ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୫।୨: ପାଗ ଅନୁକୂଳ ହେବାରୁ ଶନିବାର ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ ବର୍ଷା ପାଇଁ ଶୁକ୍ରବାର ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିଥିଲା । ଜଙ୍ଗଲ ରାସ୍ତା କାଦୁଆ ହୋଇଯିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନବେଳେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କର୍ତ୍ତୃପକ୍ଷ ଶିମିଳିପାଳକୁ ବନ୍ଦ କରିଥିଲେ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନଙ୍କ ପାଇଁ ଖୋଲାରହିଥିଲା। ପାଗ ଅନୁକୂଳ ହେବାରୁ ଶନିବାର ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ।