ଏବର୍ଷ ବି କଟକଣାରେ ଜାଗର ଯାତ୍ରା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଚଳିତ ବର୍ଷ କୋଭିଡ କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳନ କରାଯିବ। ରାତି ୧୦ଟାରେ ମହାଦୀପ ଉଠିବ। ଶୁକ୍ରବାର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲାପାଳଙ୍କ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।