-ଆଜାମ ଟ୍ରଫିରେ ହାସଲ କରିଛନ୍ତି ତ୍ରିଶତକ। ଚଳିତ ସିଜନରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ହୁରାଇରା ୧୯ ବର୍ଷ ଓ ୨୩୯ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟୁଇଟ୍‌ କରି ସୂଚନା ଦେଇଛି।

ନର୍ଦନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ହୁରାଇରା ବେଲୁଚିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩୪୧ ବଲରେ ୩୧୧ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୪୦ ଚୌକା ଓ ୪ ଛକା। ଉଲ୍ଲେଖଯୋଗ୍ୟ, ହୁରାଇରା ୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରେ ହାଇଦର ଅଲି ଓ ରୋହେଲ ନାଜିରଙ୍କ ସହ ଖେଳିଥିଲେ। ପାକିସ୍ତାନ ମାଟିରେ ତ୍ରିଶତକ ହାସଲ କରିବାରେ ସେ ୨୨ତମ ଖେଳାଳି। ଏହି ତାଲିକାରେ ମାଇକ ବ୍ରେଆର୍ଲି, ମାର୍କ ଟେଲର ଓ ବୀରେନ୍ଦ୍ର ସେହ୍ବାଗଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri