ପୂରଣ ହେଉନି ଋଣ ଲକ୍ଷ୍ୟ

ଢେଙ୍କାନାଳ ଅଫିସ,୧୭ା୩: ଢେଙ୍କାନାଳ ଜିଲାରେ ଚାଷୀଙ୍କୁ ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ୨୦୨୧-୨୨ ଆର୍ଥତ୍କ ୧୭୦୫.୫୧ କୋଟି ଟଙ୍କା କୃଷିଋଣ ପ୍ରଦାନ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ମାତ୍ର ୬୧୦.୬୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହା ଲକ୍ଷ୍ୟଠାରୁ ୬୪% କମ୍‌। ଅଣ କୃଷିକ୍ଷେତ୍ରରେ ମଧ୍ୟ ପ୍ରଦାନ କରାଯାଇଥିବା ଋଣର ପରିମାଣ ଆଖିଦୃଶିଆ ନୁହେଁ। ଅଣଚାଷ କ୍ଷେତ୍ରରେ ୬୬୫.୧୨ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବାବେଳେ ଗତ ଡିସେମ୍ବର ଶେଷ ସୁଦ୍ଧା ୩୪୨.୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ମୋଟ ଧାର୍ଯ୍ୟ ଲକ୍ଷ୍ୟର ୫୨%। ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ଲିଡ୍‌ ବ୍ୟାଙ୍କ ପରାମର୍ଶ କମିଟି ବୈଠକରୁ ଏଭଳି ତଥ୍ୟ ପଦାକୁ ଆସିଛି। ଜିଲାରେ କାର୍ଯ୍ୟକ୍ଷମ ବ୍ୟାଙ୍କ ବିଭିନ୍ନ କ୍ଷେତ୍ର ପାଇଁ ମୋଟ୍‌ ୪୮% ଋଣ ପ୍ରଦାନ କରିଛନ୍ତି। ଏହାକୁ ସର୍ବନିମ୍ନ ୬୦%କୁ ବୃଦ୍ଧି କରିବା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ସରୋଜ କୁମାର ସେଠୀ ବ୍ୟାଙ୍କର୍ସ ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଆଲୋଚନାରେ ଭାଗନେଇ ଜିଲାପାଳ କହିଲେ, ଆଦିବାସୀ ହସ୍ତଶିଳ୍ପର ପ୍ରଚାର ପ୍ରସାର ଲାଗି ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀରେ କଳାଗ୍ରାମ ପ୍ରତିଷ୍ଠା କରାଯାଇଛି। ଏହାର ଭିତ୍ତିଭୂମିର ବିକାଶ କରିବା ଲାଗି ବ୍ୟାଙ୍କସମୂହ ଆଗେଇ ଆସିବା ଜରୁରୀ। ଫଳରେ ଜିଲାର ହସ୍ତଶିଳ୍ପ, କୁଟୀର ଶିଳ୍ପ, ଡୋକ୍ରାଶିଳ୍ପକୁ ନୂଆ ଦିଶା ମିଳିବ। ଆଞ୍ଚଳିକ କାରିଗରଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି। ଜିଲାରେ ଛତୁଚାଷ, କୁକୁଡ଼ା ପାଳନ, ଛେଳି ପାଳନ, ଫଳ ଚାଷ, ପରିବା ଉତ୍ପାଦନ ସମେତ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ ପାଇଁ ବହୁ ଉତ୍ସାହୀ ବ୍ୟକ୍ତି, ଅନୁଷ୍ଠାନ, ଗୋଷ୍ଠୀ ଇଚ୍ଛୁକ ଅଛନ୍ତି। ହେଲେ ଅର୍ଥାଭାବ ସେମାନଙ୍କ ଲକ୍ଷ୍ୟପଥରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଏଭଳି ଉତ୍ସାହୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ଋଣ ଯୋଗାଇ ଦେବା ଲାଗି ବିହିତ ପଦକ୍ଷେପ ନେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ନାବାର୍ଡ ଡିଡିଏମ୍‌ ଡ. ଜ୍ଞାନେନ୍ଦ୍ର ରାଉତ, ଏଲ୍‌ଡିଏମ୍‌ ସନୋଜ କୁମାର ସିଂ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚିଫ୍‌ ମ୍ୟାନେଜର ମୀନକେତନ ବରାଲେବଦିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ବ୍ୟବସାୟୀ ହଟହଟା

ଭୁବନ, ୬।୫:  ବର୍ଷେ କାଳ ସହିଥିଲେ କରୋନା କଷଣ। ବନ୍ଦ ହୋଇଯାଇଥିଲା ବ୍ୟବସାୟ। ହାତରୁ ଗଣିଥିଲେ ଘରଭଡ଼ା, କାରିଗରଙ୍କ ମଜୁରି, ବିଦ୍ୟୁତ୍‌ ବିଲ୍‌। କଟକଣା କୋହଳ ପରେ...

ଗୋଶାଳା, ମାଛ ମାର୍କେଟ ପ୍ରସ୍ତାବରେ ମୋହର

ଢେଙ୍କାନାଳ ଅଫିସ,୨୨।୪: ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଦଳମତ...

ଅଳସୁଆ ହାଟ କାନ୍ଥ ଭୁଶୁଡ଼ିବା ଘଟଣା : ଗୁରୁତର କିଣାଙ୍କ ଅବସ୍ଥା ବିଗୁଡୁଛି

ଢେଙ୍କାନାଳ ଅଫିସ, ୨୭।୬ – ଅଳସୁଆ ହାଟ ନିକଟରେ ପରିତ୍ୟକ୍ତ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ିବା ଘଟଣାକୁ ଇତିମଧ୍ୟରେ ବିତିଛି ୧୭ ଦିନ। ପ୍ରଚଣ୍ଡ ଖରାରୁ...

୩୨ ସ୍ଥାନରେ ୧୪୪ ଧାରା

ଢେଙ୍କାନାଳ ଅଫିସ, ୬।୧: ରାଜ୍ୟରେ କରୋନା ଏବଂ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା ପରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ୩୨ ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪...

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା...

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ସଦର ଥାନା ସଦର ରେଞ୍ଜ କାଉଁରିଆପାଳ ରେଳ ଲାଇନରେ ଟ୍ରେନ ଧକ୍କାରେ ଗୁରୁବାର ସକାଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।...

ଖଣିବନ୍ଦ ଆନ୍ଦୋଳନ ଜାରି: ୬ ଦିନ ହେଲା ଉତ୍ତୋଳନ, ପରିବହନ ଠପ୍‌

ତାଳଚେର,୩୧ା୭(ନି.ପ୍ର.)-୫ ଦଫା ଦାବି ନେଇ ଭାଜପା ପକ୍ଷରୁ ତାଳଚେର କୋଲ୍‌ ଫିଲଡସରେ ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ୬ ଦିନ ଧରି ଏମ୍‌ସିଏଲ୍‌ର...

ସରସହୀନ ଶାରଦୀୟ ମହୋତ୍ସବ

କାମାକ୍ଷାନଗର, ୨୫।୧୦ (ସୁଧୀର କୁମାର ପରିଡ଼ା): ମା’ ଆସିଛନ୍ତି। ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଲେ କାହାରି ମନରେ ଅଛି ଉତ୍ସାହ ନା ଉଦ୍ଦୀପନା। ଦେବୀ-ଶ୍ରଦ୍ଧାଳୁଙ୍କ ମଧ୍ୟରେ...

Advertisement
Archives

Model This Week