କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍‌ଇର ସେନ୍‌ସେକ୍ସରେ ୧୯୦.୮୨ ଅଙ୍କ ଅର୍ଥାତ ୦.୨୫ ପ୍ରତିଶତ ବୃଦ୍ଧି ହୋଇ ୭୬,୬୮୦ରେ ଖୋଲିଥିଲା । ସେହିପରି ଏନ୍‌ଏସ୍‌ଇର ନିଫ୍ଟିରେ ୨୪.୫୫ ଅଙ୍କ ବୃଦ୍ଧି ହୋଇ ୨୩,୨୮୩ ପଏଣ୍ଟରେ ଖୋଲିଥିଲା । ନିଫ୍ଟିର ୫୦ କମ୍ପାନୀର ଶେୟାର ମଧ୍ୟରୁ ୨୯ଟି କମ୍ପାନୀର ଶେୟାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ସେନସେକ୍ସର ୩୦ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀର ଶେୟାର ଦାମ୍‌ରେ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ୧୫ଟିରେ ହ୍ରାସ ଘଟିଛି ।

ସୂଚନା ଥାଉକି, ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଭଲ କାରବାର ହୋଇଥିଲା । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଥିଲେ । ସେନ୍‌ସେକ୍ସ ୫୯୦ ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି ୧୫୦ ପଏଣ୍ଟ ଖସିଯାଇଥିଲା । କାରବାର ଶେଷ ବେଳକୁ ସେନ୍‌ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୬,୪୯୦ ଅଙ୍କରେ ଏବଂ ନିଫ୍ଟିରେ ୩୧ ପଏଣ୍ଟ ହ୍ରାସ ପାଇ ୨୩,୨୫୯ ଅଙ୍କରେ ବନ୍ଦ ହୋଇଥିଲା ।

ରବିବାର ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଥିବା ବେଳେ ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଥିଲା । ସୋମବାର ମାର୍କେଟ ଜୋରଦାର୍‌ ବୃଦ୍ଧି ସହିତ ଖୋଲିଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri