ଦୃଷ୍ଟିହୀନ ହୋଇ ବି ହାରିନାହାନ୍ତି

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଦୃଷ୍ଟି ହୀନ ହୋଇବି କେବେ ହାର ମାନି ନାହାନ୍ତି ନିବେଦିତା। ନିଜେ ଦେଖିପାରୁ ନ ଥିଲେ ବି ଅନ୍ୟ ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବା ପିଲାଟି ଦିନରୁ ତାଙ୍କ ସ୍ବପ୍ନ। ଏଣୁ ଏଥିପାଇଁ ବିଏ ପରେ ବିଏଡ କରି ଶିକ୍ଷକତାକୁ ବାଛିନେଇଛନ୍ତି। ଏଥିପାଇଁ ଓଟିଇଟି ମଧ୍ୟ ପାସ କରିଥିଲେ ହେଁ ଚାକିରି ଅପେକ୍ଷାରେ ରହିଛନ୍ତି। ଏବେ କରୋନା ପାଇଁ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ କଟକଣା ନିଷ୍ପତ୍ତି ତାଙ୍କୁ ବ୍ୟଥିତ କରିଛି।
କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ଗ୍ରାମରେ ନିବେଦିତା ମହାନ୍ତଙ୍କର ଘର। ବାପା ବେଣୁଧର ମହାନ୍ତ ଜଣେ ଚାଷୀ। ମା’ ଦମୟନ୍ତୀ ଗୃହିଣୀ। ଚାଷରୁ ସ୍ତ୍ରୀ ତିନି ସନ୍ତାନଙ୍କୁ ନେଇ ପରିବାରକୁ ବେଣୁଧର ଚଳାଇଆସୁଛନ୍ତି। ପିଲା ଦିନରୁ ନିବେଦିତା ଦୃଷ୍ଟି ଶକ୍ତି ହରାଇଛନ୍ତି। ତେବେ ନିଜର ଇଛା ଶକ୍ତି ପାଇଁ ଶିକ୍ଷାରେ ସଫଳତା ପରେ ସଫଳତା ହାସଲ କରିଛନ୍ତି। ମନୋଜ ମଞ୍ଜରୀ ଶିଶୁ ଭବନ ଅଧୀନରେ ପରିଚାଳିତ ସିଦ୍ଧମଠ ଠାରେ ଥିବା ମୁକବଧିର ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ। ୨୦୦୮ ମସିହାରେ ଭଲ ନମ୍ବରରେ ପାସ୍‌ ହୋଇ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟୀହୀନ ବିଦ୍ୟାଳୟରେ ନାମ ଲେଖାଇ ୨୦୧୨ ମସିହାରେ ଭଲ ନମ୍ବର ରଖି ମାଟ୍ରିକ ପାସ କରିଥିଲେ। ତେବେ ଉଚ୍ଚଶିକ୍ଷା କରିବା ପାଇଁ ଇଛା ପ୍ରକାଶ କରିଥିଲେ। ତେବେ ତାଙ୍କର ଇଛା ଆଗରେ ତାଙ୍କ ବାପା ମା’ ହାର ମାନି ସହମତି ଦେଇଥିଲେ। ଭଲ ନମ୍ବର ରଖିଥିବାରୁ ଭୁବନେଶ୍ୱର ଠାରେ ଥିବା ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ। ତେବେ ରହିବା ପାଇଁ ହଷ୍ଟେଲ ସୁବିଧା ପାଇ ନ ଥିଲେ ହେଁ ସାଙ୍ଗମାନଙ୍କ ସହିତ ବାହାରେ ମେସରେ ରହି ପଢିଥିଲେ ା ୨୦୧୭ ମସିହାରେ ୭୩ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ବିଏ ପାସ ପରେ ନଳିନୀଦେବୀ ମହିଳା ମହାବିଦ୍ୟାଳୟରେ ସେ ବିଏଡ ଅଧ୍ୟୟନ କରିବାକୁ ସୁଯୋଗ ପାଇଥିଲେ। ୨୦୧୯ରେ ଭଲ ନମ୍ବର ରଖି ବିଏଡ ପାସ କରିଥିବା ସହ ଓଡିଶା ସରକାରଙ୍କ ଓଟିଇଟି ପରୀକ୍ଷା ଏବଂ କେନ୍ଦ୍ରସରକାରଙ୍କ ସିଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ା ପିଲା ଦିନରୁ ଶିକ୍ଷୟିତ୍ରୀ ହେବାର ଆଶା ରଖିଥିବା ଯୋଗ୍ୟତା ହାସଲ କରିଥିଲେ ହେଁ ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ଚାକିରୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିବ ଓ ଆବେଦନ କରି ନିଶ୍ଚିତ ଭାବରେ ନିଯୁକ୍ତି ପାଇବା ଆଶା ରଖିଥିଲେ। କିନ୍ତୁ କରୋନା ପାଇଁ ସରକାରଙ୍କ ନିଯୁକ୍ତି କଟକଣା ଦୁଃଖାଭିଭୂତ କରିଛି। ବହୁ କଷ୍ଟରେ ପାଠ ପଢି ଝିଅ ଶିକ୍ଷୟତ୍ରୀ ହୋଇ ଅନ୍ୟକୁ ଶିକ୍ଷାର ଆଲୋକ ଦେଖାଇବାର ଆଗ୍ରହ କେବେ ପୂରଣ ହେବ ସେ ନେଇ ବାପା ମଧ୍ୟ ଚିନ୍ତା ପ୍ରକଟ କରୁଛନ୍ତି। ଦୃଷ୍ଟିହୀନ ହୋଇଥିବାରୁ ସେ ବିବାହ କରି ନାହାନ୍ତି। ତାଙ୍କ ସାନ ଭଉଣୀଙ୍କ ବିବାହ ସରିଛି। ତାଙ୍କ ସାନ ଭାଇ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏଣୁ ନିଜେ ଆତ୍ମନିର୍ଭରଶୀଳ ହୋଇ ସାନ ଭାଇଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା ଏବଂ ବାପାମା’ଙ୍କ ସାହା ବାଡି ହୋଇ ସେବା କରିବା ଆଶା ରଖିଛନ୍ତି ନିବେଦିତା। ଏଣୁ ନିବେଦିତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ କିଛି କରିବାର ଆଗ୍ରହକୁ ଉପଲବ୍‌ଧି କରି ସରକାର ସହାୟତା କରିବାକୁ ଗ୍ରାମବାସୀ ନିବେଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri