Posted inଜାତୀୟ

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ ସରକାର ଗଠନ ଲାଗି ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ନେତାଙ୍କ ଦୌଡ ଜାରି ରହିଛି। ଏହାର ମୂଳ କାରଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଶିନ୍ଦେ। ପ୍ରଥମେ ଏକନାଥ ଶିନ୍ଦେ ପଦ ଛାଡିବାକୁ ରାଜି ନ ଥିଲେ, ହେଲେ ଯେତେବେଳେ କଥା ଆଗକୁ ନ ବଢିଲା ସେ ଗୃହମନ୍ତ୍ରାଳୟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ବଦଳେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ରାଜି ହୋଇଛନ୍ତି।

ହେଲେବି କଥା ଏଇଠି ସରିନି। ଏକନାଥ ସିନ୍ଦେ ଏବେ ମହାୟୁତି ସରକାର ଗଂନରେ ବାଧକ ସାଜିଚନ୍ତି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହିତ ଦିଲ୍ଲୀରେ ସାକ୍ଷାତ ପରେ ସେ ମୁମ୍ବାଇ ପହଞ୍ଚିଥିଲେ ଓ ସିଧା ନିଜ ଗାଁକୁ ଚାଲିଯାଇଥିଲେ। ତେବେ ରବିବାର ଗଣମାଧ୍ୟମ ସହ ଆଲୋଚନାରେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦ ଉପରେ ନିଜର ଦାବି ଜାହିର କରିଛନ୍ତି। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ଯାହା ବି ନିଷ୍ପତ୍ତି ନେବେ ସେ ଏହାକୁ ସ୍ବୀକାର କରିବେ। ଏଥିରେ ଏବେ ପ୍ରଶ୍ନ ଉଠୁଛି ଏକନାଥ ଶନ୍ଦେ ଏପରି ବାର୍ଗେନିଂ କେଉଁ ସାହସରେ କରୁଛନ୍ତି?

ମାହାୟୁତିରେ ଭାଜପା ସବୁଠୁ ବଡ଼ ପାର୍ଟି ଓ ନିର୍ବାଚନରେ ୧୩୨ଟି ଆସନ ହାତେଇଛି। ଏଥିରେ ଭାଜପା ଚାହିଁଲେ ନିମିଷେକରେ ଶିବସେନା (ଶିନ୍ଦେ)କୁ ଆଡେଇ ଦେଇ ଏନସିପି(ଅଜିତ)କୁ ସାଙ୍ଗରେ ନେଇ ସରକାର ଗଢି ପାରିବ। ହେଲେ କଥା ଯେମିତି ସହଜ ଲାଗୁଛି ସେମିତି ସହଜ ନୁହେଁ। କାରଣ ଏକନାଥ ସିନ୍ଦେଙ୍କ ଅସଲି ତାକତ ତାଙ୍କର ୫୭ ଜଣ ବିଧାୟକ ନୁହନ୍ତି, ୭ ଲୋକ ସଭା ଏମପି, ଯାହା କେନ୍ଦ୍ରରେ ମୋଦି ସରକାରଙ୍କ ସ୍ଥାୟିତ୍ୱର କାରଣ।

ଗତ ଲୋକ ସଭା ର୍ନିବାଚନରେ ଭାଜପାକୁ ସଂଖ୍ୟାଗରିଷ୍ଠତା ମିଳିନଥିଲା। ଭାଜପାର ୨୪୦ ଏମପି ଅଛନ୍ତି, ତେବେ କେନ୍ଦ୍ରରେ ସରକାର କରିବାକୁ ୨୭୨ ଏମପିଙ୍କ ସମର୍ଥନ ଦରକାର। ଏଣୁ ୩୨ ଏମପିଙ୍କ ଆବଶ୍ୟକତା ପୂରଣ କରିବାରେ ଶିବସେନା (ଶିନ୍ଦେ)ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରର ଏନଡିଏ ସରକାରରେ ଭାଜପା ପରେ ସବୁଠୁ ବଡ଼ ପାର୍ଟି ଆନ୍ଧ୍ରପ୍ରଦେଶର ଟିଡିପି। ଚନ୍ଦ୍ରବାବୁ ନାଇଡୁଙ୍କ ପାର୍ଟିର ୧୬ ଜଣ ଏମପି ଅଛନ୍ତି। ତୃତୀୟ ସ୍ଥାନରେ ଜେଡିୟୁ ଅଛି ଯାହାର ୧୨ ଜଣ ଏମପି ଅଛନ୍ତି। ଏବେ କେନ୍ଦ୍ର ସରକାରରେ ଏନଡିଏର ୨୯୩ ଜଣ ଏମପି ଅଛନ୍ତି।

ଏଥିରେ ଯଦି ଶିନ୍ଦେ ଏନଡିଏରୁ ପୃଥକ ହୁଅନ୍ତି ତେବେ କେନ୍ଦ୍ରରେ ସରକାର ଉପରେ କୌଣସି ପ୍ରଭାବ ପଡିବ ନାହିଁ, ହେଲେ ମୋଦି ସରକାରଙ୍କ ଉପରେ ଚାପରେ ଆସିଯିବ। ଏଣୁ କେନ୍ଦ୍ରର ଭାଜପା ସରକାର ବିରୋଧୀଙ୍କୁ ଏପରି କୌଣସି ସୁଯୋଗ ଦେବାକୁ ଚାହାନ୍ତିନି ଯେଉଁଥିରୁ ଲାଗିବ ମୋଦି ସରକାର ଦୁର୍ବଳ। ଅନ୍ୟପଟେ ଶିନ୍ଦେ ଭାଜପା ସହିତ ଏହି ପ୍ରସଙ୍ଗରେ ମଧ୍ୟ ବାର୍ଗେନିଂ ଚଳାଇଛନ୍ତି। ସେ ଜାଣିଛନ୍ତି ରାଜ୍ୟରେ ଭାଜପାର ସରକାରକୁ ସେ କୌଣସିବି ସ୍ତରରେ ରୋକି ପାରିବେନି, ହେଲେ ନିଜ ଏମପିଙ୍କ ବଳରେ ସେ ନିଜ ପାଇଁ ରାଜ୍ୟ ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ହାସଲ କରିନେବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?