
ରାଜନଗର,୭ା୫(ଭାସ୍କର ରାଉତରାୟ): ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦୀ। ପହଲଗାମ ଆକ୍ରମଣ ସମୟରେ ମଧ୍ୟ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ଦୁଇବର୍ଷ ହେବ ସେ ବିଏସ୍ଏଫ୍ରେ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଅଛନ୍ତି।
ଏହି ଖବର ତାଙ୍କ ଗାଁରେ ପହଞ୍ଚିବା ପରେ ସାରା ରାଜନଗର ଅଞ୍ଚକରେ ବୀର ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି। ଅପରପକ୍ଷରେ ଡାଙ୍ଗମାଳ ପୂର୍ବତନ ସରପଞ୍ଚ ରମେଶ ବେହେରା ଗାଁ ସାରା ଭାରତମାତା ଜୟଗାନ କରୁଛନ୍ତି।