Posted inଜାତୀୟ

୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ଶିନ୍ଦେ, ଅମିତ ଶାହା ଦେଲେ ଏମିତି ଜବାବ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ସରକାର ଗଠନର ଫର୍ମୂଲା ପାଖାପାଖି ଫାଇନାଲ ହୋଇଯିବା ଭଳି ନଜର ଆସୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦ ପଦବୀକୁ ନେଇ ସସପେନ୍ସ ଜାରି ରହିଛି। ଏନେଇ ଅଫିସିଆଲି ଭାବେ କୌଣସି ସୂଚନା ମିଳିନାହିଁ। ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିବାବେଳେ ଭାଜପା ଫଡନଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଛକପଞ୍ଝା ଭିତରେ ସୂଚନା ମିଳିଛି ଯେ, ଶିନ୍ଦେ ଅମିତ ଶାହାଙ୍କୁ ଭେଟି ୬ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଥିଲେ। ଯାହା ପ୍ରଚାର ହେବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠୁଛି। ମୁଖ୍ୟମନ୍ତ୍ରୀ ୫ବର୍ଷ ପାଇଁ ହେବାକୁ ଥିବାବଳେ ଶିନ୍ଦେ କାହିଁକି ୬ ମାସ ପାଇଁ ଏହି ପଦ ମାଗୁଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ, ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ୬ମାସ ପାଇଁ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ରଖିଥିଲେ। ଯାହାକୁ ଭାଜପା ମନା କରିଦେଇଥିଲା। ଭାଜପା କହିଥିଲା, ଏହି ୬ମାସିଆ ମୁଖ୍ୟମନ୍ତ୍ରୀ ହେଲେ ଦଳ ବିରୋଧରେ ଏକ ଖରାପ ପ୍ରଭାବ ପଡିବ। ଏହି ପ୍ରକାର ପ୍ରକ୍ରିୟା ହେବାର କୌଣସି ସିଷ୍ଟମ ନାହିଁ। ତେବେ ଏହି ଆଲୋଚନା ନଭେମ୍ବର ୨୮ରେ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହା, ଶିନ୍ଦେଙ୍କ ସମେତ ଅନ୍ୟ ନେତାଙ୍କ ସହ ସାକ୍ଷାତକାରରେ ଏହି ବୟାନ ରଖିଥିଲେ।

ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ଶିନ୍ଦେ ସ୍ପଷ୍ଟ କରିଥିଲେ ଯେ, ଭାଜପା ଶୀର୍ଷ ନେତୃତ୍ୱ ଯାହା ବି ନିଷ୍ପତ୍ତି ନେବେ ଆମେ ସ୍ବୀକାର କରିବୁ। ତା’ ପରଦିନ ଗୃହମନ୍ତ୍ରୀ ଅମିତ ଶାହା, ଶିନ୍ଦେଙ୍କ ସମେତ ଅନ୍ୟ ନେତାଙ୍କ ସହ ସାକ୍ଷାତକାର ହୋଇଥିଲା। ଏହି ବୈଠକରେ ଦେବେନ୍ଦ୍ର ଫଡନଭିସ୍‌, ଏନସିପି ଅଜିତ ପାଓ୍ବାର, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲ ଓ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ତଟକର ସାମିଲ୍‌ ହୋଇଥିଲେ।

ଚଳିତ ନିର୍ବାଚନରେ ମହାୟୁତି ରାଜ୍ୟରେ ୨୮୮ ଆସନରୁ ୨୩୦ଟି ଆସନରେ ବିଜୟ ହାସଲ କରିଥିଲା। ଏହାକୁ ପ୍ରମାଣ ଭାବରେ ରଖି ବୈଠକରେ ଶିନ୍ଦେ କହିଥିଲେ, ଆପଣ ଦେଇଥିବା କଥାକୁ ମନ ପକାନ୍ତୁ। ଲୋକ ସଭା ନିର୍ବାଚନ ପରେ ଆପଣ କଥା ଦେଇଥିଲେଯେ, ମେଣ୍ଟ ବହୁମତ ହାସଲ କଲେ ମୋତେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ। ଯାହାର ଉତ୍ତରରେ ଶାହା କହିଥିଲେ, ଆପଣ ମୋ ସ୍ଥାନରେ ରହି ଚିନ୍ତା କରନ୍ତୁ। ଏତର ଭାଜପା ମେଣ୍‌ଟ ମଧ୍ୟରେ ବହୁମତ ହାସଲ କରିଛି। ତେବେ ଆପଣଙ୍କ ଦଳ ଯଦି ଏଥର ବହୁମତ ହାସଲ କରିଥାନ୍ତା କ’ଣ ଆପଣ ମୁଖ୍ୟମନ୍ତ୍ରୀ ପଦ ଛାଡି ଦେଇଥାନ୍ତେ। ଏକଥା ଶୁଣି ଶିନ୍ଦେ ଚୁପ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?