ଦୃଷ୍ଟିହୀନ ହୋଇ ବି ହାରିନାହାନ୍ତି

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଦୃଷ୍ଟି ହୀନ ହୋଇବି କେବେ ହାର ମାନି ନାହାନ୍ତି ନିବେଦିତା। ନିଜେ ଦେଖିପାରୁ ନ ଥିଲେ ବି ଅନ୍ୟ ମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବା ପିଲାଟି ଦିନରୁ ତାଙ୍କ ସ୍ବପ୍ନ। ଏଣୁ ଏଥିପାଇଁ ବିଏ ପରେ ବିଏଡ କରି ଶିକ୍ଷକତାକୁ ବାଛିନେଇଛନ୍ତି। ଏଥିପାଇଁ ଓଟିଇଟି ମଧ୍ୟ ପାସ କରିଥିଲେ ହେଁ ଚାକିରି ଅପେକ୍ଷାରେ ରହିଛନ୍ତି। ଏବେ କରୋନା ପାଇଁ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ କଟକଣା ନିଷ୍ପତ୍ତି ତାଙ୍କୁ ବ୍ୟଥିତ କରିଛି।
କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ହାତୀକୁଚା ଗ୍ରାମରେ ନିବେଦିତା ମହାନ୍ତଙ୍କର ଘର। ବାପା ବେଣୁଧର ମହାନ୍ତ ଜଣେ ଚାଷୀ। ମା’ ଦମୟନ୍ତୀ ଗୃହିଣୀ। ଚାଷରୁ ସ୍ତ୍ରୀ ତିନି ସନ୍ତାନଙ୍କୁ ନେଇ ପରିବାରକୁ ବେଣୁଧର ଚଳାଇଆସୁଛନ୍ତି। ପିଲା ଦିନରୁ ନିବେଦିତା ଦୃଷ୍ଟି ଶକ୍ତି ହରାଇଛନ୍ତି। ତେବେ ନିଜର ଇଛା ଶକ୍ତି ପାଇଁ ଶିକ୍ଷାରେ ସଫଳତା ପରେ ସଫଳତା ହାସଲ କରିଛନ୍ତି। ମନୋଜ ମଞ୍ଜରୀ ଶିଶୁ ଭବନ ଅଧୀନରେ ପରିଚାଳିତ ସିଦ୍ଧମଠ ଠାରେ ଥିବା ମୁକବଧିର ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢିଥିଲେ। ୨୦୦୮ ମସିହାରେ ଭଲ ନମ୍ବରରେ ପାସ୍‌ ହୋଇ ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟୀହୀନ ବିଦ୍ୟାଳୟରେ ନାମ ଲେଖାଇ ୨୦୧୨ ମସିହାରେ ଭଲ ନମ୍ବର ରଖି ମାଟ୍ରିକ ପାସ କରିଥିଲେ। ତେବେ ଉଚ୍ଚଶିକ୍ଷା କରିବା ପାଇଁ ଇଛା ପ୍ରକାଶ କରିଥିଲେ। ତେବେ ତାଙ୍କର ଇଛା ଆଗରେ ତାଙ୍କ ବାପା ମା’ ହାର ମାନି ସହମତି ଦେଇଥିଲେ। ଭଲ ନମ୍ବର ରଖିଥିବାରୁ ଭୁବନେଶ୍ୱର ଠାରେ ଥିବା ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ। ତେବେ ରହିବା ପାଇଁ ହଷ୍ଟେଲ ସୁବିଧା ପାଇ ନ ଥିଲେ ହେଁ ସାଙ୍ଗମାନଙ୍କ ସହିତ ବାହାରେ ମେସରେ ରହି ପଢିଥିଲେ ା ୨୦୧୭ ମସିହାରେ ୭୩ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ବିଏ ପାସ ପରେ ନଳିନୀଦେବୀ ମହିଳା ମହାବିଦ୍ୟାଳୟରେ ସେ ବିଏଡ ଅଧ୍ୟୟନ କରିବାକୁ ସୁଯୋଗ ପାଇଥିଲେ। ୨୦୧୯ରେ ଭଲ ନମ୍ବର ରଖି ବିଏଡ ପାସ କରିଥିବା ସହ ଓଡିଶା ସରକାରଙ୍କ ଓଟିଇଟି ପରୀକ୍ଷା ଏବଂ କେନ୍ଦ୍ରସରକାରଙ୍କ ସିଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ା ପିଲା ଦିନରୁ ଶିକ୍ଷୟିତ୍ରୀ ହେବାର ଆଶା ରଖିଥିବା ଯୋଗ୍ୟତା ହାସଲ କରିଥିଲେ ହେଁ ନିଯୁକ୍ତି ଅପେକ୍ଷାରେ ଅଛନ୍ତି। ଚାକିରୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିବ ଓ ଆବେଦନ କରି ନିଶ୍ଚିତ ଭାବରେ ନିଯୁକ୍ତି ପାଇବା ଆଶା ରଖିଥିଲେ। କିନ୍ତୁ କରୋନା ପାଇଁ ସରକାରଙ୍କ ନିଯୁକ୍ତି କଟକଣା ଦୁଃଖାଭିଭୂତ କରିଛି। ବହୁ କଷ୍ଟରେ ପାଠ ପଢି ଝିଅ ଶିକ୍ଷୟତ୍ରୀ ହୋଇ ଅନ୍ୟକୁ ଶିକ୍ଷାର ଆଲୋକ ଦେଖାଇବାର ଆଗ୍ରହ କେବେ ପୂରଣ ହେବ ସେ ନେଇ ବାପା ମଧ୍ୟ ଚିନ୍ତା ପ୍ରକଟ କରୁଛନ୍ତି। ଦୃଷ୍ଟିହୀନ ହୋଇଥିବାରୁ ସେ ବିବାହ କରି ନାହାନ୍ତି। ତାଙ୍କ ସାନ ଭଉଣୀଙ୍କ ବିବାହ ସରିଛି। ତାଙ୍କ ସାନ ଭାଇ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏଣୁ ନିଜେ ଆତ୍ମନିର୍ଭରଶୀଳ ହୋଇ ସାନ ଭାଇଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା ଏବଂ ବାପାମା’ଙ୍କ ସାହା ବାଡି ହୋଇ ସେବା କରିବା ଆଶା ରଖିଛନ୍ତି ନିବେଦିତା। ଏଣୁ ନିବେଦିତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ କିଛି କରିବାର ଆଗ୍ରହକୁ ଉପଲବ୍‌ଧି କରି ସରକାର ସହାୟତା କରିବାକୁ ଗ୍ରାମବାସୀ ନିବେଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri