ଅକ୍ସଫୋର୍ଡ ୟୁନିଭରସିଟିରେ ପିଏଚ୍‌ଡି କରିବେ ବଲାଙ୍ଗୀରର ଶୀତଲ  

ବଲାଙ୍ଗୀର ଅଫିସ, ୨୭ା୮-ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ୍‌ ଏକ ବିରଳ ଗୌରବର ଅଧିକାରୀ ହୋଇଛନ୍ତି ା ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭରସିଟିରେ ଇତିହାସ ବିଷୟରେ ପିଏଚ୍‌ଡି କରିବା ପାଇଁ ସେ ମନୋନୀତ ହୋଇଛନ୍ତି। ଅକ୍ସଫୋର୍ଡ ୟୁନିଭରସିଟିର ଇତିହାସ ବିଭାଗରେ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ୫୪ଟି ସିଟ୍‌ ରହିଛି ା ଏଥିରୁ କେବଳ ଭାରତୀୟଙ୍କ ପାଇଁ ଉର୍ଦ୍ଦିଷ୍ଟ ଗୋଟିଏ ମାତ୍ର ସିଟ୍‌ ପାଇଁ ଶୀତଲ ଯୋଗ୍ୟ ବିବେଚିତ ହୋଇଥିବାରୁ ଏହା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି ା
ଶୀତଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଇତିହାସରେ ସ୍ନାତକୋତ୍ତର ଓ ଏମ୍‌ଫିଲ କରୁଥିଲେ ା ଅକ୍ସଫୋର୍ଡରେ ପିଏଚ୍‌ଡି କରିବାକୁ ମନସ୍ଥ କରି ଶୀତଲ ଆବେଦନ କରିଥିଲେ ା ଚଳିତ ମାସରେ ଭାରତୀୟଙ୍କ ନିମନ୍ତେ ଉର୍ଦ୍ଦିଷ୍ଟ ଏକମାତ୍ର ପିଏଚ୍‌ଡି ସିଟ୍‌ରେ ଶୀତଲ ମନୋନୀତ ହୋଇଛନ୍ତି। ଶୀତଲ କହିଛନ୍ତି, ସେ ଆବେଦନ କଲାବେଳେ ତାଙ୍କର ଗବେଷଣା ସନ୍ଦର୍ଭ, ୩ ବର୍ଷର ଏକାଡେମିକ୍‌ ପ୍ରଫେଶନାଲ ଦାଖଲ କରିଥିଲେ ା ଏଥିପାଇଁ ସେ ତାଙ୍କର ଗାଇଡ୍‌, ସୁପରଭାଇଜର, ମାତାପିତାଙ୍କୁ ଶ୍ରେୟ ଦେଇଛନ୍ତି ା ସେମାନଙ୍କ ସହଯୋଗରେ ସେ ଏହି ସଫଳତା ପାଇଥିବା କହିଛନ୍ତି ା ବଙ୍ଗୋମୁଣ୍ଡା ନିବାସୀ ଆଡଭୋକେଟ୍‌ ତଥା ବ୍ୟବସାୟୀ ଜୟପ୍ରକାଶ ଜୈନ୍‌ ଓ କାନ୍ତା ଜୈନଙ୍କ ଝିଅ ଶୀତଲ ବରଗଡସ୍ଥିତ ବିକାଶ ସ୍କୁଲରେ ପଢ଼ିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ା ଶୀତଲଙ୍କ ଏହି ସଫଳତା ସମ୍ପର୍କରେ ଜାଣିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri