Posted inଜାତୀୟ

ଫଡନଭିସଙ୍କ ଠାରୁ ଅଧିକ ଧନୀ ଶିନ୍ଦେ, ପାଖରେ ଅଛି ନଗଦ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ଆଉ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମହା ସସପେନ୍ସର ଅନ୍ତ ଘଟିଛି। ଆଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିଛି। ଦେବେନ୍ଦ ଫଡନଭିସ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବାକୁ ଯାଉଛନ୍ତି। ଏଥିସହ ଅଜିତ ପାଓ୍ବାର ଓ ଏକନାଥ ଶିନ୍ଦେ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ। ଯଦି ଶିନ୍ଦେ ଓ ଫଡନଭିସଙ୍କ ସମ୍ପର୍କରେ ଆଲୋଚନା କରାଯାଏ ତେବେ ଦହେଁ ସୂଚାରୁ ରୂପେ ନିଜର କାର୍ଯ୍ୟକାଳ ସମ୍ଭାଳିଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଶିନ୍ଦେଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଆଉ ଫଡନଭିସଙ୍କ ଦଳ ଉପରେ ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷତା ପ୍ରଶଂସନୀୟ ଭାବେ ଦେଖିଛନ୍ତି। କିନ୍ତୁ ଦୁହିଁଙ୍କ ନେଟଓ୍ବର୍ଥ ବିଷୟରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସମ୍ପତ୍ତି ମୂଲ୍ୟ ଅଧିକ ରହିଛି।

ଫଡନଭିସ ମହାରାଷ୍ଟ୍ର ବିଧାନସଭାକୁ ନାଗପୁରର ଦକ୍ଷିଣ-ପଶ୍ଚିମ ଆସନରୁ ନିର୍ବାଚିତ ହୋଇ ଆସିଥିଲେ। ତେବେ ନିଜ ସ୍ବୀକାରୋକ୍ତି ପତ୍ରରେ ସେ ନିଜ ସମ୍ପତ୍ତି ୧୩.୨୭ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ। ୨୦୨୩-୨୪ ନିର୍ବାଚନ ସମୟରେ ତାଙ୍କର ମୋଟ ଆୟ ୭୯.୩ ଲକ୍ଷ ଟଙ୍କା ଥିଲା। ଯେତେବେଳେ କି ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ଆୟ ୯୨.୪୮ ଲକ୍ଷ ଟଙ୍କା ରହିଥିଲା। ଫଡନଭିସ କୌଣସି ନିବେଶ ବଣ୍ଡ, ମ୍ୟୁଚିଆଲ ଫଣ୍ଡ କିମ୍ବା କୌଣସି ଶେୟାରରେ ନିବେଶ କରି ନାହାନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଅମୃତା ଫଡନଭିସଙ୍କ ପାଖରେ ପାଖାପାଖି ୫.୬୩ କୋଟିର ବଣ୍ଡ, ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ ରହିଛି। ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪୫୦ ଗ୍ରାମ୍‌ ଓ ଅମୃତାଙ୍କ ପାକରେ ୯୦୦ ଗ୍ରାମ୍‌ ସୁନା ରହିଛି। ଯାହାର ଦାମ୍‌ ପାଖାପାଖି ଏକ କୋଟି ଟଙ୍କା।

ଫଡନଭିସ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପୂର୍ବରୁ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଷଷ୍ଠ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଛନ୍ତି। ନିର୍ବାଚନ ଆୟୋଗକୁ ଦିଆଯାଇଥିବା ଆଫିଡେଭିଟ ଅନୁଯାୟୀ, ୫୪ ବର୍ଷିୟ ଫଡନାଭିସ ଏବଂ ତାଙ୍କ ପରିବାରର ୧୩ କୋଟି ୨୭ ଲକ୍ଷ ୪୭ ହଜାର ୭୨୮ ମୂଲ୍ୟର ଚଳନ ତଥା ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ଟ୍ୟାକ୍ସ ରିଟର୍ଣ୍ଣ ଫର୍ମ ଅନୁଯାୟୀ, ୨୦୨୩-୨୪ ରେ ତାଙ୍କର ମୋଟ ଆୟ ୭୯,୩୦,୪୦୨ ଟଙ୍କା ଥିବାବେଳେ ୨୦୨୨-୨୩ ମସିହାରେ ଏହା ୯୨,୪୮,୦୯୪ ଟଙ୍କା ଥିଲା।
ଫଡନଭିସ ତାଙ୍କ ନାମରେ ୫୬,୦୭,୮୬୭ ଟଙ୍କା ସମ୍ପତ୍ତି ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ନାମରେ ୬,୯୬,୯୨,୭୪୮ ଟଙ୍କା ଏବଂ ତାଙ୍କ ଝିଅ ନାମରେ ୧୦,୨୨,୧୧୩ ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ରହିଛି। ଫଡନାଭିସଙ୍କ ନଗଦ ୨୩,୫୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କର ୧୦,୦୦୦ ଟଙ୍କା ନଗଦ ଅଛି। ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଜମା ପରିମାଣ ୨,୨୮,୭୬୦ ଟଙ୍କା। ଏଥିରେ ଆର୍ଥିକ ପ୍ରତିଷ୍ଠାନ, NBFC ଏବଂ ସମବାୟ ସମିତିରେ ସ୍ଥିର ଜମା ଏବଂ ଜମା ଅନ୍ତର୍ଭୁକ୍ତ। ତାଙ୍କ ପତ୍ନୀଙ୍କର ୧,୪୩,୭୧୭ ଟଙ୍କା ଅଛି। ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଫଡନାଭିସ, ଏନ୍‌ଏସ୍‌ଏସ୍‌, ଡାକ ସଞ୍ଚୟ, ବୀମା ପଲିସି ଏବଂ ଆର୍ଥିକ ଉପକରଣରେ ୨୦,୭୦,୬୦୭ ଟଙ୍କା ବିନିଯୋଗ କରିଛନ୍ତି। ମ୍ୟୁଚୁଆଲ ଫଣ୍ଡରେ ୫,୬୨,୫୯,୦୩୧ ଟଙ୍କା ବିନିଯୋଗ କରିଛନ୍ତି।

ସୂଚନାନୁସାରେ, ଫଡନଭିସରେ ୪୫୦ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୩୨,୮୫,୦୦୦ ଟଙ୍କା। ତାଙ୍କ ପତ୍ନୀଙ୍କ ପାଖରେ ୬୫ ଗ୍ରାମ ସୁନା ଅଳଙ୍କାର ୬୫,୭୦,୦୦୦ ଟଙ୍କା ରହିଛି। ସେହିଭଳି ଫଡନଭିସ ତାଙ୍କ ନାମରେ ୪,୬୮,୯୬,୦୦୦ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ଚନ୍ଦ୍ରପୁରର କୃଷି ଜମି, ନାଗପୁରର ଧରମେଥରେ ଆବାସିକ କୋଠା ଏବଂ ଅନ୍ୟାନ୍ୟ ସମ୍ପତ୍ତି ଅନ୍ତର୍ଭୁକ୍ତ। ତାଙ୍କ ପତ୍ନୀଙ୍କ ନାମରେ ୯୫,୨୯,୦୦୦ ଟଙ୍କା ସମ୍ପତ୍ତି ଅଛି। ଫଡନଭିସ ତାଙ୍କ ସ୍ତ୍ରୀଙ୍କଠାରୁ ୬୨,୦୦,୦୦୦ ଟଙ୍କା ଋଣ ନେଇଛନ୍ତି। ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନରୁ ତାଙ୍କର ଅନ୍ୟ କୌଣସି ଋଣ କିମ୍ବା ଦେୟ ନାହିଁ। ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ନାମରେ କୌଣସି କାର ନାହିଁ। ଫଡନଭିସ ମାସକୁ ୩.୪ ଲକ୍ଷ ଟଙ୍କା ଦରମା ପାଆନ୍ତି।

ଅନ୍ୟପଟେ ଶିନ୍ଦେଙ୍କ ମୋଟ ସମ୍ପତ୍ତି ୧୪.୮୩ କୋଟି ଟଙ୍କା। ଯେତେବେଳେ କି ୫ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୯ରେ ତାଙ୍କର ନେଟଓ୍ବର୍ଥ୫.୪୪ କୋଟି ଟଙ୍କା ଥିଲା। ତାଙ୍କ ପାଖରେ ପ୍ରାୟ ୮ଲକ୍ଷ ଟଙ୍କାର ସୁନା ଆଭୂଷଣ ରହିଛି। ଏଥିସହ ତାଙ୍କ ପାଖରେ ଏକ ପିସ୍ତଲ ରହିଛି ଯାହାର ଦାମ୍‌ ୨.୨୫ ଲକ୍ଷ ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?