Posted inଫୁରସତ

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ ଡେଇଁ ପ୍ରାଣପାତ କରି ନ ଥିଲେ ପୂର୍ବରୁ ଆମେ ଜାଣିଲେ। ମନ୍ଦିର ଦାଢ଼ରେ କୁଳୁକୁଳୁ ହୋଇ ନଈ ବହିଯାଉ ନ ଥିଲା ଯେ ନଈକି ଡେଇଁପଡ଼ିବେ! ମନ୍ଦିର ଆରମ୍ଭ ପୂର୍ବରୁ ଛଅ ବର୍ଷ ଧରି ପଥରରେ ଚାରିପଟ ନଦୀ ପୋତା ଯାଇଥିଲା, ସେ କଥା ଆମେ ବାୟାଚକଡ଼ା ପୋଥି ଆଧାରରେ ଆଲୋଚନା କରିଥିଲେ ପୂର୍ବରୁ। ପୋଥିରେ ଲେଖକ ଏହା ସ୍ପଷ୍ଟ କରି ଦେଇଥିଲେ। ତେଣୁ ଧର୍ମପଦ ଗଁାକୁ ଫେରିଯାଇଥିଲେ। ପଦାଧିକାରୀ ବଳଶ୍ରୀ ଓ ସହସ୍ରମଲ୍ଲ ପୁରସ୍କାର ଘୋଷଣା କରିଥିଲେ ତେଣୁ ସେମାନେ କାହିଁିକି ତାଙ୍କୁ ଜବରଦସ୍ତ ଗଁାକୁ ପଠାଇବେ? ସମ୍ମାନର ସହ ହାତୀରେ ବସି ଯିଏ ଗଁାକୁ ଯାଉଛନ୍ତି, ତାଙ୍କୁ କ’ଣ ତଡ଼ିଦିଆଯାଇଥିବ!
ବାସ୍ତବ-ରହସ୍ୟ ଏହାଠାରୁ ଭିନ୍ନ। ପେଯଖିଆ ଶାଗଖିଆକୁ ସହିପାରେନି। ଟୋକାଟେ ଆସି କୌଶଳରେ ସମସ୍ତଙ୍କୁ ନେଇ ଖଞ୍ଜିଦେଲା। ପୁରସ୍କାର ନେଇ ହାତୀ ପିଠିରେ ଗଲା, କେତେ ବାହାବାଃ ନେଲା… ଆମେ କ’ଣ ମୁତୁଫରକା…!! ଏଇ ମାନସିକତାକୁ ବୁଝିଥିଲେ ଧର୍ମପଦ। ଘଟଣାସ୍ଥଳରୁ ଅଣଆଡ଼ିଆ ହେଇଯିବାକୁ ନିଜେ ନିଜେ ନିଷ୍ପତ୍ତି ନେଇଥିଲେ। କେହି ତଡ଼ିଦେଇନି ତାଙ୍କୁ। ବାପା ଶିବେଇ ସାମନ୍ତରାଙ୍କ ଶିବିରରେ ରହି ବିଶ୍ରାମ ନେଇପାରିଥାନ୍ତେ। ରହିଥିଲେ ମଧ୍ୟ ସେଇ ଶିବିରରେ! ତେବେ ଦୂରେଇ ଯିବାକୁ ଚାହିଁଲେ। ଏଇ ଦୂରେଇ ଯିବାଟା ସେଇ ବାତାବରଣରେ ଭିନ୍ନ ରୂପ ନେଇଥିଲା। ବଡ଼ବଡ଼ୁଆ କହିଲେ, ଆମେ ବାରଶ ବଢ଼େଇ କାମ କରୁଛେ। ଜଣଙ୍କ ମୁଣ୍ଡରେ ପାଟଶାଢ଼ି ବନ୍ଧା ହେବା କ’ଣ ସୁନ୍ଦର! ଶିବେଇ ସାମନ୍ତରା କ’ଣ ବାରଶ ବଢ଼େଇଙ୍କ ସମ୍ମାନରେ ଦାୟ ନ ହୋଇ ପୁଅକୁ ଶ୍ରେଷ୍ଠତ୍ୱ ଦେବେ! ପୁଅରେ ଦାୟ ହେବେ! ତାକୁ ଶ୍ରେୟ ଦେବେ! ତା’ ମୁଣ୍ଡରେ ଶାଢ଼ିବନ୍ଧା ହେବ! ବାସ୍‌ ଶିବେଇଙ୍କ କାନରେ ଏକଥା ପଡ଼ିଛି… ତାଙ୍କରି ନୀରବ ସହମତିରେ ଗଜପତି କୋଣାର୍କରେ ପଦାର୍ପଣ ପୂର୍ବରୁ ପୁଅ ଯାଇ ଗଁାରେ ପହଞ୍ଚତ୍ୟାଇଛି। ଜଣେ ଆଡ଼େଇଗଲେ ଚର୍ଚ୍ଚାରୁ ଦୂରେଇ ଯିବ। ସଭିଏଁ ଶ୍ରେୟ ପାଇବେ। ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା। ବାରଶ ବଢ଼େଇରେ ଦାୟ… ନଁା ପୁଅରେ ଦାୟ। ଏପରି ଏକ ପ୍ରହେଳିକା ତୁଣ୍ଡରୁ ତୁଣ୍ଡକୁ ବ୍ୟାପିଗଲା। ଗଜପତି ଆସିଲାବେଳକୁ ଚର୍ଚ୍ଚାରୁ ଧର୍ମପଦ କାହିଁ କେତେ ଦୂର ପଛକୁ ଚାଲିଗଲେଣି।
କେଉଁ ଏକ ଉଦୁଉଦିଆ ଦି’ପହରେ ଏଇ ପଛକୁ ଚାଲିଯିବାଟା ‘ମାରିଦିଆଗଲା’ର ଲୋକକଥା ହୋଇ ଜନ୍ମ ନେଇଥିବ। ଯିଏ ଶୁଣିଥିବେ ପାଟିରୁ ଧର୍ମପଦ ପାଇଁ ଆହା… ସୃଷ୍ଟି ହୋଇଥିବ। ଦୁଃଖାନ୍ତ ଭାବ ସାହିତ୍ୟରେ ସ୍ଥାନ ପାଇଥିବ। ତାହା ହିଁ ତୁଣ୍ଡରୁ ତୁଣ୍ଡକୁ ବ୍ୟାପିଥିବ। ଲୋକତାନ୍ତ୍ରିକ ତରିକାରେ ମହାଜନମାନଙ୍କୁ ଠିକ୍‌ ଲାଗିଥିବ। ଜଣେ ଗଣଙ୍କ ପାଇଁ ଦାୟୀ ନ ହୋଇ ଆଉ କ’ଣ ପୁଅ ବୋଲି ଜଣଙ୍କ ପାଇଁ ଦାୟୀ ହୋଇଥାନ୍ତା!! ସାମାଜିକ ଦୃଷ୍ଟିରୁ ଉଦାର ଉଦାହରଣ ଦୃଷ୍ଟିରୁ ଠିକ୍‌ ଲାଗିପାରେ।
ଅନ୍ୟ ଦୃଷ୍ଟିରୁ… ଏପରି ଜଣେ ଶିଳ୍ପ ବିଜ୍ଞାନୀଙ୍କୁ ୟେ ଜାତି ସଂସାରରୁ ବିଦାୟ କରିଦେଇପାରେ! ତା’ ସ୍ବୀକୃତିକୁ ଅପହରଣ କରିପାରେ! ଭାବାବେଗରେ ନିଜେ ନ କରି ଶ୍ରେୟ ନେଇପାରେ! ଜାତିର ମାନସିକତା ଲଙ୍ଗଳା ଲଙ୍ଗଳା ଲାଗୁନି ତ!
ଘଟଣାକୁ ସକାରାତ୍ମକ ଢଙ୍ଗରେ ସଜେଇଥିଲେ ଇତିହାସ ଗୌରବ ମଣ୍ଡିତ ହୋଇଥାନ୍ତା। ବିଭ୍ରାନ୍ତିକର ଐତିହ୍ୟରେ ପରିଣତ ହେବାରୁ ଆମକୁ ବାହାର ଇତିହାସକାର ଆଙ୍ଗୁଠି ଦେଖାଇବାକୁ ପଛେଇଲେ ନାହିଁ। ସେ ଅନ୍ଧାର ଭିତରୁ ଆମେ ମୁକୁଳିନେ। ମୁକୁଳିଥିଲେ କୋଣାର୍କର ‘ପଦ୍ମଦଣ୍ଡ’ ଆମେ ଖୋଜିଥାନ୍ତେ। ଆଜି ପଦ୍ମଦଣ୍ଡ ବିଜେ କରିଥାନ୍ତା ଗଣତନ୍ତ୍ରର ମନ୍ଦିରରେ। ଦିଲ୍ଲୀରେ…।
ପୂର୍ବରୁ ଆମେ ଆଲୋଚନା କରିଥିଲେ, କଳସ ମୁଦ ଦିଆଗଲାବେଳେ ୧୦ଟି ଦ୍ରବ୍ୟ ପ୍ରୟୋଗ ହୋଇଥିଲା। ମୁଦ ସମୟରେ ରାଜଗୁରୁ ମହାଶୟ ମଙ୍ଗଳମନ୍ତ୍ର ଉଚ୍ଚାରଣ କରିଥିଲେ। ସଙ୍ଗୀତଜ୍ଞମାନେ ବାଦ୍ୟଯନ୍ତ୍ର ବାଦନ କରିଥିଲେ। ପଦ୍ମଦଣ୍ଡ ଥିଲା ସୂତ୍ରଧରଙ୍କ ଶିବିରରେ। ଦଶଜଣ ଶିଳ୍ପୀଙ୍କ ସହିତ ସୂତ୍ରଧର, ଗଙ୍ଗା ମହାପାତ୍ର ଓ ନାରାୟଣ ମହାପାତ୍ର ପଦ୍ମଦଣ୍ଡଙ୍କୁ ଶିବିରରୁ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ବିଜେ କରାଇଥିଲେ। ରାଜଗୁରୁ ଆଗରେ ରହି ବେଦମନ୍ତ୍ର ଉଚ୍ଚାରଣ କରୁଥିଲେ। ମଙ୍ଗଳବାଦ୍ୟରେ କୋଣାର୍କର ବାଲୁକାବନ୍ତ ଝଙ୍କୃତ ହେଉଥିଲା। ପଦ୍ମଦଣ୍ଡ ଯଜ୍ଞବେଦୀ ନିକଟରେ ପହଞ୍ଚତ୍ବା ବେଳକୁ ଗଜପତି ନୂତନ ସିଲ୍‌କ ବସ୍ତ୍ର ପରିଧାନ କରି ବେଦୀ ନିକଟରେ ବିରାଜମାନ କରିଥିଲେ। ମହାସମାରୋହରେ ଯଜ୍ଞ ସମାପ୍ତ ହେଲା। ଏଇଠି ପ୍ରଶ୍ନଟିଏ ମନରେ ଆସୁଛି। ପୁଅ ଯଦି ମରିଥାନ୍ତା, ସୂତ୍ରଧର ଅଣଶୁଦ୍ଧିଆ ହୋଇଥାନ୍ତେ। ପଦ୍ମଦଣ୍ଡ ସ୍ପର୍ଶ କରିପାରି ନ ଥାନ୍ତେ। ଶୋଭାଯାତ୍ରାରେ ଯଜ୍ଞବେଦିକି ତ ଯାଇପାରି ନ ଥାନ୍ତେ। ରାଜଗୁରୁ ତାଙ୍କୁ ଅଶୌଚରେ ଅନୁମତି ଦେଇଥାନ୍ତେ କି?

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri