ଜଳୁଛି ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୨୮।୩: ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ନିଆଁ ଲାଗିଛି। ତେବେ ନିଆଁ କିଭଳି ଲାଗିଲା ସେନେଇ ତଦନ୍ତ ଚାଲିଛି। ବିଭାଗ ପକ୍ଷରୁ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମକଡ୍ରିଲ କରାଯାଇଥିଲା। ସେହିପରି ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁ ଲିଭା ମେସିନ ନିୟୋଜିତ ହୋଇଥିଲା ।