ଝଲସିବ ରାଷ୍ଟ୍ରପତି ଭବନ ପୂଜା ମଣ୍ଡପ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ଉତ୍ସାହ ଉଦ୍ଦୀପନା ସହ ଫେରିଛି ପାର୍ବଣ। କାଶତଣ୍ଡୀ ଫୁଲର ସମ୍ଭାରରେ ସଜେଇ ହେଉଛି ସହରର ପରିବେଶ। ନିଜ ଉପସ୍ଥିତିକୁ ଜାହିର କରିବା ସହ ମା’ ଦଶଭୂଜାଙ୍କ ଧରାବତରଣର ସମୟ ପାଖେଇ ଆସୁଥିବାର ସଙ୍କେତ ଦେଉଛି। ତେଣୁ ମା’ଙ୍କୁ ସ୍ବାଗତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ବିଶେଷକରି ବିଭିନ୍ନ ପୂଜା ମଣ୍ଡପଗୁଡିକ ଚଳଚଞ୍ଚଳ ହେବାରେ ଲାଗିଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁସଜ୍ଜିତ ତୋରଣ ସାଙ୍ଗକୁ ଆଖି ଝଲସାଇଦେବା ପରି ଆଲୋକ ସଜ୍ଜାରେ ସଜେଇ ହେବ ସାରା ସହର। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ କାମ ମଧ୍ୟ ଆଗେଇ ଚାଲିଛି। ରାଜଧାନୀର ପ୍ରମୁଖ ପୂଜା ମଣ୍ଡପକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା ‘ଧରାବତରଣ କରିବେ ମା’।
ରାଜଧାନୀ ଭୁବନେଶ୍ୱରରେ ଶୋଭା ପାଇବ ରାଷ୍ଟ୍ରପତି ଭବନ। ଏଥର ଦଶହରାରେ ଟଙ୍କପାଣି ରୋଡ୍‌ ଦୁର୍ଗପୂଜା କମିଟି ପକ୍ଷରୁ ଆୟୋଜିତ ହେବ ଏହି ସୁଉଚ୍ଚ ତୋରଣ। ଏହା ସାଙ୍ଗକୁ ଆଖିଖୋସା ଆଲୋକସଜ୍ଜା। ଚଳିତବର୍ଷ କମିଟି ପକ୍ଷରୁ ୧୪ତମ ପୂଜା ଅନୁଷ୍ଠିତ ହେଉଥିବାବେଳେ ମୋଟ୍‌ ୧୭ଲକ୍ଷ ଟଙ୍କାର ବଜେଟ୍‌ ରଖାଯାଇଛି। ମାଟି ଅନୁକୂଳ ସରିବା ପରେ ଏବେ ତୋରଣ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି କାରିଗର। ତୋରଣର ଉଚ୍ଚତା ୮୦ଫୁଟ ରହିଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୭ଫୁଟ ରହିଛି। କଲିକତା କାରିଗରଙ୍କ ଦ୍ୱାରା ଉଭୟ ତୋରଣ ଏବଂ ମୂର୍ତ୍ତିର ନିର୍ମାଣ କାମ ଚାଲୁ ରହିଛି। ଅକ୍ଟୋବର ୨୦ ଷଷ୍ଠୀରେ ମା’ଙ୍କ ଘଟ ସ୍ଥାପନ କରାଯିବ। ଚାନ୍ଦି ହାରରେ ସଜେଇ ହେବେ ମା’। ସପ୍ତମୀରେ ଚକ୍ଷୁଦାନ ପରେ ରୀତିନୀତି ଅନୁଯାୟୀ ଅଷ୍ଟମୀ, ନବମୀ ଏବଂ ଦଶମୀରେ ପୂଜାର୍ଚ୍ଚନା କରାଯିବ। ଅଷ୍ଟମୀ ଦିନ ଟଙ୍କପାଣି ଅଞ୍ଚଳର ପ୍ରାୟ ୫ହଜାର ଲୋକଙ୍କ ଘରେ ଖେଚୁଡି ଭୋଗ ବଣ୍ଟାଯିବ। ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ୩ଦିନ ମେଲୋଡି କାର୍ଯ୍ୟକ୍ରମ କରାଯିବ। ଏଥିରେ ତାରିକ୍‌ ଅଜିଜ୍‌, ନାସିର୍‌ଙ୍କ ଭଳି ବହୁ ଲୋକପ୍ରିୟ କଣ୍ଠଶିଳ୍ପୀ ଯୋଗଦେବେ। ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ କରାଯିବ। ଏଥିସହ ସୁରକ୍ଷା ଦୃଷ୍ଟିରୁ ମଣ୍ଡପ ଆଖପାଖରେ ୮ଟି ସିସିଟିଭି କ୍ୟାମେରା ଲଗାଯିବ। ଏବଂ ଟ୍ରାଫିକ୍‌ ସମସ୍ୟାକୁ ଏଡାଇବା ପାଇଁ ୫୦ରୁ ଊର୍ଦ୍ଧ୍ୱ ଭଲ୍ୟୁଣ୍ଟର ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri