ଓଡ଼ିଶୀ, ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ,୨।୧୨(ଡି.ଏନ୍‌.ଏ.): ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା କରିଥିଲେ। କରୋନା କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ମୁକ୍ତାକାଶ ମଞ୍ଚରେ ପ୍ରଥମ ପ୍ରସ୍ତୁତିକୁ ନେଇ ପ୍ରବେଶ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶିଳ୍ପୀଗଣ। ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ‘ଶିବମ୍‌ ଧୀମହୀ’କୁ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ୱାରା ପ୍ରଶିକ୍ଷିତ ଶିଳ୍ପିଗଣ ନିଖୁଣଭାବେ ପ୍ରଦର୍ଶନ କରିଥିଲେ। ଏକାଡେମୀର ଦ୍ୱିତୀୟ ପ୍ରସ୍ତୁତିରେ ଉପସ୍ଥାପିତ ହୋଇଥିଲା ନୃତ୍ୟାଭିନୟ ‘ଏକ ପ୍ରଶ୍ନ’। ଦ୍ୱାପର ଯୁଗର ଚାରିଜଣ ନାରୀ- ଯଶୋଦା, ରାଧା, ହିଡ଼ିମ୍ବା ଓ ଦ୍ରୌପଦୀଙ୍କର ଅବତାର ପୁରୁଷ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ପ୍ରଶ୍ନକୁ ନେଇ ଜୀବନ ଦର୍ଶନର ଆବେଗକୁ ବାଢିଦେଇଥିଲେ ଶିଳ୍ପୀଗଣ। ଅରୁଣା ମହାନ୍ତିଙ୍କ ସଂଯୋଜନାରେ ପ୍ରସ୍ତୁତ ଏକ ପ୍ରଶ୍ନ ଥିଲା ଅମୀମାସିଂତ ଜିଜ୍ଞାସାର ନୃତ୍ୟାୟନ। ପରେ ଭାରତନାଟ୍ୟମ୍‌ ନୃତ୍ୟକୁ ମଞ୍ଚସ୍ଥ କରିଥିଲେ ଡ. ଶିଲା ଉନ୍ନିକ୍ରିଷ୍ଣନ ଓ ଶ୍ରୀଦେବୀ ନୃତ୍ୟାଳୟର ଶିଳ୍ପୀଗଣ। ଆବାହନୀ, ଆଲ୍ଲାରିପୁ, ବର୍ଣ୍ଣମ, ଶଙ୍କର, ଶ୍ରୀଗିରିର୍କିମ ଓ ଶିବମଙ୍ଗଳମକୁ ନେଇ ସଂଯୋଜିତ ହୋଇଥିଲା। ନୃତ୍ୟାଭିନୟ ଓ ନମଃ ଶିବାୟ ଭାରତନାଟ୍ୟମ ନୃତ୍ୟ ଶୈଳୀର ନିଖୁଣ ଉପସ୍ଥାପନ ସହ ତାଳ-ଲୟ-ଛନ୍ଦ ଓ ସୁରର ଅର୍ପୂବ ସମନ୍ବୟ ଶିଳ୍ପୀଙ୍କ ଅଭିନୟରେ ବାରି ହୋଇଯାଉଥିଲା।
ସେହିଭଳି ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବାଲୁକା ଶର୍ଯ୍ୟାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳାର ଆୟୋଜନ ମଧ୍ୟ ଆକର୍ଷଣୀୟ ଥିଲା। ପର୍ଯ୍ୟଟନ ବିଭଗ ତରଫରୁ ସାମାଜିକ ଦୂରତା ରକ୍ଷା, ବିଶୋଧନ ଓ ମୁଖାବରଣ ପରିଧାନକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି ସନ୍ଧ୍ୟାର ପରିବେଶଣକୁ ସଂଯୋଜିତ କରିଥିବା ବେଳେ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଓଡ଼ିଶା ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ଓ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପରିଚାଳନାରେ ସହାୟତା ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତ୍‌ସିଂହପୁର ଏମ୍‌ପି ଡ. ରାଜଶ୍ରୀ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଓଡ଼ିଆ ଭାଷା ସାହିତ୍ୟ, ପର୍ଯ୍ୟଟନ ବିଭାଗ କମିଶନର ଓ ସଚିବ ବିଶାଲ ଦେବ, ପୁରୀ ଜିଲାପାଳ ବଲୱନ୍ତ ସିଂ ଓ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri