Posted inଖେଳ

ଖେଳ ମଝିରେ ଇରଫାନ୍‌ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍‌; ଧୋନୀ ସହ ମିଶି ଏପରି ଜବାବ…

ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ମଇଦାନରେ ଖେଳୁଥିବା ଖେଳାଳିଙ୍କ ଉପରେ ବି ଏହାର ପ୍ରଭାବ ପଡେ। ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ବେଳେବେଳେ ଏହା ଏତେ ବଢ଼ିଯାଏ ଯେ ଚର୍ଚ୍ଚାର କାରଣ ପାଲଟେ। ଏଭଳି ଏକ ଘଟଣା ମହେନ୍ଦ୍ର ସିଂହ ଧୋନୀ ଏବଂ ଇରଫାନ ପଠାନ ବ୍ୟାଟିଂ କରିବା ସମୟରେ ହୋଇଥିଲା। ସେତେବେଳେ ପାକିସ୍ତାନର ବୋଲର ଥିବା ଶୋଏବ ଅଖତର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ପରେ ଗୋଟିଏ ବାଉନ୍ସର ପକାଉଥିଲେ। ପଡ଼ିଆରେ ଥିବା ଧୋନୀ-ଇରଫାନଙ୍କ ଉପରେ ସ୍କୋର ବଢ଼ାଇବା ଏବଂ ଦଳକୁ ଜିତାଇବାର ଭାର ଥିଲା। ଅଖତର ଉଭୟଙ୍କ ଭାଗୀଦାରୀକୁ ଭାଙ୍ଗିବାକୁ ଚାହୁଁଥିଲେ। ଏହି ସମୟରେ ଉଭୟ ପଟରୁ ସ୍ଲେଜିଂ ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ଏତେ ବଢ଼ିଯାଇଥିଲା ଯେ ଅଖତର ପଡ଼ିଆରେ ଥାଇ ଇରଫାନଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ। ହେଲେ ଏହା ପରେ ଉଭୟ ବ୍ୟାଟ୍ସମ୍ୟାନ ଏଭଳି କିଛି କରିଥିଲେ ଯେ ଶୋଏବ ଚମକିଥିଲେ। କାରଣ ସେ ତାଙ୍କୁ ଉଇକେଟ ନେବାର ଗୋଟିଏ ସୁଯୋଗ ନ ଦେବା ସହ ମ୍ୟାଚ୍‌କୁ ଜିତାଇଥିଲେ।

ଇରଫାନ ଏକ ସାକ୍ଷାତକାରରେ ଘଟଣାକ୍ରମକୁ ମନେ ପକାଇ କହିଥିଲେ, ଆମେ ପାକିସ୍ତାନରେ ମ୍ୟାଚ୍‌ ଖେଳୁଥିଲୁ। ଆମର ୩୦୦ରେ ୫/୬ ଉଇକେଟ ଯାଇଥିଲା। ସଚିନଙ୍କୁ ବାଉନ୍ସର ପକାଇ ଆଉଟ୍‌ କରିଥିଲେ ଅଖତର। ପରେ ମୁଁ ଆସିଥିଲି। ପ୍ରଥମ ବଲ କାନ ପାଖ ଦେଇ ପଳାଇଥିଲା। ସେହିଭଳି ଦ୍ୱିତୀୟ-ତୃତୀୟ ବଲ୍‌ ଥିଲା। ଏଭଳି ସେ ପରବର୍ତ୍ତୀ ଥର ମଧ୍ୟ କରିଥିଲେ। ଶୋଏବଙ୍କୁ ସ୍ଲେଜିଂ କରିବାକୁ ଭଲ ଲାଗିଥାଏ। ମୋତେ ଚୁପ୍‌ ରହିବାକୁ ପସନ୍ଦ ନୁହେଁ। ଧୋନୀଙ୍କ ସହ ଉଇକେଟ ବିଷୟରେ କଥା ହୋଇଥିଲି। ପରେ ପଠାନ ଧୋନୀଙ୍କୁ ଅଖତରଙ୍କୁ ଚିଡ଼ାଇବାର ଏକ ଉପାୟ କହିଥିଲେ। ମୁଁ ତାଙ୍କୁ କିଛି କହିବି ତୁମେ ଖାଲି ହସିବ ବୋଲି କହିଥିଲେ। ଧୋନୀ ହଁ ଭରିଥିଲେ। କିଛି ସମୟ ଏପରି କରିବା ପରେ ଅଖତର ରାଗି ଯାଇଥିଲେ। ତାଙ୍କର ଗତି ପ୍ରଭାବିତ ହୋଇଥିଲା। ଫଳରେ ଆଗାମୀ ବଲ୍‌ରେ ଚୌକା ମାରିଥିଲେ ଇରଫାନ। ଏହା ପରେ ଅଖତର କ୍ରିକେଟରଙ୍କ ପାଖକୁ ଯାଇ ତୋତେ ମୁଁ ଅପହରଣ କରିନେବି ବୋଲି କହିଥିଲେ। ସେତେବେଳେ ଧୋନୀ ତାଙ୍କ ନିକଟକୁ ଚାଲି ଆସିଥିଲେ। ମୁଁ ଅଖତରଙ୍କୁ କହିଥିଲି ଦେଖ ଆଉଟ୍‌ ତ ତୁମେ କରିପାରିବ ନାହିଁ। ତୁମେ ମୋତେ ଅପହରଣ କଲେ ହିଁ ମୁଁ ଏଠାରୁ ଯିବି। ଏହା ଶୁଣି ଧୋନୀ ବଡ଼ ଜୋର୍‌ରେ ହସିଥିଲେ ବୋଲି ଇରଫାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri