Posted inଖେଳ

ସାନିଆଙ୍କୁ ନ ଭେଟି ଇଂଲଣ୍ଡ ଗସ୍ତ କଲେ ସୋଏବ

ନୂଆଦିଲ୍ଲୀ, ୧୮।୮: ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି। ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ୨ ମ୍ୟାଚ୍‌ ଶେଷ ହୋଇଯାଇଛି। ଏଥିରେ ପ୍ରଥମ ମ୍ୟାଚ୍‌କୁ ଇଂଲଣ୍ଡ ଜିତିଥିବାବେଳେ ୨ୟ ମ୍ୟାଚ୍‌ ବର୍ଷା ଯୋଗୁ ଡ୍ର’ରେ ସମାପ୍ତ ହୋଇଥିଲା। ସିରିଜର ଅନ୍ତିମ ତଥା ୩ୟ ଟେଷ୍ଟ ଶୁକ୍ରବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଥିବାବେଳେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି। ତେବେ ଟି୨୦ ସିରିଜ ପୂର୍ବରୁ ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ସୋଏବ ମଲିକ ଦୁବାଇ ଦେଇ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି। ସୋଏବ କିନ୍ତୁ ଦଳରେ ଯୋଗଦେବା ପୂର୍ବରୁ ଦୁଇଥର କରୋନା ଟେଷ୍ଟ କରିବେ। ଯଦି ଉଭୟ ରିପୋର୍ଟ ନେଗେଟିଭ ଆସେ ତେବେ ଯାଇ ସେ ଦଳ ସହିତ ଯୋଗଦେବେ ବୋଲି ଜଣାପଡ଼ିଛି। ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ସୋଏବ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ କୁଆଡ଼େ ଯାଉଛନ୍ତି ବୋଲି ଅନୁମାନ କରିବାକୁ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ପାକିସ୍ତାନ ଜୁନ୍‌ ଶେଷ ସପ୍ତାହରେ ଗସ୍ତ କରିଥିଲା। ସେତେବେଳେ ସୋଏବ ଦଳ ସହିତ ଯାତ୍ରା କରି ନ ଥିଲେ। ଭାରତରେ ରହୁଥିବା ସ୍ତ୍ରୀ ତଥା ଟେନିସ ତାରକା ସାନିଆ ମିର୍ଜା ଓ ପୁଅକୁ ଭେଟିବା ପରେ ସେ ଜୁଲାଇ ୨୪ରେ ଦଳ ସହିତ ଯୋଗଦେବେ ବୋଲି ଜଣାପଡ଼ିଥିଲା। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମଧ୍ୟ ତାଙ୍କୁ ଏଥିଲାଗି ସ୍ବତନ୍ତ୍ର ଅନୁମତି ପ୍ରଦାନ କରିଥିଲା। କିନ୍ତୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା କରିବାରୁ ପରିବାର ସହ ସାକ୍ଷଶତ୍‌ କରିବା ସମ୍ଭବପର ହୋଇପାରି ନ ଥିଲା। ତେଣୁ ଶେଷରେ ସେ ବାଧ୍ୟ ହୋଇ ଇଂଲଣ୍ଡ ଗସ୍ତ କରିଛନ୍ତି। ସାନିଆ ଓ ତାଙ୍କୁ ପୁଅ ଲକ୍‌ ଡାଉନ୍‌ ପୂର୍ବରୁ ହାଇଦ୍ରାବାଦରେ ରହିଯାଇଛନ୍ତି। ତେଣୁ ସୋଏବ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ତାଙ୍କ ପରିବାରକୁ ଭେଟିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri