ଲେମ୍ବୁ ଓ ପାଟ ଯୋଗୁ ଶେରଗଡ଼ର ଥିଲା ସ୍ବତନ୍ତ୍ର ପରିଚୟ

ଶେରଗଡ଼,୧୭ା୩(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ଶେରଗଡ଼ର ଲେମ୍ବୁ ଓ ପିତଳର ହାତବୁଣା ପାଟର ଏକ ସ୍ବତନ୍ତ୍ର ପରିଚୟ ଥିଲା। ୧୯୫୦-୧୯୯୯ ପର୍ଯ୍ୟନ୍ତ ଏହି ଦୁଇଟି ବ୍ୟବସାୟ କୋଲକାତା ଓ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିଲା।
ବ୍ୟବସାୟକୁ ନେଇ ଶେରଗଡ଼ ପାଢୀ ସାହିର ବହୁ ପରିବାର ଚଳୁଥିଲେ। ୧୯୫୦ରେ ୧୦୦ରୁ ଅଧିକ ପରିବାର ଲେମ୍ବୁ ବ୍ୟବସାୟ କରି ଚଳୁଥିଲେ। ଧୀରେ ଧୀରେ ବସ୍‌ ସେବା ଆରମ୍ଭ ହେବା ପରେ ଲେମ୍ବୁ ବାଲୁଗାଁ, ଖୋର୍ଦ୍ଧା ଓ ଭୁବେନେଶ୍ୱରରୁ କୋଲକାତା, ଦିଲ୍ଲୀ ଯାଉଥିଲା। ଶେରଗଡ଼ ବ୍ଲକର ସେରାଙ୍କୁଡା, ସୁବଳୟାପଲ୍ଲି, ଡେଙ୍ଗାପଦର, ପିତଳ, କୁରୁଳା ପର୍ଯ୍ୟନ୍ତ ଚାଷୀମାନେ ଲେମ୍ବୁ ବଗିଚା ସୃଷ୍ଟି କରିଥିଲେ। ୧୯୯୦ ଏପ୍ରିଲର ବନ୍ୟା ଓ ୧୯୯୯ ଅକ୍ଟେବାର ମହାବାତ୍ୟା ପରଠୁ ଲେମ୍ବୁ ଚାଷ କମିଗଲା। ସେପଟେ ଲେମ୍ବୁ ମହଜୁଦ ରଖିବା ପାଇଁ ବଜାର ଗୃହ ନ ଥିବା, ଆର୍ଥିକ ପ୍ରୋତ୍ସାହନର ଅଭାବ, ଚାଷୀଙ୍କୁ ଉନ୍ନତ କୌଶଳ ତାଲିମ ନ ନେବା ଫଳରେ ଏହି ଚାଷକୁ ଛାଡି ଅନ୍ୟ ଚାଷକୁ ଲୋକମାନେ ଆପଣେଇଲେ ା ପୁରାତନ ଲେମ୍ବୁଚାଷୀ ଜୟଦେବ ଗୌଡ଼ କହନ୍ତି, ୧୯୭୦ରୁ ୧୯୭୫ରେ ମୋର ଗ୍ରାଜୁଏଶନ ସମୟରେ ଲେମ୍ବୁ ବିକି ମୁଁ ଚଳୁଥିଲି। ଲେମ୍ବୁଚାଷୀ ସନ୍ତୋଷ କୁମାର ପାଢୀ କୁହନ୍ତି, ଲେମ୍ବୁଚାଷକୁ ମହାବାତ୍ୟା ନଷ୍ଟ କରିଦେଲା। ଶେରଗଡରୁ ଲେମ୍ବୁ ସଂଗ୍ରହ କରି ଆସିକା ବାଲୁଗାଁ, ଖୋର୍ଦ୍ଧାରେ ବିକ୍ରି କରି ଲାଭ ପାଉଥିଲୁ ବୋଲି ବ୍ୟବସାୟୀ ଲକ୍ଷ୍ମଣ ଗୌଡ଼ କହିଛନ୍ତି।
ପିତଳର ପାଟ: ଶେରଗଡ଼ ବ୍ଲକ ପିତଳରେ ପୁଣି ପାଟ ଆମଦାନୀ ହେଉଥିଲା। ଯେଉଁ ପାଟ ପାଇଁ ଆଜି ବ୍ରହ୍ମପୁର ସହର ପ୍ରସିଦ୍ଧ ରହିଛି। ପିତଳର ପାଟ ଚାହିଦା ଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହରୁ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଠାରୁ ପାଟ ମଗାଉଥିଲେ। ପିତଳର ଡେରା ସାହି ଆଜି ସାନ ଡେରାସାହି, ବଡ଼ଡେରା ସାହିରେ ପରିଣତ ହୋଇଛି। ସେହି ଡେରାଗୁଡ଼ିକର ମୁଖ୍ୟ ଜୀବିକା ଥିଲା ପାଟବୁଣା। ପାଟ ବେପାରୀମାନଙ୍କ ସମସ୍ୟା ବୁଝିବା ପାଇଁ ପିତଳ ତନ୍ତୁବାୟ ସମିତି ଆରମ୍ଭ ହୋଇଥିଲା। ଏହି ସମିତି ମାଧ୍ୟମରେ ପାଟ ଜମା ହେଉଥିଲା। ହେଲେ ବର୍ତ୍ତମାନ ବହୁ ପରିବାର ପାଟ ବୁଣା କାର୍ଯ୍ୟ ବନ୍ଦ କରିଦେଲେଣି। ବୁଣାକାର ସଂଖ୍ୟା କମିଥିବାରୁ ତନ୍ତୁବାୟ ସମିତି ଆଉ ଆଗଭଳି ଅର୍ଥ ଦେଣନେଣ କରିପାରୁନି। ଆଗଭଳି ଆଉ ପାଟର ଚାହିଦା ବଜାରରେ ନାହିଁ ା ବଜାରରେ ଛାଡ଼ିବାକୁ ହେଲେ ଅଧିକ ପୁଞ୍ଜି ନିବେଶ ସହ ଅତ୍ୟାଧୁନିକ ଯନ୍ତ୍ରପାତି, ତାଲିମର ଆବଶ୍ୟକ ଏବଂ ବଜାର ଗୃହର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri