Posted inଖେଳ

ଖେଳ ମଝିରେ ଇରଫାନ୍‌ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍‌; ଧୋନୀ ସହ ମିଶି ଏପରି ଜବାବ…

ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ମଇଦାନରେ ଖେଳୁଥିବା ଖେଳାଳିଙ୍କ ଉପରେ ବି ଏହାର ପ୍ରଭାବ ପଡେ। ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥାଏ। ବେଳେବେଳେ ଏହା ଏତେ ବଢ଼ିଯାଏ ଯେ ଚର୍ଚ୍ଚାର କାରଣ ପାଲଟେ। ଏଭଳି ଏକ ଘଟଣା ମହେନ୍ଦ୍ର ସିଂହ ଧୋନୀ ଏବଂ ଇରଫାନ ପଠାନ ବ୍ୟାଟିଂ କରିବା ସମୟରେ ହୋଇଥିଲା। ସେତେବେଳେ ପାକିସ୍ତାନର ବୋଲର ଥିବା ଶୋଏବ ଅଖତର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଗୋଟିଏ ପରେ ଗୋଟିଏ ବାଉନ୍ସର ପକାଉଥିଲେ। ପଡ଼ିଆରେ ଥିବା ଧୋନୀ-ଇରଫାନଙ୍କ ଉପରେ ସ୍କୋର ବଢ଼ାଇବା ଏବଂ ଦଳକୁ ଜିତାଇବାର ଭାର ଥିଲା। ଅଖତର ଉଭୟଙ୍କ ଭାଗୀଦାରୀକୁ ଭାଙ୍ଗିବାକୁ ଚାହୁଁଥିଲେ। ଏହି ସମୟରେ ଉଭୟ ପଟରୁ ସ୍ଲେଜିଂ ଆରମ୍ଭ ହୋଇଥିଲା। ଧିରେ ଧିରେ ଏହା ଏତେ ବଢ଼ିଯାଇଥିଲା ଯେ ଅଖତର ପଡ଼ିଆରେ ଥାଇ ଇରଫାନଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ। ହେଲେ ଏହା ପରେ ଉଭୟ ବ୍ୟାଟ୍ସମ୍ୟାନ ଏଭଳି କିଛି କରିଥିଲେ ଯେ ଶୋଏବ ଚମକିଥିଲେ। କାରଣ ସେ ତାଙ୍କୁ ଉଇକେଟ ନେବାର ଗୋଟିଏ ସୁଯୋଗ ନ ଦେବା ସହ ମ୍ୟାଚ୍‌କୁ ଜିତାଇଥିଲେ।

ଇରଫାନ ଏକ ସାକ୍ଷାତକାରରେ ଘଟଣାକ୍ରମକୁ ମନେ ପକାଇ କହିଥିଲେ, ଆମେ ପାକିସ୍ତାନରେ ମ୍ୟାଚ୍‌ ଖେଳୁଥିଲୁ। ଆମର ୩୦୦ରେ ୫/୬ ଉଇକେଟ ଯାଇଥିଲା। ସଚିନଙ୍କୁ ବାଉନ୍ସର ପକାଇ ଆଉଟ୍‌ କରିଥିଲେ ଅଖତର। ପରେ ମୁଁ ଆସିଥିଲି। ପ୍ରଥମ ବଲ କାନ ପାଖ ଦେଇ ପଳାଇଥିଲା। ସେହିଭଳି ଦ୍ୱିତୀୟ-ତୃତୀୟ ବଲ୍‌ ଥିଲା। ଏଭଳି ସେ ପରବର୍ତ୍ତୀ ଥର ମଧ୍ୟ କରିଥିଲେ। ଶୋଏବଙ୍କୁ ସ୍ଲେଜିଂ କରିବାକୁ ଭଲ ଲାଗିଥାଏ। ମୋତେ ଚୁପ୍‌ ରହିବାକୁ ପସନ୍ଦ ନୁହେଁ। ଧୋନୀଙ୍କ ସହ ଉଇକେଟ ବିଷୟରେ କଥା ହୋଇଥିଲି। ପରେ ପଠାନ ଧୋନୀଙ୍କୁ ଅଖତରଙ୍କୁ ଚିଡ଼ାଇବାର ଏକ ଉପାୟ କହିଥିଲେ। ମୁଁ ତାଙ୍କୁ କିଛି କହିବି ତୁମେ ଖାଲି ହସିବ ବୋଲି କହିଥିଲେ। ଧୋନୀ ହଁ ଭରିଥିଲେ। କିଛି ସମୟ ଏପରି କରିବା ପରେ ଅଖତର ରାଗି ଯାଇଥିଲେ। ତାଙ୍କର ଗତି ପ୍ରଭାବିତ ହୋଇଥିଲା। ଫଳରେ ଆଗାମୀ ବଲ୍‌ରେ ଚୌକା ମାରିଥିଲେ ଇରଫାନ। ଏହା ପରେ ଅଖତର କ୍ରିକେଟରଙ୍କ ପାଖକୁ ଯାଇ ତୋତେ ମୁଁ ଅପହରଣ କରିନେବି ବୋଲି କହିଥିଲେ। ସେତେବେଳେ ଧୋନୀ ତାଙ୍କ ନିକଟକୁ ଚାଲି ଆସିଥିଲେ। ମୁଁ ଅଖତରଙ୍କୁ କହିଥିଲି ଦେଖ ଆଉଟ୍‌ ତ ତୁମେ କରିପାରିବ ନାହିଁ। ତୁମେ ମୋତେ ଅପହରଣ କଲେ ହିଁ ମୁଁ ଏଠାରୁ ଯିବି। ଏହା ଶୁଣି ଧୋନୀ ବଡ଼ ଜୋର୍‌ରେ ହସିଥିଲେ ବୋଲି ଇରଫାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri