Posted inଜାତୀୟ

ଏକନାଥ ଗୋଷ୍ଠୀକୁ ଧନୁତୀର ଚିହ୍ନ

ନୂଆଦିଲ୍ଲୀ,୧୮।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ଶିବସେନା ନାମ ଏବଂ ଧନୁତୀର ଚିହ୍ନ ପ୍ରଦାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶିବସେନାର ବର୍ତ୍ତମାନର ସମ୍ବିଧାନ ଅଗଣତାନ୍ତ୍ରିକ ବୋଲି ଇସି ତାଙ୍କର ୭୮ ପୃଷ୍ଠାର ନିର୍ଦ୍ଦେଶନାମାରେ କହିଛନ୍ତି। ବିଭିନ୍ନ ସଂଗଠନରେ ନିର୍ବାଚନ ହୋଇ କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ସମ୍ପୂର୍ଣ୍ଣ ତାଳିକା କମିଶନଙ୍କୁ ଦିଆଯାଇନାହିଁ। ୧୯୯୯ରେ ଦଳର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେ ଆଣିଥିବା ଦଳୀୟ ସମ୍ବିଧାନକୁ ୨୦୧୮ରେ ସଂଶୋଧନ କରାଯାଇଛି, ଦଳର ଗଣତାନ୍ତ୍ରିକ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଇସି କହିଛନ୍ତି। ମହାରାଷ୍ଟ୍ର ଶିବସେନାରେ ବିଦ୍ରୋହର ୮ ମାସ ପରେ ଦଳର ନାମ ଓ ଚିହ୍ନକୁ ନେଇ ଏକନାଥ ଗୋଷ୍ଠୀର ଦାବିକୁ ଇସି ମଞ୍ଜୁରୀ ପ୍ରଦାନ କରିଥିବାବେଳେ ଉଦ୍ଧବଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇଛି। ଉଦ୍ଧବଙ୍କ ବାପା ବାଲ୍‌ ଠାକ୍‌ରେ ଦଳ ପ୍ରତିଷ୍ଠା କରିଥିଲେ ହେଁ ତାଙ୍କ ଗୋଷ୍ଠୀ ଶିବସେନା ନାଁ କିମ୍ବା ଧନୁତୀର ଚିହ୍ନରୁ ବଞ୍ଚତ୍ତ ହୋଇଛି। ଇସି କହିଛନ୍ତି ବିଦ୍ରୋହ ପରେ ଏକନାଥ ଦଳର ୭୬ ପ୍ରତିଶତ ବିଜୟୀ ଭୋଟ ସହ ବିଧାୟକମାନଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଠାକ୍‌ରେଙ୍କ ଗୋଷ୍ଠୀକୁ ଗତବର୍ଷ ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଥିଲେ।
ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଉଦ୍ଧବ ଠାକ୍‌ରେ ସମାଲୋଚନା କରିଛନ୍ତି। ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିବା ସହ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ମୁଖପାତ୍ର ସଞ୍ଜୟ ରାଉତ ଇସିଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସତ୍ୟ ଓ ନ୍ୟାୟର ପରିହାସ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସଞ୍ଜୟ କହିଛନ୍ତି, ଦେଶ ଏକଚ୍ଛତ୍ରବାଦ ଆଡ଼କୁ ମୁହାଁଉଛି ଏବଂ ଦେଶଦ୍ରୋହୀ ଇସିଙ୍କ ରାୟକୁ ସେମାନଙ୍କ ସପକ୍ଷରେ ଯାଇଥିବା କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri