ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଛନ୍ତି ଶିଳ୍ପା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କିଏ ବା ନ ଜଣେ। ନିଜର ଫିଟ୍‌ନେସ୍‌କୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏକ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହେବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା। ଏପରିକି ଅଭିନେତ୍ରୀ ହ୍ବିଲ୍‌ ଚେୟାର୍‌ରେ ବସି ଏକ ଫଟୋ ସେଶୟାର କରିଥିଲେ, ଯେଉଁଥିରେ ତାଙ୍କ ବାମ ଗୋଡ ପ୍ଲାଷ୍ଟର ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀ ବିଶ୍ରାମ ନେଉଛନ୍ତି । ଏହି ସମୟରେ ଶିଳ୍ପା ଜିମ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ହ୍ବିଲ୍‌ ଚେୟାର୍‌ରେ ବସି ବ୍ୟାୟାମ କରୁଥିବା ଦେଖାଯାଇଛି। ସେହି ଭିଡିଓରେ ଶିଳ୍ପା ହାତରେ ଏକ ଡମ୍ବଲ ଧରିଛନ୍ତି ଏବଂ ସେ ଚେୟାରରେ ଗୋଡ ଲମ୍ବାଇ ବସିଛନ୍ତି। ଆଉ ବ୍ୟାୟାମ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶିଳ୍ପା ଶେଟ୍ଟୀ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ୱେବ୍‌ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ ପାଇଁ ଶୁଟିଂ କରୁଥିଲେ। ତେବେ ସେହି ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ରହି ଚାଷ କରୁଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ଏବେ ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ କାଟୁଛନ୍ତି। ଏହାସହ କରୋନା ଭାଇରସକୁ ନେଇ ଏବେ...

ବିଗ୍‌ ବିଙ୍କୁ ଫିଲ୍ମରେ ନେବା ସହଜ ନୁହେଁ, ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱରେ ଥାନ୍ତି ନିର୍ଦ୍ଦେଶକ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ମଧ୍ୟ ଗୋଟିଏ ପରେ ଗୋଟିଏ ଫିଲ୍ମ...

‘ମୁନ୍ନୀ ବଦନାମ୍‌ ହୁଇ…’ ଫରହା ଖାଁଙ୍କ ପାଇଁ ଆଣିଥିଲା ଖ୍ୟାତି

ମୁମ୍ବାଇ,୯।୧: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କୁ ଶନିବାର ୫୫ ବର୍ଷ ପୂରଣ ହୋଇଛି। ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୯ରେ...

ଅବିବାହିତା ଥିବା ସତ୍ତ୍ୱେ ସିନ୍ଦୁର ଲଗାଉଥିଲେ ଲତା ମଙ୍ଗେସକର; ଜାଣନ୍ତୁ କାହା ପାଇଁ…

ବମ୍ବେ: ସାରା ଜୀବନ ଅବିବାହିତ ଥିଲେ ହେଁ ସିନ୍ଦୁର ଲଗାଉଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର। ଅନେକ ଏହା ପଛର କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତା...

ଲକ୍‌ଡାଉନ୍‌ ବଢ଼ିଲେ କ’ଣ ହେବ ପରିସ୍ଥିତି, ମଜାଳିଆ ଭିଡିଓ ଶେୟାର କଲେ ଭାରତୀ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲଗାତର ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଭାରତୀ ଏବେ ଆଉ...

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି।...

୩ ମାସର ପୁଅକୁ ଧରି ଅଦ୍ଭୁତ ଭିଡିଓ ଶେୟାର କଲେ ଏହି ଅଭିନେତ୍ରୀ: ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଟିଭି ଅଭିନେତ୍ରୀ ଅନିତା ହାସନନ୍ଦାନୀ ନିକଟରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ ପୁଅ ସହିତ ସବୁ ସମୟ ବିତାଉଛନ୍ତି ଅନିତା। ଏବେ ଉଭୟ...

ହରିପୁରରେ ଆଜିଠାରୁ ‘ମାୟାବିନୀ ମୌସୁମୀ’

ରାଜ୍ୟର ଅନ୍ୟତମ ଯାତ୍ରାକୁମ୍ଭ ଭାବରେ ପରିଚିତ ଯାଜପୁରସ୍ଥ ହରିପୁର କୁଞ୍ଜମେଳାରେ ଆରମ୍ଭ ହୋଇଯାଇଛି ଯାତ୍ରା ଫିଭର। ଜଲିଉଡ୍‌ର ଅନ୍ୟତମ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’...

Advertisement
Archives

Model This Week