Posted inଜାତୀୟ

ଗାଁରେ ପହଞ୍ଚି ଅସୁସ୍ଥ ହୋଇପଡିଛନ୍ତି ଶିନ୍ଦେ, ସତ୍ତାରା ପହଞ୍ଚିଲେ ଡାକ୍ତରୀ ଟିମ୍‌!

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ତାଙ୍କ ଗ୍ରାମରେ ହଠାତ୍‌ ଖରାପ ହୋଇଯାଇତ୍ୱା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଡାକ୍ତରଙ୍କ ଏକ ଟିମ ତାଙ୍କ ଗୃହ ଜିଲା ସତ୍ତାର ଗାଁରେ ପହଞ୍ଚିଛନ୍ତି। କୁହାଯାଉଛି ଯେ ସେ ଥକ୍କା କାରଣରୁ ଜ୍ୱରରେ ପୀଡିତ ଅଛନ୍ତି। ଡାକ୍ତର ତାଙ୍କର ପରୀକ୍ଷା କରୁଛନ୍ତି।

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ଏକ ସପ୍ତାହ ବିତିଗଲାଣି, କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ନେଇ ନିକଟରେ ଏକନାଥ ଶିନ୍ଦେ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହା ପରେ ଅମିତ ଶାହା ମଧ୍ୟ ମହାୟୁତୀ ନେତାଙ୍କ ସହ ଏକ ବୈଠକ କରିଥିଲେ। ଦିଲ୍ଲୀ ପରେ ମହାରାଷ୍ଟ୍ରରେ ମହାୟୁତୀ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଦିଲ୍ଲୀରୁ ଫେରିବା ପରେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ୍‌ ତାଙ୍କ ଗାଁ ଗସ୍ତରେ ଯାଇଥିଲେ। ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା ହେବାର ସମ୍ଭାବନା ଥିଲା। ଏହି ସମୟରେ ଗାଁରେ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାର ଖବର ଆସିଥିଲା। ମୁମ୍ବାଇରୁ ଗାଁରେ ପହଞ୍ଚିଥିବା ଡାକ୍ତରୀ ଟିମ ତାଙ୍କୁ ପରୀକ୍ଷା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

୬୫ ବର୍ଷରୁ ଅତିରିକ୍ତ ପେନସନ ଲାଗୁ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ଟିକିରି,୨୨।୪ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସୋମବାର କାଶୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri