Posted inଖେଳ

ପାକିସ୍ତାନ ଦଳରେ ରାଜନୀତି ଯୋଗୁ କ୍ରିକେଟ ଛାଡ଼ିବାକୁ ଚିନ୍ତା କରିଥିଲେ ଆଫ୍ରିଦୀ

ଇସଲାମାବାଦ,୧୬।୫: ପାକିସ୍ତାନ ଦଳରେ ଆନ୍ତଃ ରାଜନୀତି ଯୋଗୁ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ସନ୍ନ୍ୟାସ ନେବାକୁ ଚିନ୍ତା କରିଥିଲେ। ପାକିସ୍ତାନର ଅନ୍ୟତମ ଲୋକପ୍ରିୟ ଖେଳାଳିଙ୍କ ଏଭଳି ମନ୍ତବ୍ୟ ଜାତୀୟ ଦଳ ଓ ପିସିବିରେ ଝଡ଼ ସୃଷ୍ଟି କରିବା ପାଇଁ ଯଥେଷ୍ଟ। ନିକଟରେ ସାମା ଟିଭିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆଫ୍ରିଦୀ କହିଥିଲେ, ୨୦୦୯ରେ ପାକିସ୍ତାନ ଟି୨୦ ବିଶ୍ୱକପ୍‌ ଜିତିଥିଲା। ଏହାପରେ ଜାତୀୟ ଦଳରେ ବହୁ ରାଜନୀତି ପରେ ଶୋଏବ ମଲିକଙ୍କୁ ଦିଆଯାଇଥିଲା ନେତୃତ୍ୱ ଦାୟିତ୍ୱ। ସେତେବେଳେ ମୁଁ କ୍ରିକେଟ କ୍ୟାରିୟର ଶେଷ କରିବାକୁ ଚିନ୍ତା କରୁଥିଲି।

ଜଣେ ବୃଦ୍ଧଙ୍କ ପରାମର୍ଶ ଯୋଗୁ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ୨୦୧୦ରେ ଟେଷ୍ଟ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ। ଏହାପରେ ୨୦୧୫ ବିଶ୍ୱକପ୍‌ରେ ଦିନିକିଆରୁ ଅବସର ନେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଟି୨୦ରେ ଖେଳିବା ଜାରି ରଖିଥିଲେ। ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କରିଥିବା ଆଫ୍ରିଦୀ କ୍ୟାରିୟରରେ ୨୭ ଟେଷ୍ଟ, ୩୯୮ ଦିନିକିଆ ଓ ୯୯ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଯଥାକ୍ରମେ ୧୭୧୬, ୮୦୬୪ ଓ ୧୪୧୬ ରନ୍‌ କରିବା ସହ ମୋଟ ୫୪୧ ଉଇକେଟ ହାତେଇଥିଲେ ପାକିସ୍ତାନର ଏହି ମହାନ ଅଲରାଉଣ୍ଡର।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri