ପିଲାଟି ଜନ୍ମ ହେବା କ୍ଷଣି ଜଣାପଡ଼ିଲା ବୟସ ୨୭, ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ

ଓ୍ବାଶିଂଟନ,୪ା୧୨: ବିଜ୍ଞାନ ଯେ, ଅଗ୍ରଗତି କରିଛି ତାହା ଅସ୍ବୀକାର କରାଯାଇପାରେନା। କାରଣ ଆମେରିକାରେ ଏମିତି ଶିଶୁ ଜନ୍ମ ନେଇଛି ଯାହାର ବୟସ ୨୭ ବର୍ଷ। ଏପରିକି ସେ ତାଙ୍କ ମା’ଠାରୁ ମାତ୍ର ଦେଢ଼ ବର୍ଷ ସାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ବାସ୍ତବ କଥା ହେଲା ଅକ୍ଟୋବର ୧୯୯୨ରେ ଭ୍ରୁଣ ରଖାଯାଇଥିଲା ଏବଂ ଫେବୃୟାରୀ ୨୦୨୦ରେ ଗିବସନ ପରିବାରର ଟିନା ଗିବସନ ନାମକ ଜଣେ ମହିଳାଙ୍କଠାରେ ଏହି ଭ୍ରୁଣକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ଯାହା ପରେ ଚଳିତ ବର୍ଷ ଅକ୍ଟୋବରରେ ଜନ୍ମଲାଭ କରିଛି ଏକ କନ୍ୟା ସନ୍ତାନ।

୧୯୯୧ରେ ଆମେରିକାରେ ଜନ୍ମିତ ଟିନା ବେଞ୍ଜାମିନଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ଟିନାଙ୍କ ସ୍ବାମୀ ଜଣେ ସିଷ୍ଟିକ ଫାଇବ୍ରୋସିସ୍‌ ରୋଗୀ। ଏହି ରୋଗ ପିଲା ଜନ୍ମ ହେବାରେ ବାଧା ଦେଇଥାଏ। ୨୦୧୭ରେ ଟିନାଙ୍କ ମାତାପିତା ଏକ ଖବରକାଗଜରୁ ନ୍ୟାଶନାଲ ‘ଏମ୍ବ୍ରୋ ଡୋନେଶନ ସେଣ୍ଟର’ ନାମକ ଏକ ସଂସ୍ଥା ବିଷୟରେ ପଢ଼ିଥିଲେ। ଯାହା ମହିଳାମାନଙ୍କ ଭ୍ରୁଣ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ପ୍ରଥମେ ଟିନା ଏହି କଥାକୁ ବିଶ୍ୱାସ କରି ନ ଥିଲେ। କିନ୍ତୁ ପରେ ସେ ସ୍ବାମୀଙ୍କ ସହ ଏହି ଅନୁଷ୍ଠାନକୁ ଯିବା ପାଇଁ ସ୍ଥିର କରିଥିଲେ।

ପେସାରେ ଟିନା ଜଣେ ଶିକ୍ଷକ। ପ୍ରଥମ ଝିଅର ଗର୍ଭକୁ ୨୦୧୭ ମସିହାରେ ସେ ଗ୍ରହଣ କରି ନଭେମ୍ବରରେ ଏମ୍ମାଙ୍କୁ ଜନ୍ମ ଦେଇଥିଲେ। ଗତ ୨୪ ବର୍ଷ ଧରି ଏମାନଙ୍କ ଆଉ ଏକ ଗର୍ଭସ୍ଥ ଶିଶୁକୁ ଫ୍ରିଜ୍‌ରେ ରଖାଯାଇଥିଲା। ଚଳିତବର୍ଷ ଅକ୍ଟୋବରରେ ଟିନାଙ୍କ ଆଉ ଏକ ଝିଅ ଜନ୍ମ ହୋଇଛି। ଯିଏ କି ବଡ଼ ଝିଅ ଏମ୍ମାଙ୍କ ରେକର୍ଡ ଭାଙ୍ଗିଛି। କାରଣ ଗତ ୨୭ ବର୍ଷ ଧରି ତାଙ୍କ ଭ୍ରୁଣ ଫ୍ରିଜ୍‌ରେ ରଖାଯାଇଥିଲା। ପ୍ରେଷ୍ଟନ ମେଡିକାଲ ଲାଇବ୍ରେରୀ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହା ନିଜର ଏକ ରେକର୍ଡ। ଟିନାଙ୍କ ଦୁଇ ଝିଅ ଏହି ପ୍ରକ୍ରିୟାରେ ଜନ୍ମ ନେଇଛନ୍ତି।

ନ୍ୟାଶନାଲ ଭ୍ରୁଣଦାନ କେନ୍ଦ୍ରର ଲ୍ୟାବ୍‌ ନିର୍ଦ୍ଦେଶକ କାରୋଲ ସୋମର୍ଫେଲ୍ଡ ନ୍ୟୁୟର୍କ ପୋଷ୍ଟ ସହିତ ଭ୍ରୁଣ ତରଳାଇବାର ସମ୍ବେଦନଶୀଳ ପ୍ରକ୍ରିୟା ବିଷୟରେ କହିଥିଲେ। ଯେପର୍ଯ୍ୟନ୍ତ ଭ୍ରୁଣଗୁଡ଼ିକ ଏକ ତରଳ ନାଇଟ୍ରୋଜେନ୍‌ ଷ୍ଟୋରେଜ ଟ୍ୟାଙ୍କରେ ୩୯୬ ଡିଗ୍ରୀ ପର୍ଯ୍ୟନ୍ତ ସଠିକ୍‌ ଭାବରେ ରକ୍ଷଣାବେକ୍ଷଣ କରାଯାଏ। ଯେକୌଣସି ସମୟ ପାଇଁ ସେମାନେ ନିରାପଦରେ ରୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଦେଖିବା ଆଶ୍ଚର୍ଯ୍ୟଜନକ ଯେ, ଅନେକ ବର୍ଷ ପୂର୍ବେ ଫ୍ରିଜ୍‌ ହୋଇଥିବା ଏହି ଗର୍ଭ ଏକ ଅତି ସ୍ନେହୀ ଶିଶୁ ଭାବରେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri