ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲେ

ବାରଙ୍ଗ,୨୬।୬(ଡି.ଏନ୍‌.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା। ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗଁା ନିକଟ କାଜୁ ଜଙ୍ଗଲରୁ ବୁଧବାର ଗୋପାଳ ନାୟକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗୋପାଳଙ୍କ ସ୍ତ୍ରୀ ଝୁମୁରୀ ନାୟକ ଓ ତାଙ୍କ ପ୍ରେମିକ ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଜଗନ୍ନାଥ ଜେନାଙ୍କୁ ପୋଲିସ ଶନିବାର ଗିରଫ କରିଛି। ଏଥିସହ ଉଭୟଙ୍କୁ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ଗୋପାଳଙ୍କୁ କିଭଳି ହତ୍ୟା କରିଥିଲେ ତାହାର ଡେମୋ ସେମାନେ ଦେଖାଇଥିଲେ।
ଅତିରିକ୍ତ ଡିସିପି ପ୍ରମୋଦ ରଥ ଘଟଣା ସମ୍ପର୍କରେ ଖବରଦାତା ସମ୍ମିଳନୀ ଜରିଆରେ ଦେଇଥିବା ସୂଚନା ଅନୁଯାୟୀ, ବାରଙ୍ଗ ଗୋଡ଼ିସାହି ଫାଣ୍ଡି ଅଧୀନ ଓମ୍‌ଫେଡ୍‌ ପଛପଟ କାଜୁ ଜଙ୍ଗଲରୁ ବୁଧବାର ଏକ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ମୃତଦେହଟି ବାଙ୍କୀ ଗୟଳବାଙ୍କ ଗ୍ରାମରେ ଘରଜ୍ୱାଇଁ ଭାବେ ରହୁଥିବା ଜଟଣୀ ନୂଆଗଁାର ଗୋପାଳ ନାୟକଙ୍କ ବୋଲି ଜଣାପଡ଼ିଥିଲା। ମୃତଦେହ ନିକଟରେ ମହିଳାଙ୍କ ଗୋଟିଏ ଚପଲ ଓ ଏକ ରକ୍ତଛିଟା ଲାଗିଥିବା ପଥର ମିଳିଥିଲା। ତେବେ ଗୋପାଳଙ୍କ ଭାଇ ଗୋବିନ୍ଦ ଗତ ୨୧ ତାରିଖରେ ଭାଇ ନିଖୋଜ ଥିବା ନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ ମୃତଦେହ ମିଳିବା ପରେ ଗୋପାଳଙ୍କୁ ତାଙ୍କ ସ୍ତ୍ରୀ ଝୁମୁରୀ ହତ୍ୟା କରିଥିବା ପୁନର୍ବାର ଅଭିଯୋଗ କରିବା ପରେ ବାରଙ୍ଗ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତଦନ୍ତ ଚଳାଇଥିଲା। ଅନ୍ୟପଟେ ସ୍ତ୍ରୀ ଝୁମୁରୀ ଗତ ୨୩ ତାରିଖରେ ସ୍ବାମୀ ମୃତ ଖବର ପାଇ ଫାଣ୍ଡିରେ ପହଞ୍ଚତ୍ଥିଲେ। ଏହାପରେ ପୋଲିସ ଝୁମୁରୀଙ୍କୁ ପଚରାଉଚରା କରିବା ପରେ ସେ ଦୋଷ ମାନିଥିଲେ। ପ୍ରେମ ପାଇଁ ପ୍ରେମିକ ସହ ମିଶି ସ୍ବାମୀଙ୍କ ଜୀବନ ନେଇଥିବା କଥା ପୋଲିସ ଆଗରେ ବଖାଣିଥିଲେ ା
ସୂଚନାଥାଉ କି, ପୂର୍ବରୁ ପାରିବାରିକ କଳହକୁ ନେଇ ଗୋପାଳ ଗାଳିଗୁଲଜ, ମାର୍‌ପିଟ କରୁଥିବାରୁ ଝୁମୁରୀ ନିକଟସ୍ଥ ତାଙ୍କ ସାଙ୍ଗ ଘରେ ଆଶ୍ରୟ ନେଉଥିଲେ। ସେ ପାଖରେ ରହୁଥିବା ଜଗନ୍ନାଥ ସହ ଦେଖାହୋଇ ପ୍ରେମସମ୍ପର୍କ ବଢ଼ିଥିଲା। ଏପରି କି ଗତ ୨୧ ତାରିଖରେ ଝୁମୁରୀ ଓ ଜଗନ୍ନାଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟେ ତ୍ରିଶୂଳିଆ ଛକରେ ଥିବା ଜାଣି ଗୋପାଳ ଏକ ସ୍କୁଟି ଧରି ସେଠାରେ ପହଞ୍ଚତ୍ଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଲୋକମାନେ ହସ୍ତକ୍ଷେପ କରି ଗଁାକୁ ଯାଇ ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣା ସମାଧାନ କରିଥିଲେ। ଏହାପରେ ୩ ଜଣ ଯାକ ସେହି ସ୍କୁଟିରେ ସେଠାରୁ ଆସିଥିଲେ। ହେଲେ ବାଟରେ ଗୋପାଳଙ୍କୁ ମାରିବା ପାଇଁ ଉଭୟେ ଯୋଜନା କରିଥିଲେ। ଶ୍ରୀ ଶ୍ରୀ ୟୁନିଭର୍‌ସିଟି ପାଖ ଓମ୍‌ଫେଡ୍‌ ନିକଟରେ ପହଞ୍ଚତ୍ବାବେଳେ ଝୁମୁରୀ ସ୍କୁଟି ରୋକିବାକୁ ସ୍ବାମୀଙ୍କୁ କହିବା ସହ ଏକ ଜରୁରୀ କଥା ଅଛି କହି କାଜୁ ଜଙ୍ଗଲକୁ ନେଇଥିଲେ। ସେଠାରେ ପୁଣି ପାଟିତୁଣ୍ଡ ହେବାରୁ ପ୍ରେମିକ ଜଗନ୍ନାଥ ସହ ମିଶି ଝୁମୁରୀ ଏକ ପଥରରେ ଗୋପାଳଙ୍କ ଶରୀରକୁ ଛେଚି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଭୟରେ ସେହି ସ୍ଥାନରୁ ଉଭୟ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri