ଫିଲ୍ମ ଜଗତରେ ପାଦ ଥାପିବେ ଧାୱନ!

ମୁମ୍ବାଇ,୧୭।୫: କ୍ରିକେଟ ପରେ ଏବେ ବଲିଉଡରେ ଡେବ୍ୟୁ କରିବେ ଶିଖର ଧାୱନ। ଖୁବ୍‌ଶୀଘ୍ର ଧାୱନ କ୍ରିକେଟ୍‌ରରୁ ଆକ୍ଟର ଭାବେ ନଜର ଆସିବେ। ଏ ନେଇ ଚର୍ଚ୍ଚା ଜୋର ଧରିଛି। ଧାୱନ ଏକ ବଡ ପ୍ରୋଜେକ୍ଟ ସହ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କୁହାଯାଉଛି କି, ଧାୱନ ଶୁଟିଂ ମଧ୍ୟ ପୂରା କରି ସାରିଲେଣି। ତେବେ ଫିଲ୍ମର ଟାଇଟଲ କ’ଣ ରଖାଯାଇଛି ସେ ନେଇ କିଛି ଖୁଲାସା ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଧାୱନ ସବୁବେଳେ ଅଭିନୟ ପ୍ରତି ରୁଚି ରଖିଥିଲେ। ଯେତେବେଳେ ତାଙ୍କୁ ଆକ୍ଟିଂ ପାଇଁ ଅଫର ଆସିଥିଲା ସେ  ହଁ କରିଦେଇଥିଲେ। ତେବେ ଚଳିତ ବର୍ଷ ଏହି ଫିଲ୍ମଟି ରିଲିଜ୍‌ ହେବ ବୋଲି କୁହାଯାଉଛି।

Share