Posted inଖେଳ

ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଟେଷ୍ଟ ଓପନର ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରେ ଗୁରୁଦାୟିତ୍ୱ ସମ୍ପାଦନ କରିବେ। ପୂର୍ବତନ ଦିଲ୍ଲୀ ଉଇକେଟ କିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍‌ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବରୋଦା ମହିଳା ଚୟନ ପ୍ୟାନେଲ ମୁଖ୍ୟ ଥିବା ରାଜକୁମାରଦେବୀ ଗାଏକ୍ୱାଡ ଟିମ୍‌ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି। ଦୀର୍ଘଦିନଧରି ଏହି ଦାୟିତ୍ୱ ତୁଲାଇ ଆସୁଥିବା ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନ ନେଇଛନ୍ତି ଗାଏକ୍ୱାଡ। କିଛିଦିନ ପୂର୍ବରୁ ରମେଶ ପାଓ୍ବାର ଦଳର ମୁଖ୍ୟ କୋଚ୍‌ ପଦକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଶିବ ସୁନ୍ଦର ପୂର୍ବରୁ ଭାରତୀୟ ମହିଳା ‘ଏ’ ଦଳ ସହିତ କାର୍ଯ୍ୟ କରିଥିଲେ। ”ପ୍ରଥମ ଥର ପାଇଁ ମୁଁ ଭାରତୀୟ ମହିଳା ଜାତୀୟ ଦଳ ସହ କାର୍ଯ୍ୟ କରିବାକୁ ଯାଉଛି। ନୂଆ ଦାୟିତ୍ୱ ପାଇ ମୁଁ ବହୁତ ଖସୀ। ଏହା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ମୁଁ ପୂର୍ବରୁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଯାଇଛି ଏବଂ ସେଠାରେ ଅନେକ ଲିଗ୍‌ କ୍ରିକେଟ ଖେଳିଛି। ପରିବେଶ ସହିତ ମୁଁ କିଛି ପରିମାଣରେ ଅଭ୍ୟସ୍ତ ମଧ୍ୟ ଅଛି। ତେଣୁ ମୁଁ ମୋ ଅନୁଭବକୁ ଖେଳାଳିଙ୍କ ସହ ବାଣ୍ଟି ପାରିବି। ମୁଁ ଇଂଲଣ୍ଡ ଗସ୍ତକୁ ଭଲ ପାଏ। ତେଣୁ ମୁଁ ଏହା ଉପରେ ଫୋକସ କରୁଛି“ ବୋଲି ନିଜ ପ୍ରତିକ୍ରିୟାରେ ଶିବ ସୁନ୍ଦର କହିଛନ୍ତି।

ଶିବ ସୁନ୍ଦର ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ କ୍ୟାରିୟରରେ ୨୩ଟି ଟେଷ୍ଟ ଖେଳିଥିଲେ। ପାଖାପାଖି ୩୫ ଆଭରେଜରେ ୧୩୦୦ରୁ ଊର୍ଦ୍ଧ୍ୱ ରନ ତାଙ୍କ ନାମରେ ରହିଛି। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ। ବର୍ତ୍ତମାନର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଶିବସୁନ୍ଦର ଜାତୀୟ କ୍ରିକେଟ ଏକାଡେମୀରେ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ବ୍ୟାଟିଂ କୋଚ୍‌ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri