Categories: ଗଞ୍ଜାମ

ଶିବାନୀ ପାଇବେ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ବ୍ରହ୍ମପୁର ଅଫିସ,୨୩।୫: ବ୍ରହ୍ମପୁର ବଡ଼ମେଡିକାଲ ନର୍ସିଂ ଅଫିସର ଶିବାନୀ ଦାଶ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପାଇଁ ମନୋନୀତ ହୋଇଛନ୍ତି। ସେବା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର। ଶିବାନୀ ୨୦୦୭ରୁ ଏମ୍‌କେସିଜି ମେଡିକାଲରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ସେ ବ୍ରହ୍ମପୁର ଲୋଚାପଡା ମେନ୍‌ରୋଡରେ ରହି ଆସୁଛନ୍ତି। ତାଙ୍କ ନିଜ ଘର ଯାଜପୁର ଜିଲା ଦଶରଥପୁର ବ୍ଲକ ଆସନପୁର ପଞ୍ଚାୟତ କଣ୍ଟାବଣିଆ। ତାଙ୍କ ବାପାଙ୍କ ନାମ ରବି ନାରାୟଣ ଦାଶ ଓ ମାଆଙ୍କ ନାମ ବିଷ୍ଣୁପ୍ରିୟା ଦାଶ।
୨୦୨୧ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ ନାଁ ସୁପାରିସ କରାଯାଇଛି। ଆଗାମୀ ଦିନରେ ଭାରତର ରାଷ୍ଟ୍ରପତିଙ୍କଠାରୁ ଶିବାନୀ ଏହି ପୁରସ୍କାର ଗ୍ରହଣ କରିବେ। ୨୦୨୧ ବର୍ଷ ପାଇଁ ଏମ୍‌କେସିଜି କର୍ତ୍ତୃପକ୍ଷ ୫ ଜଣ ନର୍ସଙ୍କ ନଁା ସୁପାରିସ କରିଥିଲେ। ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ତାଙ୍କୁ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶିବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ପ୍ରଥମେ ମୋର ମା’ବାପାଠାରୁ ନିଃସ୍ବାର୍ଥପର ରୋଗୀ ସେବା ପାଇଁ ଅନୁପ୍ରାଣିତ ହୋଇଥିଲି । ମୁଁ ବଞ୍ଚତ୍ଥିବା ଯାଏ ରୋଗୀ ସେବା କରି ଆସୁଥିବି ବୋଲି କହିଛନ୍ତି।