୫ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ, ୧୧।୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ। ବର୍ଷା ତଥା କୋହଲା ପାଗ ପାଇଁ ଶିମିଳିପାଳ ଆଭ୍ୟନ୍ତରଣ ରାସ୍ତା ବିପଦପୂର୍ଣ୍ଣ ହେବା ଆଶଙ୍କା କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ପର୍ଯ୍ୟଟକମାନେ ତଦନୁଯାୟୀ ସେମାନଙ୍କ ଗସ୍ତସୂଚୀ ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ରାତ୍ରରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ଲାଗି ଏହି କଟକଣା ନାହିଁ।