ଶିଳ୍ପାଙ୍କ ବିବାଦ ହିଷ୍ଟ୍ରି: କେବଳ ସ୍ବାମୀଙ୍କ ପାଇଁ ନୁହେଁ ପୂର୍ବରୁ ବି ଚୁମ୍ବନ, ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ଥିଲେ ଚର୍ଚ୍ଚାରେ….

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ କେବଳ ସ୍ବାମୀଙ୍କ ଅଶ୍ଳୀଳତା ମାମଲାରେ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ ପୂର୍ବରୁ ଶିଳ୍ପା ଅନେକ ଥର ବିବାଦରେ ଫସିଛନ୍ତି। କୁହାଯାଏ ଶିଳ୍ପା ଏବଂ ବିବାଦ ପରସ୍ପର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କେତେବେଳେ ତାଙ୍କର ବିବାଦୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ତ ଆଉ କେତେବେଳେ ଆଇପିଏଲ୍‌ରେ ତାଙ୍କ ସ୍ବାମୀଙ୍କ ଉପରେ ମ୍ୟାଚ ଫିକ୍ସିଂ ପ୍ରଶ୍ନ ଉଠିଥିଲା। ଯେତେବେଳେ ଶିଳ୍ପା ପ୍ରସିଦ୍ଧ ଶୋ’ ‘ବିଗ ବ୍ରଦର’ରେ ଅଂଶଗ୍ରହଣ କରିଥିଲେ, ସେତେବେଳେ ସେ ମଧ୍ୟ ବିବାଦରୁ ଦୂରେଇ ରହିପାରି ନ ଥିଲେ। ତେବେ ଜାଣନ୍ତୁ କେଉଁ ସବୁ କାରଣ ପାଇଁ ଶିଳ୍ପା ବିବାଦକୁ ଆସି ଚର୍ଚ୍ଚାରେ ରହିଥିଲେ।

୨୦୦୭ ରେ, ଶିଳ୍ପା ଶେଟ୍ଟୀ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲେ ଯେତେବେଳେ ଏକ ଇଭେଣ୍ଟରେ ରିଚର୍ଡ ଗେର୍‌ ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇଥିଲେ। ଏଡ୍‌ସ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ଥିଲା । ଏହି ବିବାଦ ପରେ ଶିଳ୍ପାଙ୍କୁ ସାରା ଦେଶରେ ତୀବ୍ର ବିରୋଧ କରାଯାଇଥିଲା। ହେଲେ ଶିଳ୍ପା ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ ନ ଥିଲେ।

୨୦୦୬ ରେ, ଶିଳ୍ପାଙ୍କ ବିରୋଧରେ ଜାମିନ ବିହିନ ପରଓ୍ବାନା ଜାରି କରାଯାଇଥିଲା। ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ମଦୁରାଇ କୋର୍ଟ ଦ୍ୱାରା ଏହି ୱାରେଣ୍ଟ ଜାରି କରାଯାଇଥିଲା । ଶିଳ୍ପା ଏହି ଫଟୋଶୁଟକୁ ଏକ ପତ୍ରିକା ପାଇଁ ଶୁଟ୍‌ କରିଥିଲେ। ସେହି ସମୟରେ ତାଙ୍କର ବିବାହ ହୋଇ ନ ଥିଲା।

୨୦୦୯ରେ ଯେତେବେଳେ ଶିଳ୍ପା ସାକ୍ଷୀଗୋପାଳ ମନ୍ଦିରକୁ ଯାଇଥିଲେ । ଜଣେ ସାଧୁ ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହୋଇଥିଲା । ଯାହା ପରେ ଶିଳ୍ପା କହିଥିଲେ ଯେ ଜଣେ ପିତା ନିଜ ଝିଅର ଗାଲରେ ଚୁମ୍ବନ ଦେଇ ପାରିବେ ନାହିଁ?

ଯେତେବେଳେ ରାଜ କୁନ୍ଦ୍ରା ଏବଂ ଶିଳ୍ପାଙ୍କ ଦଳ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ରେ ଖେଳିବା ଆରମ୍ଭ କଲା, ସେତେବେଳେ ରାଜଙ୍କ ନାମରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା।

ରାଜଙ୍କ ପ୍ରଥମ ପତ୍ନୀ କବିତା ବିଶ୍ୱାସ କରନ୍ତି, ତାଙ୍କ ଏବଂ ରାଜଙ୍କ ବିବାହ ଭାଙ୍ଗିବା ପଛରେ କେବଳ ଶିଳ୍ପା ହିଁ କାରଣ। ସେମାନଙ୍କ ଛାଡପତ୍ର ସମୟରେ ସେ ଏହା ବାରମ୍ବାର କହିଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ରାଜଙ୍କ ବିବାହ ଭାଙ୍ଗିବା ପରେ ସେ ଶିଳ୍ପାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri