Posted inଖେଳ

ଚମତ୍କାରୀ ଚିନ୍ମୟୀ

ଆକ୍ସନ ଫିଲ୍ମ ପ୍ରତି ଆଗ୍ରହରୁ ଫାଇଟିଂ ଶିଖିବାର ସଉକ। ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସେ ଏବେ ବନିଯାଇଛନ୍ତି ସଫଳ କ୍ରୀଡ଼ାବିତ୍‌। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଓ୍ବାଲର୍‌ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ସେ ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି। ଓଡ଼ିଶା କ୍ରୀଡ଼ା ଜଗତରେ ଏପରି ଏକ କାହାଣୀର ସଫଳ ନାୟିକା ହେଲେ କରାଟେକା ଚିନ୍ମୟୀ ଭୂୟାଁ। ତାଙ୍କ କ୍ୟାରିୟର ଏବଂ ଯାତ୍ରାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ଫାଇଟିଂ ଶିଖିବାର ସଉକରୁ ସଫଳ କ୍ରୀଡ଼ାବିତ୍‌। ସେ କେବଳ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ପ୍ରଦର୍ଶନର ଛାପ ଛାଡ଼ି ନାହାନ୍ତି, ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦକ୍ଷତା ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି। ଓଡ଼ିଶା କ୍ରୀଡ଼ା ଜଗତରେ ଏପରି ଏକ କାହାଣୀର ସଫଳ ନାୟିକା ହେଲେ କରାଟେକା ଚିନ୍ମୟୀ ଭୂୟାଁ। ଆକ୍ସନ ଫିଲ୍ମ ଦେଖିବାରେ ତାଙ୍କର ପ୍ରବଳ ଆଗ୍ରହ। ଏଥିରୁ ନିଜେ ଫାଇଟ୍‌ କରିବାର ମନୋବୃତ୍ତି ଜନ୍ମ ନେଇଥିଲା। ଫିଟ୍‌ନେସ ଗୁରୁ ହରି ପ୍ରସାଦ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ସ୍ବପ୍ନ ସାକାର ହେଲା। କାନାଡ଼ାରେ ନିକଟରେ ଶେଷ ହୋଇଥିବା ବିଶ୍ୱ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨ଟି ସ୍ବର୍ଣ୍ଣ ପଦକ ଜିତି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଛନ୍ତି ଏହି ସାହସୀ ଯୁବତୀ। ଚିନ୍ମୟୀଙ୍କ ମା’ ମଞ୍ଜୁଲତା ଏବଂ ବାପା କ୍ଷୀରୋଦ କୁମାର ଭୂୟାଁ। ଘର ଭଦ୍ରକ, ମାତ୍ର ଦୀର୍ଘ ୨୦ ବର୍ଷ ଧରି ଭୁବନେଶ୍ୱରରେ ରହୁଛନ୍ତି।
ଟିମ୍‌ ଫାଇଟ୍‌ ସ୍ବର୍ଣ୍ଣ ସ୍ମରଣୀୟ
କାନାଡ଼ାରେ ଅନୁଷ୍ଠିତ ଓ୍ବାଲର୍‌ଡ ପୋଲିସ ଆଣ୍ଡ ଫାୟାର ଗେମ୍ସରେ ୨୦ଟି ଭିନ୍ନଭିନ୍ନ ଦେଶରୁ ପ୍ରତିଯୋଗୀମାନେ ଆସିଥିଲେ। ଯେହେତୁ ବିଶ୍ୱ ଚାମ୍ପିୟନଶିପ୍‌ ଥିଲା ତେଣୁ ସବୁ ଦେଶରୁ ଶ୍ରେଷ୍ଠ ପ୍ରତିଯୋଗୀମାନେ ହିଁ ଚୟନ ହୋଇଥିଲେ। ତେଣୁ ପ୍ରତିଯୋଗିତା ଅତ୍ୟନ୍ତ ଟପ୍‌ ଥିଲା। କାମ୍ବୋଡ଼ିଆ, ବ୍ରାଜିଲ, ଫ୍ରାନ୍ସ, ଫିଲିପାଇନ୍ସ, ନାଇଜେରିଆ ଦେଶର ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ତାଙ୍କୁ ଲଢ଼ିବାକୁ ପଡ଼ିଥିଲା। ତେବେ ନାଇଜେରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷ ଫାଇଟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି ଚିନ୍ମୟୀ କହିଛନ୍ତି। ବିଶ୍ୱ ପ୍ରତିଯୋଗିତାରେ ଚିନ୍ମୟୀ ୨ଟି ସ୍ବର୍ଣ୍ଣ ପଦକ ପାଇଥିଲେ। ଏଥିରୁ ଗୋଟିଏ ଥିଲା ୬୦ ବର୍ଷରୁ କମ୍‌ ବର୍ଗ ବ୍ୟକ୍ତିଗତ ଫାଇଟ୍‌ ଏବଂ ଅନ୍ୟଟି ଟିମ୍‌ ଫାଇଟ୍‌। ଏଥିରେ ଚିନ୍ମୟୀଙ୍କ ସମେତ ଭାରତ ପକ୍ଷରୁ ୩ ଜଣ ଅଂଶଗ୍ରହଣ କରିଥିଲେ। ଟିମ୍‌ ଫାଇଟ୍‌ ସମୟରେ ଟିମ୍‌ ଇଣ୍ଡିଆ ସମ୍ବୋଧନ ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଥିଲା। ଫାଇଟ୍‌ ପାଇଁ ଦେଶର ନାଁ ଡକା ଯାଉଥିବାବେଳେ ଯେଉଁ ରୋମାଞ୍ଚ ସୃଷ୍ଟି ହେଉଥିଲା ତାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଚିନ୍ମୟୀଙ୍କ ସହିତ ଆଇଟିବିପିର ବୈଶାଳୀ ଚକ୍ରବର୍ତ୍ତୀ ଓ ସିଆଇଏସ୍‌ଏଫ୍‌ର ଆଭା ସିଂ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।
ଆରମ୍ଭର କଥା
କ୍ୟାରିୟର ଆରମ୍ଭର କଥା ସମ୍ପର୍କରେ ଚିନ୍ମୟୀ କୁହନ୍ତି ଯେ, ”୨୦୧୪ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଲ୍ଫ ଡିଫେନ୍ସ (ଆତ୍ମରକ୍ଷା କୌଶଳ) ଆରମ୍ଭ ହେଲା। ମୁଁ ସେତେବେଳେ ଉତ୍କଳ କରାଟେ ସ୍କୁଲ ଆସି କୋଚ୍‌ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସେଲ୍ଫ ଡିଫେନ୍ସର ରିଆକ୍ଟ କୋର୍ସ କରିଥିଲି। ସେତେବେଳେ ଗ୍ରାଜୁଏଶନ କରୁଥିଲି। ସେଲ୍ଫ ଡିଫେନ୍ସ କରିବାପରେ ମୋତେ କରାଟେ ଭଲ ଲାଗିଥିଲା। ତେବେ ଏହି ଖେଳରେ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି କେବେ ଭାବି ନ ଥିଲି। କେବଳ ଫାଇଟିଂ ଶିଖିବି ବୋଲି ଆସିଥିଲି। ଏଇଠୁ ମୋ କରାଟେ ଯାତ୍ରା ଆରମ୍ଭ ହେଲା। ଏହାପରେ ରାଜ୍ୟ ପ୍ରତିଯୋଗିତା ଏବଂ ଜାତୀୟ ପ୍ରତିଯୋଗିତାରେ ପଦକ ପାଇଲି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୨୦୨୧ରେ ମୋତେ ଓଡ଼ିଶା ପୋଲିସରେ ନିଯୁକ୍ତି ମିଳିଲା। ୨୦୨୨ରେ ଦିଲ୍ଲୀରେ ଅନୁଷ୍ଠିତ ପୋଲିସ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇବାପରେ ମୁଁ ଓ୍ବାଲର୍‌ଡ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲି। ଆକ୍ସନ ଫିଲ୍ମ ବହୁତ ପସନ୍ଦ ଥିବାରୁ ଫାଇଟିଂ ପ୍ରତି ଆଗ୍ରହ ଥିଲା, ମାତ୍ର ଫାଇଟିଂ ପ୍ରକୃତରେ କ’ଣ ମୋତେ ଜଣା ନ ଥିଲା। କିଛି ନୂଆ ଶିଖିବାର ଇଚ୍ଛା ଏବଂ ଫାଇଟ୍‌ କରିବାର ନିଶାରୁ ହିଁ ମୁଁ କରାଟେକୁ ଆସିଯାଇଥିଲି“।
କରାଟେ ଶୃଙ୍ଖଳା ଶିଖାଇଥାଏ
ମୁଁ କରାଟେରେ ଥିବାରୁ ବହୁତ ଖୁସି ଲାଗୁଛି। କାରଣ ଜଣେ ଝିଅର ସେଲ୍ଫ ଡିଫେନ୍ସ ପାଇଁ କରାଟେ ନିହାତି ଆବଶ୍ୟକ। ଶାରୀରିକଭାବେ ଫିଟ୍‌ ସହିତ ପୂରା ଫୋକସ ରହିଥାଏ। ମୁଁ ଯେଉଁ ପରିବେଶ (ଉତ୍କଳ କରାଟେ ସ୍କୁଲ)ରେ ଟ୍ରେନିଂ ନେଉଛି ସେଠାରେ ଶୃଙ୍ଖଳାକୁ ହିଁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ କରାଟେ ଦ୍ୱାରା ପୂରା ଜୀବନ ଶୃଙ୍ଖଳିତ ହୋଇଯାଇଥାଏ ବୋଲି ନିଜ ଅନୁଭବରୁ ପ୍ରକାଶ କରିଛନ୍ତି ଚିନ୍ମୟୀ।
ଚର୍ଚ୍ଚିତ ୨୦୧୭: ୨୦୧୭ ରେ ଚିନ୍ମୟୀ ବହୁତ ଚର୍ଚ୍ଚାରେ ରହିଥିଲେ। ସେ ଉତ୍କଳ କରାଟେ ସ୍କୁଲରୁ ରାତି ୯ଟାରେ ଟ୍ରେନିଂ ସାରି ଫେରୁଥିବାବେଳେ ୩ ଜଣ ଲୁଟେରା ଆସି ତାଙ୍କ ସୁନା ଚେନ୍‌ ଓ ମୋବାଇଲ ଝାମ୍ପିନେଇ ପଳାଇ ଯାଉଥିଲେ। ସାହସୀ ଚିନ୍ମୟୀ ଡରି ନ ଯାଇ ସେମାନଙ୍କୁ ଫଲୋ କରି କିଛି ବାଟ ଯିବାପରେ ସେମାନଙ୍କ ସହ ଲଢ଼ିଥିଲେ। ଶେଷରେ ତାଙ୍କର ବିଜୟ ହୋଇଥିଲା ଏବଂ ସେ ନିଜ ଜିନିଷ ଫେରି ପାଇଥିଲେ। ଏହି ଘଟଣାରେ ତାଙ୍କୁ ସ୍ପେଶାଲ ପୋଲିସ ଆଓ୍ବାର୍ଡ ଦିଆ ଯାଇଥିଲା।
ସ୍ବପ୍ନ ସାକାର
ଓ୍ବାଲର୍‌ଡ ଗେମ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବା ପରେ ଜାତୀୟ ସଙ୍ଗୀତ ବାଜିଥିଲା। ତାହା ଚିନ୍ମୟୀଙ୍କୁ ଅତ୍ୟନ୍ତ ରୋମାଞ୍ଚତ୍ତ କରିଥିଲା। ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସବୁ କ୍ରୀଡ଼ାବିତ୍‌ଙ୍କର ଇଚ୍ଛା ଥାଏ। ତାହା ପୂରଣ ହୋଇଥିବାରୁ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି କହିଛନ୍ତି।
କୋଚ୍‌ଙ୍କୁ ଶ୍ରେୟ
ନିଜ ସଫଳତା ପାଇଁ କୋଚ୍‌ ହରିପ୍ରସାଦ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଚିନ୍ମୟୀ। ”କୋଚ୍‌ ମୋତେ ଜଣେ ଭଲ ମଣିଷଭାବେ ଗଢ଼ିଛନ୍ତି। ମୁଁ ଖୁସିରେ ଫାଇଟିଂ ଶିଖିବାକୁ ଆସିଥିଲି। ମାତ୍ର ସେ ମୋତେ ଜଣେ ସଫଳ ଆଥଲେଟ୍‌ରେ ପରିଣତ କରିଛନ୍ତି। ତାଙ୍କ ପ୍ରଶିକ୍ଷଣ ଯୋଗୁ ମୁଁ ଓ୍ବାଲର୍‌ଡ ଗେମ୍ସରେ ପ୍ରତଦ୍ୱନ୍ଦ୍ୱିତା କରିବା ସମ୍ଭବ ହୋଇଛି। ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହିଁବି। କାରଣ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିବାରୁ ମୁଁ କାନାଡ଼ା ଯାଇ ବିଶ୍ୱ ପୋଲିସ କ୍ରୀଡ଼ାରେ ଭାଗ ନେଇପାରିଲି“ ବୋଲି ଚିନ୍ମୟୀ ପ୍ରକାଶ କରିଛନ୍ତି।

-ପ୍ରସ୍ତୁତି: ତପନ ସ୍ବାଇଁ

ଫଟୋ: ବିକାଶ ରଞ୍ଜନ ନାୟକ

 


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Govt Jobs: ବିନା ଇଣ୍ଟରଭ୍ୟୁରେ, ବିନା ପରୀକ୍ଷାରେ ଏମିତି ଉଠାନ୍ତୁ ସରକାରୀ ଚାକିରିର ସୁବିଧା

ନୂଆଦିଲ୍ଲୀ,୨୪।୧୨: ୟୁନାଇଟେଡ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ ୧୫୩ଟି ପ୍ରଶାସନିକ ଅଧିକାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସବୁଠାରୁ ଭଲ କଥା ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri