Posted inଖେଳ

ସିନିୟର ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଲଙ୍କାରେ ମିଳିପାରେ ନେତୃତ୍ୱ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୫ : ଆସନ୍ତା ଜୁଲାଇରେ ଶ୍ରୀଲଙ୍କାରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ରେ ବରିଷ୍ଠ ଓପନର ଶିଖର ଧାଓ୍ବନଙ୍କୁ ମିଳିପାରେ ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ। ଟିମ୍‌ ଇଣ୍ଡିଆର ମୁଖ୍ୟ ଖେଳାଳିମାନେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବ୍ୟସ୍ତ ଥିବେ। ଏଣୁ ଭୁବନେଶ୍ୱର କୁମାର, ପୃଥ୍ବୀ ଶ’, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଷନଙ୍କୁ ଧଳା ବଲ ସିରିଜ୍‌ରେ ମିଳିପାରେ ସୁଯୋଗ।

ଟିମ୍‌ ଇଣ୍ଡିଆର ଏହି ଗସ୍ତ ଲାଗି କୌଣସି ଘୋଷଣା ହୋଇ ନାହିଁ। କିନ୍ତୁ ଟିମ୍‌ ଇଣ୍ଡିଆ ପାଇଁ ପୂର୍ବରୁ ଖେଳିସାରିଥିବା ସଦସ୍ୟ ଓ ଆଇପିଏଲ ଖେଳାଳିଙ୍କୁ ବଛାଯିବ। ଇଶାନ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ ପଦାର୍ପଣ କରି ସଭିଙ୍କୁ ଆକୃଷ୍ଟ କରିଥିଲେ। ଅନ୍ୟ ଯୁବ ଖେଳାଳିଙ୍କ ମଧ୍ୟରେ ସ୍ପିନର ରାହୁଲ ଚହର ଓ ତାଙ୍କ ଭାଇ ଦୀପକ ଚହରଙ୍କୁ ମଧ୍ୟ ସୁଯୋଗ ମିଳିବାର ବିଶେଷ ସମ୍ଭାବନା ରହିଛି। ଚଳିତ ବର୍ଷ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଚେତନ ସାକାରିୟା, ଅଭେଶ ଖାନ, ଦେବଦତ୍ତ ପାଡିକଲଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଚୟନ କର୍ତ୍ତାରେ ସୁଯୋଗ ଦେଇପାରନ୍ତି।

ତେବେ ଧାଓ୍ବନଙ୍କ ନିକଟରେ ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ଘରୋଇ କ୍ରିକେଟରେ ଦିଲ୍ଲୀର ନେତୃତ୍ୱ ନେଇସାରିଛନ୍ତି। ୨୦୧୮ରେ ଭାରତ ଜିତିଥିବା ନିଦାହାସ ଟ୍ରଫି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ଡେପୁଟି ଥିଲେ ଧାଓ୍ବନ। ଏହି ୩୫ ବର୍ଷୀୟ ବାମହାତୀ ଓପନର ୩୪ ଟେଷ୍ଟ, ୧୪୨ ଦିନିକିଆ ଓ ୬୫ ଟି୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri